www.samajalive.in
Saturday, December 6, 2025
17.1 C
Bhubaneswar

ଯନ୍ତ୍ରାଂଶ ଚୋରି ମାମଲାରେ ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ଥିବା ନାରାୟଣପୁର ଓ ହରିପୁର ସଂଯୋଗ କରୁଥିବା ରାସ୍ତାରେ ପୂର୍ତ୍ତ ବିଭାଗ ପକ୍ଷରୁ ହେଉଥିବା ବ୍ରିଜ ନିର୍ମାଣ କାର୍ୟ୍ୟ ରେ ବ୍ୟବହୃତ ହୋଇଥିବା କେତେକ ଯନ୍ତ୍ରାଂଶ ଚୋରି ମାମଲାରେ ଦୁଇ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ ଚମାଖଣ୍ଡି ଥାନା ଅନ୍ତର୍ଗତ ଉପୁଲାପୁଟି ଗ୍ରାମର ଟି.ବାବାଜୀ ରେଡ୍ଡୀ ଓ ପି .ଗୋବିନ୍ଦ ରେଡି।ବ୍ରିଜ କାର୍ୟ୍ୟ ରେ ବ୍ୟବହାର ନିମନ୍ତେ ଥିବା ୭ ଟି ଯାକିି ଏବଂ ପାଇପ ଚୋରି ନେଇ ଗୁରୁବାର ଚୋରି ହୋଇଥିବା ନେଇ ଗୋପାଳପୁର ଥାନା ରେ ବ୍ରିଜ କାର୍ୟ୍ୟ ତଦାରଖ ନିମନ୍ତେ ନିୟୋଜିତ ଥିବା ସୁପରଭାଇଜର ସତ୍ୟବାଦୀ ବେହୁରା ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ପୁଲିସ ପକ୍ଷରୁ  ଏକ ମାମଲା ମାମଲା ରୁଜୁ କରି ତଦନ୍ତ କରିଥିଲେ। ପୁଲିସ ତଦନ୍ତ ସମୟରେ ନିର୍ମାଣ ଚାଲିଥିବା ବ୍ରିଜ ନିକଟସ୍ଥ ଉପୁଲାପୁଟି ଗ୍ରାମର ଟି.ବାବାଜୀ ରେଡ୍ଡୀ ଓ ପି .ଗୋବିନ୍ଦ ରେଡି ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଚୋରି ଯାଇଥିବା ୭ଟି ଜାକି ଓ ଅନ୍ୟାନ୍ୟ ଚୋରା ସାମଗ୍ରିି ଜବତ କରାଯାଇଥିଲା।  ଉଭୟ ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ମାଧବାନନ୍ଦ ନାୟକ କହିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories