www.samajalive.in
Tuesday, December 9, 2025
15.1 C
Bhubaneswar

ଚୋରା ବନ୍ଧୁକ କାରବାରରେ ୨ ଗିରଫ

ଭୁବନେଶ୍ବର : ଢେଙ୍କାନାଳରେ ଚୋରା ବନ୍ଧୁକ କାରବାରରେ ୨ ଜଣଙ୍କୁ ଗିରଫ କରିଛି ପୁଲିସ। ହାତତିଆରି ଚୋରା ବନ୍ଧୁକ କାରବାର ହେଉଥିବା ଗୁଇନ୍ଦା ସୂତ୍ରରୁ ଖବର ପାଇ ଏସଟିଏଫ ଟିମ୍ ଚଢାଉ କରି ଭାପୁର ନିକଟରୁ ସେମାନଙ୍କୁ ଗିରଫ କରିଛି। ଗିରଫ ଦ୍ବୟ ହେଉଛନ୍ତି କଟକ ଜିଲାର ଖୁଣ୍ଟୁଣି ଥାନା ଅଞ୍ଚଳର କାଳନ୍ଦି ନାୟକ ଓ ଢେଙ୍କାନାଳ ସଦର ଥାନା ଅଞ୍ଚଳର ଶ୍ୟାମ ସୁନ୍ଦର ସିଠା। ସେମାନଙ୍କଠାରୁ ୯ଟି ଦେଶୀ ବନ୍ଧୁକ ସହ ଗୋଟିଏ ରିଭଲଭର ଜବତ କରାଯାଇଛି। ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ୨୦୨୦ରୁ ଏଯାବତ ଏସଟିଏଫ୍‌ ଜବତ କଲାଣି ୫୬ଟି ଚୋରା ବନ୍ଧୁକ ସହ ୯୧ ରାଉଣ୍ଡ ଗୁଳି ।

ପ୍ରାରମ୍ଭିକ ତଦନ୍ତ ବେଳେ ଜଣାପଡ଼ିଛି ଯେ ଢେଙ୍କାନାଳ ଅଞ୍ଚଳରେ କେତେକ ଅପରାଧୀ ବନ୍ଧୁକ ତିଆରି ଓ ଚୋରା ଚାଲାଣରେ ଲିପ୍ତ ଅଛନ୍ତି । ସେମାନଙ୍କୁ ଧରିବାକୁ ଅଭିଯାନ ଆରମ୍ଭ ହୋଇଛି ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories