www.samajalive.in
Sunday, December 14, 2025
16.1 C
Bhubaneswar

ତାଇୱାନ ଆକାଶରେ ଚୀନର ୫୨ ଜେଟ୍‌

ତାଇପେ: ତାଇୱାନ ଉପରେ ନିଜର ଆଧିପତ୍ୟ ଜାହିର କରିବାକୁ ବରାବର ଅପଚେଷ୍ଟା କରିଆସୁଛି ଚୀନ । ଚୀନର ସାମରିକ ବିମାନଗୁଡିକ ଲଗାତର ତାଇୱାନ ଆକାଶ ସୀମା ଲଂଘନ କରି ଉଡାଣ କରୁଛନ୍ତି । ତାଇୱାନ ଲଢୁଆ ବିମାନଗୁଡିକ ସେମାନଙ୍କୁ ତଡିବା ପରେ ସେମାନେ ପଳାଇ ଯାଉଛନ୍ତି । ଏହା ଏକପ୍ରକାର ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଛି । ସୋମବାର ଦିନ ଚୀନର ୫୨ଟି ଲଢୁଆ ବିମାନ ତାଇୱାନ ଆକାଶ ସୀମା ଲଂଘନ କରି ତାଇୱାନ ଆକାଶରେ ଉଡାଣ କରିଥିବା ତାଇୱାନ ପକ୍ଷରୁ କୁହାଯାଇଛି । ଏହାକୁ ନେଇ ୱାଶିଂଟନ ପକ୍ଷରୁ ବାରମ୍ବାର ଚିନ୍ତା ପ୍ରକଟ କରାଯାଉଥିଲେ ମଧ୍ୟ ଚୀନ ଏଭଳି ନୀଚ କାର୍ଯ୍ୟରୁ ନିବୃତ୍ତ ହେଉନାହିଁ ।

ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଚୀନର ଲଢୁଆ ବିମାନଗୁଡିକ ତାଇୱାନ ଆକାଶ ସୀମା ମଧ୍ୟକୁ ପ୍ରବେଶ କରିବା ପରେ ସେମାନଙ୍କୁ ସତର୍କ କରାଇ ଦିଆଯାଇଥିଲା । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଶୀର୍ଷ ସ୍ତରରେ ପହଞ୍ଚିଛି । ଇତିମଧ୍ୟରେ ଆମେରିକା ବୈଦେଶିକ ବିଭାଗର ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି, ଚୀନ ପକ୍ଷରୁ ତାଇୱାନ ନିକଟରେ ଏଭଳି ଉସୁକାଇବା ଭଳି ସାମରିକ କାର୍ଯ୍ୟକଳାପ ଅତ୍ୟନ୍ତ ଚିନ୍ତାଜନକ ହୋଇଛି । ଏହାଦ୍ୱାରା ତାଇୱାନରେ ଅସ୍ଥିରତା ପରିସ୍ଥିତି ସୃଷ୍ଟି କରିବାକୁ ଚୀନ ଉଦ୍ୟମ କରୁଛି । ଏହା ପୂର୍ବରୁ ଗତବର୍ଷ ଚୀନର ରେକର୍ଡ ସଂଖ୍ୟକ ୩୮୦ଟି ବିମାନ ତାଇୱାନ ଆକାଶ ସୀମା ଲଂଘନ କରିଥିଲେ । ଚଳିତ ବର୍ଷ ଅକ୍ଟୋବର ପ୍ରଥମ ସପ୍ତାହ ସୁଦ୍ଧା ଏହା ୬୦୦ ଟପିଗଲାଣି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories