www.samajalive.in
Sunday, December 14, 2025
19.1 C
Bhubaneswar

ରାଜ୍ୟରେ ଆଉ ୪୭୭ କରୋନା ଆକ୍ରାନ୍ତ ଚିହ୍ନଟ, ୪ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ କଟକ, ଜଗତସିଂହପୁର, ମୟୁରଭଞ୍ଜ ଏବଂ ନୟାଗଡ ଜିଲାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୨୭୮ ଓ ସ୍ଥାନୀୟ ସଂକ୍ରମିତ ୧୯୯ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୭୪ ଜଣ ଥିବା ଜଣାଯାଇଛି । ରାଜ୍ୟର ଅନୁଗୁଳ ଜିଲାରେ ୫, ବାଲେଶ୍ୱର ୨୬, ଭଦ୍ରକ ୭, ବଲାଙ୍ଗିର ୧ ଓ କଟକରୁ ୬୨ ଜଣ ଚିହ୍ନଟ ହୋଇଛନ୍ତି । ଦେବଗଡରୁ ୧, ଢେଙ୍କାନାଳ ୮, ଗଞ୍ଜାମ ୨, ଜଗତସିଂହପୁର ଜିଲାରେ ୨୩ ଜଣ ଚିହ୍ନଟ ହୋଇଛନ୍ତି । ସେହି ସମୟ ମଧ୍ୟରେ ଯାଜପୁରରେ ୧୬, ଝାରସୁଗୁଡା ୨, କଳାହାଣ୍ଡି ୭, କେନ୍ଦ୍ରାପଡା ୪, କେନ୍ଦୁଝର ୫, ଖୋର୍ଦ୍ଧାରେ ୨୦୦ ଚିହ୍ନଟ ହୋଇଛନ୍ତି । କୋରାପୁଟ ଜିଲାରେ ୪, ମୟୁରଭଞ୍ଜ ୨୩, ନୟାଗଡ ୨, ପୁରୀ ୧୬, ସମ୍ବଲପୁରରେ ୧୧ ଚିହ୍ନଟ ହୋଇଛନ୍ତି । ଏଥିସହିତ ସୋନପୁରରେ ୨, ସୁନ୍ଦରଗଡ ୫ ଓ ଷ୍ଟେଟପୁଲରୁ ୪୫ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ୫୫୯ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସଂପ୍ରତି ୫୫୫୬ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories