www.samajalive.in
Tuesday, December 9, 2025
26.1 C
Bhubaneswar

ଓ ଏମ ସି କମ୍ପାନୀକୁ ବିରୋଧ କରି ଭାରତର କମ୍ୟୁନିଷ୍ଟ ପାର୍ଟିର ବୈଠକ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଓ କାଶୀପୁର ବ୍ଲକ ସୀମାନ୍ତ ଗୋଡିବାଲି ପଞ୍ଚାୟତର କଞ୍ଜ।ଙ୍ଗ ମାଣ୍ଡି ଠାରେ ସିପିଆଇ (ଏମ ଏଲ) ଲିବରେସନ ତରଫରୁ ଓ ଏମ ସି କମ୍ପାନୀକୁ ବିରୋଧକରି ଏକ ଜରୁରୀ ବୈଠକ କରାଯାଇଛି । ସି ପି ଆଇ (ଏମ ଏଲ)ଲିବରେସନର ରାଜ୍ୟ କମିଟି ସଦସ୍ୟ କମରେଡ଼ ରାମଚନ୍ଦ୍ର ପ୍ରାସ୍କା ଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଜିଲା କମିଟି ସଦସ୍ୟ ଆଶ୍ରିକା ଅଟକା, କାଶୀପୁର ର ବ୍ଲକ ସଭାପତି କମରେଡ଼ ବଳି ମାଝୀ ମଞ୍ଚାସିନ ରହିଥିଲେ ।ଏଥିରେ ମୁଖ୍ୟତଃ ଆଲୋଚନା ବିଷୟ ବାସଙ୍ଗମାଳି ରେ ହେବାକୁଥିବା ଓ ଏମ ସି କମ୍ପାନୀକୁ ଘୋର ବିରୋଧ କରିବା ସହ ଅଞ୍ଚଳରେ ଥିବା ଅନେକ ଚିରସ୍ରୋତା ଝରଣା, ଭିଟା ମାଟି, ପାଣିପାବନ,ଜଙ୍ଗଲ ଓ ପରିବେଶ, ଜମିବାଡ଼ି ଜୀବନ ଜୀବିକା ଅନେକ କ୍ଷୟକ୍ଷତି ହେବ ।କମ୍ପାନୀ ହେଲେ ଗ୍ରାମପଞ୍ଚାୟତର ଅନେକ ଗ୍ରାମବାସୀ ବାସସ୍ଥାନ ହରାଇବେ ।ବାସଙ୍ଗମାଳିରେ ଓ ଏମ ସି କମ୍ପାନୀ ଖନନ ଏବଂ ନୂଆବାସୁ ମାଳି ଖନନ କମ୍ପାନୀ କରିବା ସ୍ୱପ୍ନ ଦେଖିବା ଭୁଲିଯାଉ ତା ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ପଛଘୁଞ୍ଚା ଦେବୁନାହିଁ ବୋଲି ବୈଠକରେ ଆଲୋଚନା କରିଛନ୍ତି ।
ପୂର୍ବରୁ ଅନେକ ପ୍ରତିଶ୍ରୁତି ଦେଇ ଆସୁଥିବା ଉତ୍କଳ ଆଲୁମିନା କାଶୀପୁର ବ୍ଲକରେ କୌଣସି ଉନ୍ନୟନ ମୂଳକ କାର୍ୟ୍ୟ କରିନାହିଁ । ବହୁତ ଶିକ୍ଷିତ ଯୁବକ ଯୁବତୀ କାମଧନ୍ଦା ନପାଇ ବେସାହାରା ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଉଛନ୍ତି ।ବିସ୍ଥାପିତ, ପ୍ରଭାବିତ ଗ୍ରାମାଞ୍ଚଳ ମାନଙ୍କରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡୁଛି ।ଉତ୍କଳ ଆଲୁମିନା ଶିକ୍ଷାର ପଦକ୍ଷେପ କରିପାରୁନି ବୋଲି କମରେଡ଼ ବିଜୟ କୁମାର ମାଝୀ ତୀବ୍ର ନିନ୍ଦା ଓ ପ୍ରତିବାଦ କରି ସମାଲୋଚନା କରିଛନ୍ତି ।ଏଥିରେ ସିପିଆଇ (ଏମ ଏଲ) ଲିବରେସନ କର୍ମକର୍ତ୍ତା ଓ ବହୁସଂଖ୍ୟାରେ ଅଞ୍ଚଳ ବାସୀ ଉପସ୍ଥିତ ରହିଥିଲେ । କମରେଡ଼ ଲାଚାନା ମାଡ଼ଙ୍ଗା ଅତିଥି ପରିଚୟ ଦେଇଥିବା ବେଳେ କମରେଡ଼ ଚୈତନ୍ୟ ଗରଡ଼ିଆ ଧନ୍ୟବାଦ ଦେଇଥିଲେ ।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories