www.samajalive.in
Sunday, December 14, 2025
26.1 C
Bhubaneswar

ଠିକା କମ୍ପାନୀର ବେପରୁଆ କାମ, ରାସ୍ତା କାଟିବା ସହ ଜୋର ଜବରଦସ୍ତ ଗଛ ଉପାଡିଲା

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେତାଙ୍ଗ ଗ୍ରାମରେ ଠିକା କମ୍ପାନୀ ଗ୍ରାମରେ ପାଣି ପାଇପ୍ ଲାଇନ୍ କାମ କରୁଥିବା ବେଳେ ଗ୍ରାମର ବିଭିନ୍ନ ସ୍ଥାନରେ କଂକ୍ରିଟ ରାସ୍ତା ତାଡିଦେବା ସହ ସାହି ଡ୍ରେନକୁ ତାଡି ଭାଙ୍ଗି ଦେଇଛି। ଏହା ସହ ଲୋକଙ୍କ ପଟ୍ଟାଭୁକ୍ତ ଜମିରେ ଜୋର ଜବରଦସ୍ତ ଖୋଳି ଗଛ ଭାଙ୍ଗିବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି କେତାଙ୍ଗ ଗ୍ରାମବାସୀ। ଗ୍ରାମର ଉପର ସାହି ଠାରୁ ତଳ ସାହି ପର୍ଯ୍ୟନ୍ତ ରାସ୍ତାର କଂକ୍ରିଟ ରାସ୍ତାକୁ ଠିକା ସଂସ୍ଥାର ମେସିନ ଦ୍ବାରା ଭାଙ୍ଗି ଦିଆଯାଇଛି। ଏହା ସହ ରାସ୍ତା ପାର୍ଶ୍ବରେ ଥିବା ଡ୍ରେନକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ଫଳରେ ଲୋକେ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟ ପକ୍ଷରେ ଠିକା କମ୍ପାନୀ ନଷ୍ଟ କରିଥିବା ରାସ୍ତାର ମରାମତି କରିବାର ନିୟମ ରହିଥିଲେ ମଧ୍ୟ ଏଠାରେ ଲୋକଙ୍କ ଅଭିଯୋଗକୁ କର୍ମଚାରୀ ଶୁଣୁ ନଥିବା ଓ ଧମକ ଦେବା ଭଳି ଗୁରୁତର ଅଭିଯୋଗ କରିଛନ୍ତି ଗ୍ରାମବାସୀ। ତେବେ ରାସ୍ତା ମରାମତି ସହ ଲୋକଙ୍କ ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories