www.samajalive.in
Sunday, December 14, 2025
26.1 C
Bhubaneswar

ଆଜି ସରିବ +୩ ନାମଲେଖା, ଆସନ୍ତା ସପ୍ତାହରେ ସ୍ପଟ୍‌ ନାମଲେଖା

ଭୁବନେଶ୍ବର: ସ୍ନାତକ(+୩) ମହାବିଦ୍ୟାଳୟରେ ନାମଲେଖା ପାଇଁ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକାରେ ଥିବା ଛାତ୍ରଛାତ୍ରୀ ନାମଲେଖା ଆଜି ଶେଷ ହେବ। ଦ୍ବିତୀୟ ପର୍ଯ୍ୟାୟରେ ୪୦ ହଜାର ୬୧୧ ଜଣଙ୍କୁ ମନୋନୟନ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ମୋଟ ୧୫ ହଜାର ୨୩୨ ଜଣ ଉପରିସ୍ଥ ମହାବିଦ୍ୟାଳୟକୁ ଯିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। କଳାରେ ୨୩ ହଜାର ୩୪୬, ଭୌତିକ ବିଜ୍ଞାନରେ ୬ ହଜାର ୯୪୪, ବାୟୋଲୋଜିକାଲ ସାଇନ୍ସରେ ୫ ହଜାର ୮୨୮, ବାଣିଜ୍ୟରେ ୩ ହଜାର ୭୭୧, ସଂସ୍କୃତରେ ୨୩୭ ଓ ସେଲ୍ଫ ଫାଇନାନ୍ସିଂରେ ୪୮୫ଜଣ ଯୋଗ୍ୟ ବିବେଚିତ ହୋଇଥିଲେ। ବୁଧବାର ସୁଦ୍ଧା ରାଜ୍ୟର ୧୦୨୨ ମହାବିଦ୍ୟାଳୟରେ କଳା,ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା, ସଂସ୍କୃତ, ସେଲ୍ଫ ଫାଇନାନ୍ସିଂ(ନିଜସ୍ବ ଦେୟ) ପାଠ୍ୟକ୍ରମରେ ମୋଟ ୧ ଲକ୍ଷ ୪୫ ହଜାର ୨୦୫ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ମୋଟ ୨ ଲକ୍ଷ ୪୯ ହଜାର ୬୦୩ ଆସନ ମଧ୍ୟରୁ ପ୍ରାୟ ୧ ଲକ୍ଷ ୪ ହଜାର ଆସନ ଖାଲି ରହିଛି।

ଆଜି ନାମଲେଖାର ଶେଷ ଦିବସ ରହିଛି। ନାମଲେଖା ସରିବା ପରେ ଆସନ୍ତାକାଲି ସନ୍ଧ୍ୟା ୭ଟା ସୁଦ୍ଧା ନାମଲେଖା ସମ୍ବନ୍ଧୀୟ ଚୂଡ଼ାନ୍ତ ତଥ୍ୟ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ସାମ୍ସ ୱେବ୍‌ସାଇଟ୍‌ରେ ଦାଖଲ କରିବେ। ୧୦୨୨ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ତଥ୍ୟ ଦାଖଲ ହେବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖାଲିଥିବା ବଳକା ସିଟ୍‌(ଆସନ) ପାଇଁ ତତ୍‌କାଳ(ସ୍ପଟ୍‌) ନାମଲେଖା ତାରିଖ ଘୋଷଣା କରିଯିବ। ସ୍ପଟ୍‌ ନାମଲେଖା ସମ୍ବନ୍ଧୀୟ ନିୟମାବଳୀ ଓ ତାରିଖ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories