www.samajalive.in
Sunday, December 14, 2025
15.1 C
Bhubaneswar

ଓଜେଇଇ ଫଳ ପ୍ରକାଶ, ବି.ଟେକ୍‌ରେ ପୀୟୂଷ ପ୍ରଥମ

ଭୁବନେଶ୍ବର: ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଦ୍ବାରା ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା ଫଳ ବୁଧବାର ସନ୍ଧ୍ୟାରେ ପ୍ରକାଶ ପାଇଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଲୋକସେବା ଭବନରେ ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ଏ ବର୍ଷ ସମୁଦାୟ ୬୫,୭୬୩ ପରୀକ୍ଷାର୍ଥୀ ପଞ୍ଜୀକରଣ କରିଥିବା ବେଳେ ୪୯,୩୬୦ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ। ତନ୍ମଧ୍ୟରୁ ୪୯,୨୭୯ ଛାତ୍ରଛାତ୍ରୀ ନାମ ଲେଖାଇବା ନିମନ୍ତେ ସ୍ଥାନ(ରାଙ୍କ) ପାଇଛନ୍ତି।

୨୦୨୧-୨୦୨୨ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ବୈଷୟିକ ବିଶ୍ବବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ପରି ଶିକ୍ଷାନୁଷ୍ଠାନରେ ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ହୋଇଥିଲା। ବି.ଟେକରେ ପିୟୂଷ ଚାନ୍ଦୁକା ଶୀର୍ଷସ୍ଥାନ ହାସଲ କରିଥିବା ବେଳେ ଏମବିଏରେ ଆଶୁତୋଷ ରଥ, ଏମସିଏରେ ନିଶିକାନ୍ତ ପରିଡା, ଇଣ୍ଟିଗ୍ରେଟେଡ ଏମବିଏରେ ରୁଦ୍ରପ୍ରସାଦ ରଥ, ଏମ. ଫାର୍ମାରେ କେ.ସଞ୍ଜନା ସୁବୁଦ୍ଧି, ଏମ୍‌. ଆର୍କରେ ପ୍ରଣବ ଚନ୍ଦ୍ର ବିନ୍ଧାଣି, ଏମ. ପ୍ଲାନରେ ବିଶ୍ବଜିତ ସ୍ବାଇଁ, ବି.ଫାର୍ମାରେ ଲକ୍ଷ୍ମୀପ୍ରିୟା ସେନାପତି, ଲାଟେରାଲ ଟେକ୍ (ଡିପ୍ଲୋମା)ରେ ପିଙ୍କିନାରଣି ସାହୁ, ଲାଟେରାଲ ଟେକ୍ (ବି.ଏସସି)ରେ ଦୀପକ ଶ, ଲାଟେରାଲ ଫାର୍ମାରେ ଗୁଣକର ସାହୁ ଶୀର୍ଷ ସ୍ଥାନରେ ରହିଛନ୍ତି। ସିଲିଭ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସୌମ୍ୟା ସାହୁ ଶୀର୍ଷ ସ୍ଥାନରେ ଥିବାବେଳେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସତ୍ୟବ୍ରତ ସାହୁ, ମେକାନିକାଲ ଇଞ୍ଜିନିୟରିଂରେ ମଳୟ କୁମାର ଓଝା, କମ୍ପ୍ୟୁଟର ବିଜ୍ଞାନ ଇଞ୍ଜିନିୟରିଂରେ ସୌମ୍ୟ ସଙ୍କେତ ପାତ୍ର, ଇଲେକଟ୍ରୋନିକ୍ସ ଓ କମ୍ୟୁନିକେସନ ଇଞ୍ଜିନିୟରିଂରେ ଦୀପକ କୁମାର ପୃଷ୍ଟି, କେମିକାଲ ଇଞ୍ଜିନିୟରିଂରେ ସମ୍ବିତ ନାୟକ, ମେଟାଲର୍ଜିକାଲ ଇଞ୍ଜିନିୟରିଂରେ ସମ୍ବିତ କୁମାର ସାହୁ, ପରିବେଶ ଇଞ୍ଜିନିୟରିଂରେ ଅମିତ କର, ବାଓଟେକ୍ନୋଲୋଜିରେ ସୁସ୍ମିତା ପତି, ପ୍ଲାଷ୍ଟିକ ଇଞ୍ଜିନିୟରିଂରେ ସାଇସ୍ବପ୍ନା ରାଉତରାୟ, ଟେକ୍ସଟାଇଲ ଇଞ୍ଜିନିୟରିଂରେ ଅଜିତ କୁମାର ସାହୁ ଶୀର୍ଷସ୍ଥାନ ହାସଲ କରିଛନ୍ତି।

- Advertisement -

ବି.ଟେକରେ ୧୦,୧୨୭ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ୬୯୫୪ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୬୯୩୧ ବିଦ୍ୟାର୍ଥୀ ରାଙ୍କ ପାଇଛନ୍ତି। ବି.ଫାର୍ମା ପାଇଁ ୧୩,୨୦୬ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ୧୦୪୬୧ ପରୀକ୍ଷା ଦେଇଥିବା ବେଳେ ୧୦,୪୪୧ ଛାତ୍ରଛାତ୍ରୀ ରାଙ୍କ ପାଇଛନ୍ତି। ଲାଟେରାଲ ଟେକ୍‌ (ଡିପ୍ଲୋମା)ପାଠ୍ୟକ୍ରମ ନିମନ୍ତେ ୧୭,୪୨୪ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ୧୪,୧୮୯ ପରୀକ୍ଷାରେ ଭାଗ ନେଇଥିବାବେଳେ ୧୪,୧୬୮ ରାଙ୍କ ପାଇଛନ୍ତି। ଏମବିଏ ପାଇଁ ୧୧,୩୧୬ ବିଦ୍ୟାର୍ଥୀ ପଞ୍ଜୀକରଣ କରିଥିବା ବେଳେ ୮୨୦୪ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ୮୧୮୯ ପରୀକ୍ଷାର୍ଥୀ ରାଙ୍କ ହାସଲ କରିଛନ୍ତି। ଏମସିଏରେ ୬୩୨୧ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୫୨୮୧ ପରୀକ୍ଷାରେ ଭାଗ ନେଇଥିଲେ। ୫୨୮୧ ଜଣ ପରୀକ୍ଷାର୍ଥୀ କୃତିତ୍ବ ଅର୍ଜନ କରି ରାଙ୍କ ପାଇଛନ୍ତି। ରାଙ୍କ ପାଇଥିବା ଛାତ୍ରଛାତ୍ରୀ ଓଜେଇଇ ୱେବସାଇଟ୍‌ (www.ojee.nic.in)କୁ ଲଗଇନ କରି ରାଙ୍କ ପତ୍ର ବାହାର କରିପାରିବେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories