www.samajalive.in
Sunday, December 14, 2025
19.1 C
Bhubaneswar

ପିପିଲିରେ ଜମୁଛି ପ୍ରଚାର

ପିପିଲି: ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଖାଲି ପଡିଥିବା ପିପିଲି ବିଧାନସଭା ଆସନ ଉପନିର୍ବାଚନକୁ ମଝିରେ ଆଉ ୮ଦିନ ବାକି ରହିଥିବା ବେଳେ ଭୋଟ୍‍ ପ୍ରଚାର ମାହୋଲ ଜମିବାରେ ଲାଗିଛି। ଏଠାକାର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ସହ ରାଜ୍ୟସ୍ତରୀୟ ନେତାମାନେ ଘରକୁ ଘର ବୁଲି ଭୋଟ୍‍ ପ୍ରଚାର କରିବା ସହ ସାଙ୍ଗଠନିକ ବୈଠକ ଚଳାଇଛନ୍ତି। ଏଠାରେ ଏବେ ଦଳ ଡିଆଁ ପର୍ବ ଚାଲିଥିବା ବେଳେ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଚାଲିଛି। ୱାର୍ଡ ଠାରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ଚାଲିଛି ଘନ ଘନ ବୈଠକ। ଭୋଟରଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରି ନିର୍ବାଚନୀ ବୈତରଣୀ ପାର ହେବାକୁ ନେତା ଓ କର୍ମୀମାନେ ଏବେ ଝାଳବୁହା ପରିଶ୍ରମ ଚଳାଇଛନ୍ତି।

ଆଶ୍ରିତଙ୍କ ପାଇଁ ପ୍ରଚାର କଲେ ସମ୍ବିତ

- Advertisement -

ବିଜେପିର ତାରକା ପ୍ରଚାରକ ତଥା ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ମଙ୍ଗଳବାର ପିପିଲି ପୌରାଞ୍ଚଳରେ ଦଳୀୟ ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଭୋଟ୍‍ ପ୍ରଚାର କରିଛନ୍ତି। ପୌରାଞ୍ଚଳର ମଢିଆଳିସାହି, ପଦାସାହି, ବ୍ଲକ କଲୋନୀ, ଖଣ୍ଡିଆଗିରି, ବେଣ୍ଟପୋଖରୀ, ଅଶୋକନଗର, ସିରିଆପୁର, ନୀଳକଣ୍ଠନଗର ଆଦି ଅଞ୍ଚଳରେ ସମ୍ବିତ ଘରକୁ ଘର ବୁଲି ଆଶ୍ରିତଙ୍କୁ ଜିତାଇବା ପାଇଁ ଭୋଟରଙ୍କୁ ଅନୁରୋଧ କରିଥିଲେ। ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ ଶାନ୍ତି ଓ ପ୍ରଗତି ପାଇଁ ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ଭୋଟ୍‍ ଦେବାକୁ ସେ ସମସ୍ତଙ୍କୁ ନିବେଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିପିଲି ନଗର ମଣ୍ଡଳ ସଭାପତି ସୁକାନ୍ତ ଭଟ୍ଟ, ଏନ୍‍ଏସି ପର୍ଯ୍ୟବେକ୍ଷକ ମନସ୍ମିତା ଖୁଣ୍ଟିଆ, ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ ସୌଦାମିନୀ ସେନାପତି, ସ୍ୱର୍ଣ୍ଣପ୍ରଭା ମାଝୀ, ମୀନଲତା ମହାନ୍ତି, ଯୁବନେତା ପ୍ରଶାନ୍ତ ଦିକ୍ଷିତ ପ୍ରମୁଖ ଘରକୁ ଘର ବୁଲି ଆଶ୍ରିତଙ୍କ ପାଇଁ ଭୋଟ୍‍ ଭିକ୍ଷା କରିଥିଲେ।

ବିଜେଡିର କାର୍ଯ୍ୟକାରିଣୀ ବୈଠକ

ପିପିଲି ବ୍ଲକର କଣ୍ଟି ପଞ୍ଚାୟତରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ ଓ ଦଳୀୟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଂସଦ ପିନାକୀ ମିଶ୍ର, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଧାୟକ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ, ଖଦି ବୋର୍ଡ ଅଧ୍ୟକ୍ଷ ସଂଗ୍ରାମ ପାଇକରାୟ, ଯୁବ ବିଜେଡି ମହାସଚିବ ଏଲିନା ଦାଶ, ସରପଞ୍ଚ ପ୍ରକାଶ କୁମାର ଧଳ, ଦଳର ପଞ୍ଚାୟତ ସଭାପତି ଦୁର୍ଯ୍ୟଧନ ପରିଡା, ସମିତିସଭ୍ୟ ପ୍ରସନ୍ନ ସାହୁ, ଆବାହକ ଅର୍ଜ୍ଜୁନ ବେହେରା ପ୍ରମୁଖ ଯୋଗଦେଇ ନବୀନ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କିତ ବାର୍ତ୍ତା ସହ ନିର୍ବାଚନମଣ୍ଡଳୀରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇ ଦଳକୁ ଅଧିକ ଭୋଟ୍‍ ବ୍ୟବଧାନରେ ଜିତାଇବା ପାଇଁ ଉପସ୍ଥିତ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଅନ୍ୟ ପ୍ରମୁଖ ଦଳର କେତେକ ଯୁବନେତା ଓ କର୍ମୀ ବିଜେଡିରେ ଯୋଗ ଦେଇଥିଲେ।

କଂଗ୍ରେସର ମିଶ୍ରଣ ପର୍ବ

ପିପିଲି ଉପନିର୍ବାଚନରେ ନିଜ ସପକ୍ଷରେ ଜନମତ ସୃଷ୍ଟି କରାଇବାକୁ କଂଗ୍ରେସ ପକ୍ଷରୁ ସ୍ୱତନ୍ତ୍ର ରଣନିତୀ ପ୍ରସ୍ତୁତ ହୋଇଥିବା ବେଳେ ଦଳୀୟ ନେତା ଓ କର୍ମୀମାନେ ଘରକୁ ଘର ବୁଲି ଦଳୀୟ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ଜିତାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଦଳର ଅସନ୍ତୁଷ୍ଟ କର୍ମୀ ଓ ନେତାଙ୍କୁ ଏକାଠି କରି ଏହି ଉପନିର୍ବାଚନରେ ଭଲ ପ୍ରଦର୍ଶନ କରିବାର ଆଶା ରଖିଛି କଂଗ୍ରେସ। ପିପିଲି ଏନ୍‍ଏସି କଂଗ୍ରେସ କମିଟି ସଭାପତି ସେକ୍‍ ମେହେବୁବଙ୍କ ନେତୃତ୍ୱରେ କଂଗ୍ରେସ ଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପୌରାଞ୍ଚଳ ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପିସିସିର ପୁରୀ ଜିଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର, କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ବରିଷ୍ଠନେତା ଗୁଣନିଧି ପ୍ରଧାନ, ରାଜ୍ୟ ମହିଳା କଂଗ୍ରେସ ସଂପାଦିକା ନିରୁପମା ପାତ୍ର ପ୍ରମୁଖ ଯୋଗଦେଇ କଂଗ୍ରେସ ଦଳର ନୀତି ଓ ଆଦର୍ଶ ସଂପର୍କରେ ଆଲୋକପାତ କରିବା ସହ ଦଳକୁ ତୃଣମୂଳ ସ୍ତରରେ ଅଧିକ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଅନ୍ୟ ପ୍ରମୁଖ ରାଜନୈତିକ ଦଳର କେତେକ ଯୁବକର୍ମୀ ଓ ସଂଗଠକଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ କଂଗ୍ରେସ ଦଳରେ ସାମିଲ କରାଯାଇଥିଲା।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories