www.samajalive.in
Saturday, December 13, 2025
21.1 C
Bhubaneswar

କବି ଡଃ ଭରତ ବେହେରାଙ୍କ କବିତା ପୁସ୍ତକ ‘ବିବାକ ବସୁଧା’ ଲୋକାର୍ପିତ

ନିଖିଳ ଜୀବନବୋଧ ଓ ମାନବାତ୍ମାର କବି ଭରତ ବେହେରାଙ୍କ କବିତାର ବିଷୟବସ୍ତୁ ଯେଭଳି ବିବିଧ, ଭାବ ଓ ଭାଷା ସେମିତି ବିସ୍ତୃତ। କବିତାରେ ଜୀବନର ଜୟଗାନ କରୁଥିବା କବିଙ୍କ ସବୁ କବିତା ସ୍ଵତଃସ୍ପୂର୍ତ୍ତ ଓ ସ୍ୱାଭାବିକ ବୋଲି ମତ ପ୍ରକାଶ ପାଇଛି। ଆଜି କେଦାରନାଥ ଗବେଷଣା ପ୍ରତିଷ୍ଠାନ ସଭାଗୃହରେ ଡଃ ଭରତ ବେହେରାଙ୍କ କବିତା ପୁସ୍ତକ ‘ବିବାକ ବସୁଧା’ ଓ ଡଃ ବିରଂଚି କୁମାର ସାହୁଙ୍କ ସମ୍ପାଦିତ ‘ନିଖିଳ ଜୀବନବୋଧ ଓ ମାନବାତ୍ମାର କବି ଭରତ ବେହେରା’ର ଲୋକାର୍ପଣ ଅବସରରେ ଅତିଥିମାନେ ଏହି ମତବ୍ୟକ୍ତ କରି କବିଙ୍କ ଅବଦାନ ଅନନ୍ୟ ବୋଲି କହିଥିଲେ।

ପ୍ରଫେସର ପ୍ରେମାନନ୍ଦ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାରସ୍ୱତ ସମାବେଶରେ ପ୍ରଫେସର ବିଜୟ କୁମାର ଶତପଥୀ ଉଦଘାଟକ, ଅଧ୍ୟାପକ ବିଶ୍ୱରଂଜନ ମୁଖ୍ୟ ଅତିଥି, ଡଃ ଶରତ କୁମାର ଜେନା ମୁଖ୍ୟବକ୍ତା ଓ କବି ମନୋରଞ୍ଜନ ପାଣିଗ୍ରାହୀ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଜୀବନକୁ କବି ଯେଉଁ ଦୃଷ୍ଟିରେ ଦେଖିଛନ୍ତି ତାହା ଅଭିନନ୍ଦନୀୟ ବୋଲି କହିଛନ୍ତି। ଡଃ ଦେବାଶିଷ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ଡଃ ବିରଂଚି କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରକାଶକ ରାଜକିଶୋର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଲେଖକ ଡଃ ଭରତ ବେହେରା ଲେଖକୀୟ ଅଭିଭାଷଣ ପ୍ରଦାନ କରି ନିଜ ଅନୁଭବ ଓ ଅନୁଭୂତିରୁ ବହୁ ଦୃଷ୍ଟାନ୍ତ ଦେଇ କବିତାର ସ୍ୱର କିଭଳି ବର୍ଣ୍ଣାଢ୍ୟ ଓ ବୈଚିତ୍ରପୂର୍ଣ୍ଣ ତାହା ବୁଝାଇ କହିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories