BJD Bijuli 480×75 Mob

ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଆକ୍ରମଣ

BJD Bijuli 480×75 Mob

ପୁରୀ: ବ୍ରହ୍ମଗିରି ଥାନା ଅନ୍ତର୍ଗତ ବଡ଼ବନ୍ଧକେରା ଗାଁରେ ପୁର୍ବ ଶତ୍ରୁତାକୁ ନେଇ ଜଣେ ଯୁବକଙ୍କୁ ଆକ୍ରମଣ ହୋଇଛି। ତାଙ୍କ ନାମ ମନୋଜ ପାଣି ବୋଲି ପୁଲିସ ସୂଚନା ଦେଇଛି। ଚିକିତ୍ସା ପାଇଁ ତାଙ୍କୁ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗାଁରେ ଏବେ ପୁଲିସ ମୁତୟନ ରହିଛି। ଅପ୍ରେଲ ମାସରେ ହୋଇଥିବା ଯନ୍ତାଳ ଭୋଗ ବେଳେ ବୋମାମାଡ଼ ହୋଇଥିଲା। ସେଥିରେ ମନୋଜଙ୍କ ଗୋଟେ ହାତ ମଧ ନଷ୍ଟ ହୋଇ ଯାଇଛି। ସେ କିଛି ଦିନ ହେବ ଭଲ ହୋଇ ଗାଁକୁ ଫେରିଥିଲେ। ତେବେ ମଙ୍ଗଳବାର ରାତି ପ୍ରାୟ ୧୧ଟା ବେଳେ ମନୋଜ ପରିସ୍ରା କରୁଥିବା ବେଳେ ପୁଣି ତାଙ୍କ ଉପରେ ଆକ୍ରମଣ ହୋଇଥିବା ପୁଲିସ ସୂଚନା ଦେଇଛି।

Comments are closed.