www.samajalive.in
Saturday, December 6, 2025
14.1 C
Bhubaneswar

ବସକୁ ଧକ୍କା ଦେଲା ଟ୍ରକ ,ମିନିଟ୍ରକ ; ୩ ଗୁରୁତର

ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ୫୭ ନମ୍ବର ଜାତୀୟ ରାଜପଥର ପୁରୁଣାକଟକ ସ୍ଥିତ ଭୈରବୀ ମନ୍ଦିର ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଛିଡା ହୋଇଥିବା ବସକୁ ଟ୍ରକ ଧକ୍କା ଦେବାରୁ ୩ ଗୁରୁତର ଆହତ ହୋଇଥିବା ଜଣାପଡିଛି । ତେବେ ବସଟି ଭୁବନେଶ୍ୱରରୁ ଲୁଇସିଂହା ଯାଉଥିବା ବେଳେ ଏଥିରେ ଥିବା ୪୫ ଜଣ ଯାତ୍ରୀ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁଯାୟୀ ଭୋର ସକାଳୁ ଅମ୍ବିକା ନାମକ ଏକ ଘରୋଇ ବସ ଚା ପିଇବା ପାଇଁ ପୁରୁଣାକଟକ ସ୍ଥିତ ଭୈରବୀ ମନ୍ଦିର ଛକ ନିକଟରେ ଅଟକିଥିଲା । ତେବେ ବିପରୀତ ଦିଗରୁ ଆସୁଥିବା ଏକ ମିନି ଟ୍ରକ ବସ କୁ ଧକ୍କା ଦେବା ସହ ଆଉ ଏକ ଟ୍ରକକୁ ମଧ୍ୟ ଧକ୍କା ଦେଇଥିଲା । ଫଳରେ ବସ ଚାଳକ , ମିନିଟ୍ରକ ଚାଳକ ଓ ହେଲ୍ପର ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ଦିନବନ୍ଧୁ ପରିଡା ଓ କାଳିଆ ବୋଲି ଜଣାପଡିଥିବା ବେଳେ ଅନ୍ୟ ଆହତଙ୍କ ପରିଚୟ ମିଳିପାରିନାହିଁ । ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ଜଣାପଡିଛି । ଘଟଣା ସ୍ଥଳରେ ପୁରୁଣାକଟକ ପୁଲିସ ପହଁଚି ଗାଡି ତିନୋଟିକୁ ଥାନାକୁ ନେବା ସହିତ ଘଟଣାର ତଦନ୍ତ କରୁଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories