www.samajalive.in
Saturday, December 6, 2025
15.1 C
Bhubaneswar

ପୁଣ୍ୟତୋୟା ବୈତରଣୀ କୂଳ ଗ୍ରାମ ଶ୍ମଶାନରେ ହେଲା ଅରିନ୍ଦମଙ୍କ ଶେଷ କୃତ୍ୟ ସଂପନ୍ନ

ପାଟଣା  : ଗତକାଲି ଓଟିଭିର ସାମ୍ବାଦିକ ଅରିନ୍ଦମ ଦାସ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ବୋଟ ଓଲଟି ପଡିବାରୁ ଅକାଳ ବିୟୋଗ ଘଟିଥିଲା।  ତେବେ ଆଜି ତାଙ୍କର ଜନ୍ମମାଟି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଇକଳା ଗାଁ ନିକଟ ବୈତରଣୀ ନଦୀକୂଳ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଛି । ସୂଚନା ଥାଉକି ଗତକାଲି କଟକ ସ୍ଥିତ ମୁଣ୍ଡଳି ବ୍ୟାରେଜ୍‌ ନିକଟରେ ଓଟିଭି ରିପୋଟର ଅରିନ୍ଦମ ଦାସ ଓ ତାଙ୍କର କ୍ୟାମେରା ମ୍ୟାନ ହାତୀ ଉଦ୍ଧାରର ନ୍ୟୁଜ କଭରେଜ କରିବା ପାଇଁ ଓଡ୍ରାଫ ଟିମ ସହ ବୋଟରେ ଯାଇଥିଲେ। ହେଲେ ବୋଟ ଓଲିଟି ପଡିବାରୁ ରିପୋଟର ଅରିନ୍ଦମ ନଦୀରେ ବୁଡ଼ିଯାଇ ମୃତ୍ୟୁ ହୋଇଥିଲା। ଆଜି ଭୋରରୁ ଅରିନ୍ଦମଙ୍କ ମୃତଦେହ ନିଜ ଗାଁ ରାଇକଳାରେ ରେ ପହଁଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।
ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ପାଟଣା ବିଧାୟକ ଜଗନ୍ନାଥ ନାୟକ, ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର,ଜିଲ୍ଲା ବିଜେଡି ସଭାପତି ମାଧବ ସରଦାର, ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାୟକ, ଜିଲ୍ଲା ଓକିଲ ସଂଘ ସଭାପତି ଆଶିଷ ଚକ୍ରବର୍ତ୍ତୀ, ଯୁବ ନେତା ଦେବାଶିଷ ପାତ୍ର, ରାଜନଗର ସରପଞ୍ଚ ସରସ୍ଵତୀ ନାଏକ, ଶିକ୍ଷାବିତ ଅକ୍ଷୟ ନାରାୟଣ ମିଶ୍ର, ବ୍ଲକ କଂଗ୍ରେସ ସଭାପତି ଶତ୍ରୁଘ୍ନ ସିଂହ, ସମାଜସେବୀ ଇଂ ବିଦ୍ୟାଧର ଦାଶ, ଶିକ୍ଷକ ସଂଘ ନେତା କମଳାକାନ୍ତ ପତି ଓ ପ୍ରମୋଦ କୁମାର ମହାନ୍ତ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଅରିନ୍ଦମଙ୍କ ଶେଷ ଦର୍ଶନ କରିବା ସହ ଶେଷ କୃତ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଓ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ଅରିନ୍ଦମ ଙ୍କୁ ତାଙ୍କ ଦାଦା ଧରଣୀଧର ଦାସ ଙ୍କ ପୁଅ ମାନସ ରଞ୍ଜନ ମୁଖାଗ୍ନି ଦେଇଥିଲେ। ଅରିନ୍ଦମ ଙ୍କ ଅଭାବନୀୟ ମୃତ୍ୟୁରେ ତାଙ୍କ ପତ୍ନୀ ସମୀକ୍ଷାଙ୍କ ମୁହଁରେ ଭାଷା ନଥିବା ବେଳେ ଅରିନ୍ଦମଙ୍କ ଅଢେଇ ବର୍ଷର ପୁଅ ସାନଭିକ ନିଜ ପିତାଙ୍କ ଅବର୍ତ୍ତମାନ ସ୍ଥିତି ବିଷୟରେ ଜାଣିପାରୁନଥିବା ଦେଖା ଯାଇଥିଲା। ଶେଷ କୃତ୍ୟ କାର୍ଯ୍ୟକ୍ରମରେ କେନ୍ଦୁଝର ପାଟଣା ଅଞ୍ଚଳର ବହୁ ଗଣମାଧ୍ୟମ ପ୍ରତିନିଧି ଅରିନ୍ଦମ ଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories