www.samajalive.in
Sunday, December 14, 2025
23.1 C
Bhubaneswar

ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ହେବାକୁ କୁମ୍ବଲେ ଅରାଜି

ମୁମ୍ବଇ: ଆସନ୍ତା ଟ୍ବେଣ୍ଟି୨୦ ବିଶ୍ବକପ୍‌ ପରେ ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସମାପ୍ତ ହେଉଛି। ତାଙ୍କ ସ୍ଥାନରେ ପୂର୍ବତନ ଭାରତୀୟ ଅଧିନାୟକ ତଥା ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ଅନୀଲ କୁମ୍ବଲେଙ୍କୁ ଏହି ଦାୟିତ୍ବ ଦେବାକୁ ବିସିସିଆଇ ପ୍ରାୟ ମନସ୍ଥ କରି ସାରିଥିଲା। ତେବେ ଏହି ଦାୟିତ୍ବ ନେବାକୁ କୁମ୍ବଲେ ରାଜିନାହାନ୍ତି ବୋଲି ବୋର୍ଡ ମଧ୍ୟସ୍ଥ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜାଣିବାକୁ ମିଳିଛି। ପୁଣି ବିସିସିଆଇର କିଛି କର୍ମକର୍ତ୍ତା କୁମ୍ବଲେଙ୍କୁ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ଦେବାକୁ ଆଗ୍ରହୀ ନାହାନ୍ତି। କାରଣ କୁମ୍ବଲେ ମୁଖ୍ୟ ପ୍ରଶିକ୍ଷକ ଥିବା ବେଳେ ଭାରତୀୟ କ୍ରିକେଟ୍‌ ଦଳର ପ୍ରଦର୍ଶନ ସେପରି ଭଲ ନଥିଲା।

ବିସିସିଆଇ ମଧ୍ୟସ୍ଥ ସୂତ୍ରରୁ ପ୍ରକାଶ ଯେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ହିଁ କୁମ୍ବଲେଙ୍କୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ କରିବାକୁ ଆଗ୍ରହୀ ଅଛନ୍ତି। ତେବେ କୁମ୍ବଲେ ଏଥିପାଇଁ ଆଗ୍ରହୀ ନାହାନ୍ତି କିମ୍ବା ବୋର୍ଡର ଅନ୍ୟ କର୍ମକର୍ତ୍ତା ମଧ୍ୟ କୁମ୍ବଲେଙ୍କୁ ପସନ୍ଦ କରୁନାହାନ୍ତି। ପୂର୍ବଥର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିବା ବେଳେ ଭାରତୀୟ ଦଳରେ ଥିବା ବିରାଟ କୋହଲିଙ୍କ ପରି ଖେଳାଳିଙ୍କ ସହ କାମ କରିବାକୁ କୁମ୍ବଲେ ଚାହାନ୍ତିନାହିଁ। ଅନ୍ୟପକ୍ଷରେ କୁମ୍ବଲେ ଆଇପିଏଲ୍‌ରେ ପଞ୍ଜାବ କିଙ୍ଗ୍‌ସର ମୁଖ୍ୟ ପ୍ରଶିକ୍ଷକ ହେବା ପରଠାରୁ ପଞ୍ଜାବ ପ୍ଲେଅଫ୍ ଖେଳିବାକୁ ମଧ୍ୟ ଯୋଗ୍ୟତା ଅର୍ଜନ କରିନାହିଁ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories