www.samajalive.in
Sunday, December 14, 2025
23.1 C
Bhubaneswar

ଦୁର୍ଘଟଣାକୁ ୪ଦିନ ବିତିଲା, ମିଳୁନି ମହିଳାଙ୍କ ସନ୍ଧାନ

ବୌଦ୍ଧ: ଗତ ଶନିବାର ସନ୍ଧ୍ୟାରେ ବୌଦ୍ଧ ମହାନଦୀ ବ୍ରିଜ ଉପରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାକୁ ୪ଦିନ ପରେ ମଧ୍ୟ ଏପର୍ଯ୍ୟନ୍ତ ମହିଳାଙ୍କ କୌଣସି ସନ୍ଧାନ ମିଳିନାହିଁ। ପୋଲିସ ପକ୍ଷରୁ ମହାନଦୀରେ ତିନିଦିନ ବୋଟ ସାହାଯ୍ୟରେ ଖୋଜାଖୋଜି କରାଯିବା ପରେ ମଧ୍ୟ ମହିଳାଙ୍କ ସଂପର୍କରେ କୌଣସି ତଥ୍ୟ ମିଳିପାରିନଥିଲା। ଶେଷରେ ତଳମୁଣ୍ଡରେ ରହିଥିବା ଗ୍ରାମ, ଥାନାଗୁଡିକୁ ଘଟଣା ସଂପର୍କରେ ସୁଚିତ କରାଯାଇଛି। ବୌଦ୍ଧଥାନା ଅଧିକାରୀ ତପସ୍ୱିନୀ କହଁରଙ୍କ ନିକଟରୁ ମିଳିଥିବା ସୂଚନା ମୁତାବକ ଦୁର୍ଘଟଣା ଘଟାଇଥିବା କାର ମାଲିକ ସମ୍ବଲପୁର ଜିଲା ନାକଟିଦେଉଳ ଥାନା ଅନ୍ତର୍ଗତ ମୁଷାକାନୀ ଗ୍ରାମର ଅବନୀ କୁମାର ସାହୁଙ୍କୁ ଗିରଫ କରି ପଚରାଉଚୁରା ପରେ କୋର୍ଟ ଚାଲାଣ କରାଯାଇଛି। ଡ୍ରାଇଭର ନିକଟରୁ ମଳିଥିବା ସୂଚନା ଆଧାରରେ ଦୁର୍ଘଟଣା ଦିନ ଗାଡିରେ ଥିବା ଯାତ୍ରୀମାନଙ୍କୁ ମଧ୍ୟ ଥାନାକୁ ଡକାଇ ନିଖୋଜ ମହିଳା ପ୍ରତିମା ସାହୁଙ୍କୁ ବିଷୟରେ ତଦନ୍ତ କରାଯାଇଛି।

କାରରେ ଆସିଥିବା ଯାତ୍ରୀମାନେ ଦୁର୍ଘଟଣା ଦିନ ବୌଦ୍ଧକୁ ଜଣେ ଦାନ୍ତ ଡାକ୍ତରଙ୍କ କ୍ଲିନିକରେ ଚିକିତ୍ସିତ ହେବାପରେ ଫେରିବା ସମୟରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିବା ତଦନ୍ତରେ ଜଣାପଡିଛି। ତେବେ ପୋଲିସ ପକ୍ଷରୁ ଯାତ୍ରୀମାନଙ୍କ ସୂଚନାର ସତ୍ୟତା ନେଇ ମଧ୍ୟ ପ୍ରମାଣ ଯୋଗାଡ କରାଯାଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ମହିଳାଙ୍କ ସଂପର୍କରେ କାରର ଯାତ୍ରୀମାନଙ୍କ ନିକଟରେ ମଧ୍ୟ କୌଣସି ସୂଚନା ନଥିବା ସେମାନେ ପୋଲିସ ନିକଟରେ ପ୍ରକାଶ କରିଛନ୍ତି। ତେବେ ମହାନଦୀରେ ଅନେକ ଖୋଜାଖୋଜି ପରେ ମଧ୍ୟ ମହିଳାଙ୍କ କୌଣସି ସନ୍ଧାନ ନମିଳିବାରୁ ତାଙ୍କ ପରିବାର ଲୋକ ଟଙ୍କା, ସୁନା ଓ ମୋବାଇଲ ଲୋଭରେ ଦୁର୍ଘଟଣା ପରେ ମହିଳାଙ୍କୁ ଅପହରଣ କରାଯାଇଥିବା ନେଇ ମଧ୍ୟ ପୋଲିସ ନିକଟରେ ସନ୍ଦେହ ପ୍ରକଟ କରିଥିବା ଜଣାଯାଇଛି। ଦୁର୍ଘଟଣା ପରେ ମହିଳାଙ୍କ ପାଖରେ ଥିବା ବ୍ୟାଗ କିମ୍ବା ମୋବାଇଲକୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇନାହିଁ। ତେଣୁ ମହିଳାଙ୍କ ସହ ଏହି ବ୍ୟାଗ ନଦୀକୁ ଖସିପଡିଛି କିମ୍ବା ଚୋରୀ ହୋଇଥିବା ନେଇ ସନ୍ଦେହ ପ୍ରକାଶ ପାଇଛି।

- Advertisement -

ପୋଲିସ ପକ୍ଷରୁ ସମସ୍ତ ତଥ୍ୟକୁ ନେଇ ଅନୁସନ୍ଧାନ ଜାରି ରହିଥିବା ଥାନା ଅଧିକାରୀ ତପସ୍ୱିନୀ କହଁର ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ମହିଳାଙ୍କ ଭଙ୍ଗା ଚୁଡି ଓ ଚପଲରୁ ସେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ସ୍ପଷ୍ଟ ହୋଇଥିଲେ ବି ଘଟଣାର ୪ ଦିନ ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ନମିଳିବା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିବା ସହିତ ପରିବାର ଲୋକଙ୍କ ଆଶଙ୍କାକୁ ବଢାଇ ଦେଇଛି। ଦୁର୍ଘଟଣା ପରେ ଆହତ ମହିଳାଙ୍କୁ ମହାନଦୀ ଖାଇଗଲା କି ପରିବାର ଲୋକଙ୍କ ଅପହରଣ ସନ୍ଦେହ ସତ୍ୟ ତାହାକୁ ନେଇ ସାଧାରଣରେ ଆଲୋଚନା ହେଉଛି। ତେବେ ବୌଦ୍ଧଥାନା କେସ ନମ୍ବରରେ ଏକ ମାମଲା ରୁଜୁ କରାଯାଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ଜଣାଯାଇଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories