www.samajalive.in
Friday, December 12, 2025
16.1 C
Bhubaneswar

ଭାରତ-ସାଉଦି ଆରବ ଆଲୋଚନା, ଆଞ୍ଚଳିକ ପ୍ରସଙ୍ଗ ଉପରେ ଗୁରୁତ୍ୱ

ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍‍. ଜୟଶଙ୍କର ଭାରତ ଗସ୍ତରେ ଆସିଥିବା ସାଉଦି ଆରବର ବୈଦେଶିକ ମନ୍ତ୍ରୀ ଫୈଜଲ୍‍ ବିନ୍‍ ଫର୍‍ହାନ୍‍ ଅଲ୍‍ ସଉଦ୍‍ ସହ ନୂଆଦିଲ୍ଲୀର ହାଇଦ୍ରାବାଦ୍‍ ହାଉସ୍‍ରେ ଆଜି ଆଲୋଚନା କରିଛନ୍ତି। କୋଭିଡ୍‍ ମହାମାରୀ ପରଠାରୁ ସାଉଦି ଆରବର ବୈଦେଶିକ ମନ୍ତ୍ରୀଙ୍କର ଏହା ପ୍ରଥମ ସରକାରୀ ଗସ୍ତ। ଉଭୟ ନେତା ଦ୍ୱି କ୍ଷୀୟ ସମ୍ପର୍କ ସମ୍ପର୍କିତ ସବୁ ବିଷୟ ସମେତ ଆପୋଷ ସ୍ୱାର୍ଥ ବିଜଡ଼ିତ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି।

୨୦୧୯ ଅକ୍ଟୋବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଦି ଆରବ ଯାଇଥିଲାବେଳେ ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ସାମରିକ ଭାଗିଦାରୀ ପରିଷଦ ରାଜିନାମାର ରୂପାୟନକୁ ମଧ୍ୟ ସେମାନେ ସମୀକ୍ଷା କରିଛନ୍ତି। ଏହି ରାଜିନାମା ଅଧୀନରେ ଅନୁଷ୍ଠିତ ବୈଠକଗୁଡ଼ିକ ଓ ପ୍ରଗତି ଉପରେ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ପ୍ରତିରକ୍ଷା, ନିରାପତ୍ତା, ସଂସ୍କୃତି, ବାଣିଜ୍ୟ ଦୂତାବାସ ସଂକ୍ରାନ୍ତୀୟ ପ୍ରସଙ୍ଗ, ସ୍ୱାସ୍ଥ୍ୟ ଓ ମାନବ ସମ୍ବଳ ଆଦି କ୍ଷେତ୍ରରେ ଭାଗିଦାରୀ ସମ୍ପର୍କକୁ ଆହୁରି ମଜବୁତ୍‍ କରିବା ଲାଗି ପଦକ୍ଷେପଗୁଡ଼ିକ ଉପରେ ମଧ୍ୟ ସେମାନେ ଆଲୋଚନା କରିଛନ୍ତି।

- Advertisement -


ଆଫଗାନିସ୍ତାନ ଓ ଅନ୍ୟାନ୍ୟ ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଉପରେ ଦୁଇ ନେତା ଆଲୋଚନା କରିଥିବାର ଜଣାପଡ଼ିଛି। ଉଭୟ ନେତାଙ୍କ ମଧ୍ୟରେ ଜାତିସଂଘ ଜି-୨୦ ରାଷ୍ଟ୍ରସମୂହ ଓ ଜି.ସି.ସି. ଭଳି ବହୁଦେଶୀୟ ସଙ୍ଗଠନଗୁଡ଼ିକରେ ଦ୍ୱିପକ୍ଷୀୟ ସହଯୋଗ ସଂକ୍ରାନ୍ତରେ ମଧ୍ୟ ସେମାନେ ଆଲୋଚନା କରିଛନ୍ତି। କୋଭିଡ୍‍ ମହାମାରୀ ସତ୍ତ୍ବେ ସାଉଦି ଆରବ ଗତବର୍ଷ ଜି-୨୦ ରାଷ୍ଟ୍ରସମୂହର ସଫଳ ଅଧ୍ୟକ୍ଷତା କରିଥିବାରୁ ଶ୍ରୀ ଜୟଶଙ୍କର ଅଭିନନ୍ଦନ ଜଣାଇଛନ୍ତି। କୋଭିଡ୍‍ ମହାମାରୀ ସମୟରେ ଭାରତୀୟମାନଙ୍କୁ ସାଉଦି ଆରବ ପକ୍ଷରୁ ଦିଆଯାଇଥିବା ସମର୍ଥନକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ଏବଂ ଭାରତରୁ ସାଉଦି ଆରବକୁ ଯାତ୍ରା ପାଇଁ କଟକଣାକୁ ଆହୁରି କୋହଳ କରିବା ଲାଗି ଶ୍ରୀ ଜୟଶଙ୍କର ଅଲ୍‍ ସଉଦ୍‍ଙ୍କୁ ଅନୁରୋଧ ଜଣାଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories