www.samajalive.in
Saturday, December 13, 2025
26.1 C
Bhubaneswar

ଏକ ଟଙ୍କାର ଚାଉଳ ପନ୍ଦର ଟଙ୍କାରେ ହେଉଛି ବିକ୍ରି ; ବାଦ୍ ପଡିଛନ୍ତି ପ୍ରକୃତ ହିତାଧିକାରୀ

ରେଙ୍ଗାଲିକ୍ୟାମ୍ପ : ଦରିଦ୍ର ସୀମାରେଖା ତଳେ ଥିବା ପରିବାରଙ୍କ ପାଇଁ ରହିଛି ସରକାରଙ୍କ ବ୍ୟବସ୍ଥା। ନିୟମ ଅନୁସାରେ ଯେଉଁମାନେ ବଞ୍ଚିବାର ସର୍ବ ନିମ୍ନ ମୌଳିକ ଆବଶ୍ୟକତାକୁ ପୂରଣ କରିପାରନ୍ତି ନାହିଁ ସେମାନଙ୍କୁ ଅନ୍ତୋଦୟ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ କାର୍ଡ ଦିଆଯିବା କଥା।ଯାହା ଫଳରେ ସେମାନେ ଏହି ଯୋଜନାରୁ ଉପକୃତ ହୋଇପାରିବେ । କିନ୍ତୁ ଏହି ଯୋଜନା ଠିକ ଭାବରେ କାର୍ୟ୍ୟକାରୀ ହେଉ ନଥିବା ଯୋଗୁଁ ପ୍ରକୃତ ହିତାଧିକାରୀ ଅନ୍ତୋଦୟ ସେବାରୁ ବଞ୍ଚିତ ହେଉଥିବା ବେଳେ , ଅଧିକାଂଶ ବଡବଡିଆଙ୍କୁ ଏହି ସେବା ପ୍ରଦାନ କରାଯାଉଛି ।ପରିଣାମ ସ୍ବରୂପ ବଡ ବଡ ବ୍ୟବସାୟୀ ତଥା କେତେକ ମିଲ ମାଲିକ ଏହାର ଫାଇଦା ବେଶ୍ ଉଠାଉଛନ୍ତି ଯାହା ଦେଖିବାକୁ ମିଳିଛି ଅତାବିରା ବ୍ଲକ ଟୋପ ଗ୍ରାମରେ।ଏହି ଗ୍ରାମର ଅନେକ ଅନ୍ତୋଦୟ କାର୍ଡ ଧାରୀ ଗାଆଁ ଦାଣ୍ଡରେ ଖୁଲମ୍ ଖୁଲା ଏକ ଟଙ୍କାର ଚାଉଳ କୁ ୧୫ ଟଙ୍କାରେ ବିକ୍ରି କରୁଥିବା ସାମ୍ନାକୁ ଆସିଛି। ସୂଚନା ଯୋଗ୍ୟ , ଏମାନେ ଅନେକ ଦିନରୁ ଏହିପରି ଭାବରେ ଏହି ଚାଉଳ ବିକ୍ରି କରି ଆସୁଛନ୍ତି। ଆଉ ପଦମପୁର ,ବିଜେପୁର ,ଷୋହେଲା ରୁ ବ୍ୟବସାୟୀ ମାନେ ଆସି ଏହି ଚାଉଳ କିଣି ନେଉଛନ୍ତି। ସେହି ଚାଉଳ କୁ ବାରମ୍ବାର ରିମିଳିଂ କରି ସେଥିରୁ ପୁଣି ଉନ୍ନତ ମାନର ଚାଉଳ କରି ତାକୁ ଆହୁରି ଅଧିକ ମୂଲ୍ୟରେ ବିକ୍ରି କରି ଏହି ବ୍ୟବସାୟୀ ମାନେ ଲାଭବାନ ହେଉଛନ୍ତି।  ଗାଡିରେ କୁଇଣ୍ଟାଲ୍ କୁଇଣ୍ଟାଲ ଚାଉଳ କିଣା ହୋଇ ବୋଝେଇ ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି ଯେ ,ଯଦି ଏହି ଅନ୍ତୋଦୟ କାର୍ଡ ଧାରିମାନେ ପ୍ରକୃତ ହିତାଧିକାରୀ ଅଟନ୍ତି ,ତେବେ ସେମାନେ କିପରି ଚାଉଳ ବିକ୍ରି କରୁଛନ୍ତି ? ନିଶ୍ଚିତ ରୂପେ ଏହି ଚାଉଳର ଆବଶ୍ୟକତା ଏମାନଙ୍କ ପାଇଁ ନାହିଁ। ତେବେ ପ୍ରକୃତ ହିତାଧିକାରୀଙ୍କୁ ଏହି ସୁବିଧାରୁ ବଞ୍ଚିତ ନକରି ସରକାରୀ ଯୋଜନାକୁ ଠିକ୍ ଭାବରେ ପରିଚାଳିତ କରିବା ପାଇଁ ସରକାରୀ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାପାଇଁ ଅଞ୍ଚଳରେ ଦାବି ରହିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories