www.samajalive.in
Saturday, December 6, 2025
16.1 C
Bhubaneswar

ହାତରେ ଦୌଡି ବିଶ୍ୱ ରେକର୍ଡ

ଓହିଓ: କଥାରେ ଅଛି ସେମାନେ ଭିନ୍ନକ୍ଷମ। ଅର୍ଥାତ ସାଧାରଣ ଲୋକଟିଏ ଯାହା କରିବାକୁ ସମର୍ଥ, ତାହା ସେମାନେ କେବଳ ଯେ କରିପାରିବେ ତାହା ନୁହେଁ, ଅଧିକ ଭଲଭାବରେ କରିପାରିବେ। ଏହିଭଳି ଏକ ବିରଳ ସଫଳତା ପାଇଛନ୍ତି ଜଣେ ୨୩ ବର୍ଷ ବୟସ୍କ ଭିନ୍ନକ୍ଷମ। ଦୌଡିବା କଥା କହିଲେ ଯେ କେହି ଦୁଇ ଗୋଡରେ ଦୋଡିବା କଥା ଭାବିବ। କିନ୍ତୁ ଏହି ଯୁବକ ଜଣକର ଦୁଇଟି ଗୋଡ ନାହିଁ। ତଥାପି ସେ ହାରି ମାନିନଥିଲେ। ନିଜ ଦୁଇ ହାତକୁ ବ୍ୟବହାର କରି ସେ ଦୌଡିବା ସହିତ ବିଶ୍ୱ ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି।
ଆମେରିକାର ଓହିଓରେ ବାସ କରୁଥିବା ଜିଅନ କ୍ଲାର୍କ ନାମକ ଏହି ଯୁବକ ୨୦ ମିଟର ଦୂରତାକୁ ହାତରେ ଦୌଡି ୪.୭୬ ସେକେଣ୍ଡରେ ଅତିକ୍ରମ କରିବା ସହିତ ବିରଳ ସଫଳତାର ଅଧିକାରୀ ହୋଇଛନ୍ତି। ଜନ୍ମ ସମୟରୁ ତାଙ୍କର ଦୁଇଟିଯାକ ଗୋଡ ନଥିଲା। ସେ ଗର୍ଭରେ ଥିବାବେଳେ ଏଭଳି ଏକ ବିରଳ ରୋଗର ଶିକାର ହୋଇଥିଲେ, ଯେଉଁଥିରେ ଶରୀରର ନିମ୍ନ ଭାଗରେ ଅସ୍ଥିଗୁଡିକ ତିଆରି ହୋଇନଥାଏ। ତେବେ ଜନ୍ମହେବା ପରେ ସେ ନିଜକୁ କେବେହେଲେ ଭିନ୍ନକ୍ଷମ ବୋଲି ଭାବିନଥିଲେ। ସ୍କୁଲରେ ପାଠ ପଢିବା ସମୟରେ ସେ କୁସ୍ତି କରୁଥିଲେ ଏବଂ କ୍ରୀଡା ପ୍ରତି ତାଙ୍କର ରୁଚି ରହିଥିଲା। ୨୦୨୧ ଫେବ୍ରୁଆରୀ ମାସରେ ହାତରେ ଦୌଡି ନୂଆ ରେକର୍ଡ ସ୍ଥାପନ ପାଇଁ ପ୍ରଥମ ପ୍ରୟାସ କରିଥିଲେ। ଓହିଓସ୍ଥିତ ମାସିଲିଅନ ସ୍କୁଲରେ ସେ ଏଥିପାଇଁ ଚେଷ୍ଟା କରିଥିଲେ। ସେଠାରେ ସେ ରେକର୍ଡ ସମୟରେ ଦୂରତା ଅତିକ୍ରମ କରିପାରିଥିଲେ। ଏଥିପାଇଁ ତାଙ୍କ ନାମ ଗିନିଜ ବୁକ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇଛି। ଯେଉଁମାନେ ଭିନ୍ନକ୍ଷମ, ସେମାନେ ହାରିନଯାଇ ଦୃଢ ଆତ୍ମବିଶ୍ୱାସର ସହିତ ଆଗକୁ ବଢିବା ଆବଶ୍ୟକ ବୋଲି ଜିଅନ କହିଛନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories