www.samajalive.in
Thursday, December 11, 2025
13.1 C
Bhubaneswar

ବରିଷ୍ଠ ନେତା ନଟବର ସିଂହଙ୍କ ବିସ୍ଫୋରକ ବୟାନ-କଂଗ୍ରେସ କହିଲେ ଗାନ୍ଧୀ ପରିବାରକୁ ବୁଝାଉଛି; ପଞ୍ଜାବ ସଙ୍କଟ ପାଇଁ ସେମାନେ ଦାୟୀ

ନୂଆଦିଲ୍ଲୀ: ଗତ କିଛିଦିନ ଧରି ପଞ୍ଜାବ କଂଗ୍ରେସରେ ଯେଉଁଭଳି ସଙ୍କଟ ଲାଗିରହିଛି ଏବଂ ଘଡିକେ ଘୋଡା ଛୁଟୁଛି, ତାହାକୁ ନେଇ ଏବେ ସମସ୍ତେ କଂଗ୍ରେସର ନେତୃତ୍ୱ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବାରେ ଲାଗିଛନ୍ତି । ଏଭଳି ଏକ ପରିସ୍ଥିତିରେ ଦଳର ବର୍ଷିଆନ ଏବଂ ଅଭିଜ୍ଞ ନେତା ନଟବର ସିଂହ ଏକ ବିସ୍ଫୋରକ ବୟାନ ଦେଇ ଏହି ବିବାଦକୁ ଅଧିକ ତେଜେଇଛନ୍ତି । ନଟବର କହିଛନ୍ତି ଯେ, କଂଗ୍ରେସ କହିଲେ ଏବେ ସୋନିଆ, ରାହୁଳ, ପ୍ରିୟଙ୍କାଙ୍କ ଆଦି ଗାନ୍ଧୀ ପରିବାରକୁ ବୁଝାଉଛି । ସେମାନଙ୍କ ସ୍ଥାନ କେହି ନେଇପାରିବେ ନାହିଁ । ପଞ୍ଜାବ କଂଗ୍ରେସରେ ଯେଉଁ ସଙ୍କଟ ସୃଷ୍ଟି ହୋଇଛି, ସେଥିପାଇଁ ସେମାନେ ଦାୟୀ । ନଟବର ଏକଥା ମଧ୍ୟ କହିଛନ୍ତି ଯେ ରାହଳୁ ଗାନ୍ଧୀ ସଂସଦରେ ୨୦୦୨ରୁ ରହିଛନ୍ତି ଏବଂ ସେ କୌଣସି ପଦ ପଦବୀରେ ନଥିଲେ ମଧ୍ୟ ସବୁକିଛି ସେ ନିୟନ୍ତ୍ରଣ କରୁଛନ୍ତି ।

ଗୁରୁବାର ଦିନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ୯୦ ବର୍ଷ ବୟସ୍କ ନଟବର ସିଂହ କହିଛନ୍ତି, ସମୁଦାୟ ଦେଶ ଏବେ ପଞ୍ଜାବରେ ନେତୃତ୍ୱ ସଙ୍କଟ ଦେଖୁଛି । ଏହା କେବଳ ରାଜ୍ୟ ପାଇଁ ନୁହେଁ, ସମଗ ଦେଶରେ କଂଗ୍ରେସ ପାଇଁ ସଙ୍କଟ ହୋଇଛି । କାରଣ କଂଗ୍ରେସ ଦଳ କହିଲେ କେବଳ ଗାନ୍ଧୀ ପରିବାରକୁ ବୁଝାଉଛି । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା କ୍ୟାପଟେନ ଅମରିନ୍ଦର ସିଂ କଂଗ୍ରେସ ଦଳ ଛାଡିବା ବିଷୟ ଘୋଷଣା କରିବା ପରେ ନଟବର ଏଭଳି ପ୍ରତିକ୍ରିୟା ରଖିଛନ୍ତିି । ସେ କହିଛନ୍ତି, ଦଳ ଭିତରେ ସାଂପ୍ରତିକ ପରିସ୍ଥିତି ପାଇଁ ଦଳର ନେତୃତ୍ୱ ଦାୟୀ । ଏକ ସମୟରେ ସେମାନେ ଲୋକସଭାରେ ୪୦୩ ସଦସ୍ୟଙ୍କ ସହିତ ଶାସନ କରୁଥିଲେ, ଏବେ ସେହି ସଂଖ୍ୟା ୫୨ରେ ସୀମିତ । ଏଥିପାଇଁ ଦାୟୀ କିଏ ବୋଲି ପ୍ରଶ୍ନ କରିବା ସହିତ ନଟବର କହିଛନ୍ତି, ସୋନିଆ, ରାହୁଲ ଓ ପ୍ରିୟଙ୍କା ଏଥିପାଇଁ ଦାୟୀ । ଏମାନଙ୍କୁ କେହି ବଦଳାଇ ପାରିବେ ନାହିଁ । ସେମାନଙ୍କୁ କେହି ଠେଲି ବାହାର ମଧ୍ୟ କରିପାରିବେ ନାହିଁ । ସେମାନେ ବଞ୍ଚିଥିବା ଯାଏ ପଦ ପଦବୀରେ ରହିଥିଲେ । କାରଣ ସେମାନଙ୍କ ଉତ୍ତରାଧିକାରୀଙ୍କ କ୍ଷେତ୍ରରେ କୌଣସି ବୁଝାମଣା ହେବନାହିଁ । ଯଦି ସେଭଳି କିଛି ପରିସ୍ଥିତି ସୃଷ୍ଟିହୁଏ ତେବେ ସେମାନେ ନିଜର ଉତ୍ତରାଧିକାରୀ ବାଛିବେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories