www.samajalive.in
Sunday, December 14, 2025
19.1 C
Bhubaneswar

ବିଜେପିରେ ଯୋଗଦେଲେ ଦଳିିତ ନେତା

ପିପିଲି:ପିପିଲି ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ବାତାବରଣ ସେତିକି ଉଷ୍ମ ହେବାରେ ଲାଗିଛି। ନିଜର ଭୋଟ୍‍ହାର ବଢାଇବା ଲକ୍ଷ୍ୟରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଓ ନେତାମାନଙ୍କୁ ରାଜନୈତିକ ଦଳଗୁଡିକ ଏବେ ଆପଣାଇବା କାମରେ ଲାଗିଛନ୍ତି।
ପିପିଲିର ଜଗନ୍ନାଥପୁର ଗ୍ରାମରେ ବିଜେପି ପକ୍ଷରୁ ଆୟୋଜିତ ଏକ ମହାମିଶ୍ରଣ ପର୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଭରସା କରି ଓ ବିଜେପି ଦଳର ନିତୀ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳିତମାନଙ୍କର ସାମଗ୍ରିକ ବିକାଶ ଲକ୍ଷ୍ୟରେ ଜାତୀୟ ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ମହାସଂଘର ରାଜ୍ୟ ସଭାପତି ବିଜୟ ସେଠୀଙ୍କ ନେତୃତ୍ୱରେ ୩୦ରୁ ଉର୍ଦ୍ଧ ଦଳିତନେତା ଓ ନେତ୍ରୀମାନେ ସେମାନଙ୍କ ସହକର୍ମୀଙ୍କ ସହ ବିଜେପି ଦଳରେ ଯୋଗ ଦେଇଛନ୍ତି। ମହାସଂଘର ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସୋନିଲତା ସେଠୀ, ମହିଳାନେତ୍ରୀ ଗୀତା ମଲ୍ଲିକ, ଲକ୍ଷ୍ମୀପ୍ରିୟା ବେହେରା, ସରୋଜିନୀ ସେଠୀ, ବନିତା ମଲ୍ଲିକ, ଦଳିତନେତା ପ୍ରମୋଦ ବେହେରା, ସରିତା ମଲ୍ଲିକ, ଗୋବିନ୍ଦପୁରର କୁନି ବେହେରା, ସଁପୁର ର କୁନ୍ତଳା ସେଠୀ, ସବିତା ନାୟକ, ମଙ୍ଗଳପୁରର ମୀନା ସେଠୀ, ମନି ବେହେରା, କବିତା ବେହେରା, ସାତଶଙ୍ଖର ମାମା ବେହେରା, ରମା ବେହେରା, ପିପିଲିର ପ୍ରକାଶ ଭୋଇ, ଘୋରଡିଆର ରମେଶ ବେହେରା ଏବଂ ହରିରାଜପୁର ର ରଶ୍ମିତା ବେହେରା ପ୍ରମୁଖ ଦଳିତ ନେତା ଓ ନେତ୍ରୀମାନେ ନିଜନିଜ ସଂଗଠନର ୩ଶହରୁ ଉର୍ଦ୍ଧ ସଦସ୍ୟଙ୍କ ସହ ବିଜେପି ଦଳରେ ଯୋଗ ଦେଇଛନ୍ତି।

ଜଗନ୍ନାଥପୁର ମଣ୍ଡଳ ସଭାପତି ସୁଧୀର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଓଡିଶା ସହ-ପ୍ରଭାରୀ ସାଂସଦ ବିଜୟ ସିଂ ତୋମାର, ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡାକ୍ତର ସମ୍ବିତ ପାତ୍ର, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ସାରସକୋଣା ବିଧାୟକ ଡାକ୍ତର ବୁଢାନ ମୁର୍ମୁ, ଉଦଳା ବିଧାୟକ ଭାସ୍କର ମଢେଇ, ପିପିଲି ଉପନିର୍ବାଚନର ବିଧାୟକ ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ମୋଦୀ ସରକାରଙ୍କ ବିଭିନ୍ନ ଗରୀବକଲ୍ୟାଣ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ। ଦଳରେ ଯୋଗ ଦେଇଥିବା ସମସ୍ତ ଦଳିତ ନେତା ଓ ନେତ୍ରୀମାନଙ୍କୁ ଅତିଥିମାନେ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ସରକାର ଦଳିତମାନଙ୍କୁ ସାବତପୁଅ ଦୃଷ୍ଟିରେ ଦେଖୁଛନ୍ତି ବୋଲି ମହାସଂଘର ରାଜ୍ୟ ସଭାପତି ବିଜୟ ସେଠୀ ଅଭିଯୋଗ କରିଥିଲେ। ଫଣି’ ମହାବାତ୍ୟାରେ କ୍ଷତିଗ୍ରସ୍ତ ଅଧିକାଂଶ ଦଳିତ ପରିବାର ଅଦ୍ୟାବଧି ସରକାରୀ ସହାୟତାରୁ ବଞ୍ôଚତ ହୋଇ ଭଙ୍ଗା ଚାଳଘର ଉପରେ ଜରି ବାନ୍ଧି ରହୁଥିବାର ସେ ଗୁରୁତର ଅଭିଯୋଗ କରିଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories