www.samajalive.in
Sunday, December 7, 2025
14.1 C
Bhubaneswar

ହାତୀ ଆକ୍ରମଣରେ ଯୁବକ ଗୁରୁତର

ଦେବଗଡ଼ : ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ଜଣେ ଯୁବକ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଚିକିତ୍ସା ନିମନ୍ତେ ତାଙ୍କୁ ପ୍ରଥମେ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟ ଏବଂ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନରେ ରିଆମାଳ ବନାଂଚଳ ନୂଆଁଡିହୀ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖିଲେଇ ଗ୍ରାମର ଲୋକନାଥ ଗଡନାୟକଙ୍କ ପୁଅ ଭୂବନେଶ୍ୱର ଗଡନାୟକ(୪୬)ଅନ୍ୟ ୨ ଜଣ ସାଥିଙ୍କ ସହ ନିକଟସ୍ଥ ଗୋଗୁଆ ସଂରକ୍ଷିତ ଜଙ୍ଗଲକୁ ଛତୁ ତୋଳିବା ପାଇଁ ଯାଇଥିଲେ । ତେବେ ଦିନ ପ୍ରାୟ ୧ ଟା ସମୟରେ ହାତୀ ମାନଙ୍କର ଏକ ଦଳ ସେମାନଙ୍କୁ ଗୋଡାଇବା ସହ ଆକ୍ରମଣ ପାଇଁ ଉଦ୍ୟମ କରିଥିଲେ। ତେବେ ପ୍ରାଣ ବିକଳରେ ଅନ୍ୟ ୨ ଜଣ ସାଥୀ ଦୌଡି ପଳାଇଥିବା ବେଳେ ଉକ୍ତ ହାତୀ ଦଳ ଭୂବନେଶ୍ୱରଙ୍କୁ ଆକ୍ରମଣ କରିବାରୁ ଭୂବନେଶ୍ୱରଙ୍କ ଡାହାଣ ଜଙ୍ଘ ଭାଙ୍ଗିଯାଇଥିଲା। ତାଙ୍କର ଅନ୍ୟ ସାଥୀ ଦ୍ୱୟ ଏନେଇ ଭୂବନେଶ୍ୱରଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ସେମାନେ ବନ ବିଭାଗର ସହାୟତା ଲୋଡିଥିଲେ। ସୂଚନା ପାଇ ନୁଆଁଡିହୀ ଫରେଷ୍ଟର ଲାଣ୍ଡୁ କିରେଇ ବିଭାଗୀୟ କର୍ମଚାରୀଙ୍କ ସହ ସଦଳବଳେ ସେଠାରେ ପହଂଚିବା ସହ ଗ୍ରାମବାସୀ ଏବଂ ଭୂବନେଶ୍ୱରଙ୍କ ପରିବାର ସହାୟତାରେ ଜଙ୍ଗଲ ମଧ୍ୟରୁ ଭୂବନେଶ୍ୱରଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଥିଲେ। ମାତ୍ର ତାଙ୍କର ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ବୁର୍ଲା ଡାକ୍ତରଖ।।ନାକୁ ସ୍ଥାନାନ୍ତରିତ କରାଯାଇଛି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories