www.samajalive.in
Sunday, December 14, 2025
16.1 C
Bhubaneswar

୪୮ଘଣ୍ଟା ପରେ ମୃତ ଦନ୍ତା ଉଦ୍ଧାର

କଟକ/ଜଗତପୁର : ମହାନଦୀର ମୁଣ୍ଡଳିରୁ ନିଖୋଜ ହେବାର ୪୮ଘଣ୍ଟା ପରେ ଦନ୍ତା ହାତୀର ମୃତଦେହ ମିଳିଛି। ରବିବାର ସକାଳେ ମୃତ ହାତୀଟି ଯୋବ୍ରା ଆନିକଟର ୨୪ନମ୍ବର ଫାଟକରେ ଚାପି ହୋଇ ରହିଥିବା ଦେଖିବାକୁ ମିଳିଥିଲା। ଖବରପାଇ ଜଗତପୁର ପୁଲିସ ବନ ବିଭାଗକୁ ଖବର ଦେଇଥିଲା। ବନ ସଂରକ୍ଷଣ ମୁଖ୍ୟ ଅଧିକାରୀ ଶଶି ପଲ୍‍ ଓ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଦୀର୍ଘ ୭ଘଣ୍ଟା ପରେ ଫାଟକରେ ଲାଗିରହିଥିବା ଦନ୍ତା ହାତୀକୁ ବାହାର କରିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଫାଟକ ଖୋଲା ଯାଇଥିଲା। ଫାଟକ ଖୋଲିବା ପରେ ଆନିକଟ ଦେଇ ହାତୀଟି ନଦୀ ସ୍ରୋତରେ ଭାସି ପ୍ରାୟ ୭କି.ମି ଦୂର ସାତବାଟିଆ ନଦୀକୂଳ ଠାରୁ ୩ଶହ ମିଟର ଦୂରରେ ରହିଥିବା ପଠାରେ ଲାଗି ଯାଇଥିଲା। ମୃତଦନ୍ତାକୁ ଉଦ୍ଧାର କରିବା ପାଇଁ ୨ଟି ଦେଶୀ ଡଙ୍ଗା ଦ୍ୱାରା ସ୍ଥାନୀୟ ଯୁବକଙ୍କ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରିରଖିଛନ୍ତି। ସନ୍ଧ୍ୟା ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ହୋଇପାରିନଥିଲା । ହାତୀ ଭାସିଯିବା ଆଶଙ୍କାରେ ତାର ଗୋଡ ଓ ପେଟରେ ରଶି ବାନ୍ଧି ଖୁଣ୍ଟ ସାହାଯ୍ୟରେ ରଖାଯାଇଛି । ଆସନ୍ତାକାଲି ଉଦ୍ଧାର କାର୍ଯ୍ୟ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ଶୁକ୍ରବାର ଭୋରରୁ ୧୭ରୁ ୨୦ ଟିକିଆ ଏକ ହାତୀ ପଲ ଆଠଗଡ଼ ପଟୁ ମହାନଦୀରେ ପଶିଥିଲେ। ସେମାନେ ବାଙ୍କୀ ଦେଇ ଚନ୍ଦକା ଜଙ୍ଗଲ ଅଭିମୁଖେ ଯାଇଥାନ୍ତେ ବୋଲି ସୂଚନା ମିଳିଛି। ନଦୀରେ ଜଳସ୍ତର ଅଧିକା ଥିବା ବେଳେ ପାଣିର ସୁଅରେ ହାତୀପଲ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ଦନ୍ତାହାତୀ ମୁଣ୍ଡଳି ଆନିକଟ ନିକଟରେ ଲାଗି ରହିଥିଲା। ମହାନଦୀରେ ଜଳସ୍ରୋତ ପ୍ରଖର ଥିବାରୁ ହାତୀକୁ ଉଦ୍ଧାର କରିବା ଜଟିଳ ହୋଇପଡିଥିଲା। ଶୁକ୍ରବାର ରାତିରେ ମୁଣ୍ଡଳି ନିକଟରୁ ହାତୀଟି ଭାସିଯାଇଥିଲା। ହାତୀଟିର କୌଣସି ପତ୍ତା ମିଳିନଥିଲା। ହାତୀକୁ ଖୋଜାଖୋଜି କରିବା ପରେ ତାର କୌଣସି ସନ୍ଧାନ ନ ମିଳିବାରୁ ବନବିଭାଗ ପକ୍ଷରୁ ମଧୁସେତୁ ନିକଟରେ ଜଗି ରହିଥିଲେ। ଏହାସତ୍ତ୍ବେ କୌଣସି ସନ୍ଧାନ ନ ପାଇବାରୁ ହାତୀ ମୃତ କି ଜୀବିତ ତାହାକୁ ନେଇ ବନ ବିଭାଗ କର୍ମଚାରୀ ଦ୍ବନ୍ଦ୍ବରେ ରହିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories