www.samajalive.in
Saturday, December 13, 2025
21.1 C
Bhubaneswar

ନିୟମିତ ବ୍ୟବଧାନରେ ସଫେଇ ହେଉନି ଆବର୍ଜନା

ନବରଙ୍ଗପୁର: ନବରଙ୍ଗପୁରଜିଲା ସଦରମହୁକୁମା ସହର ହୋଇଥିଲେ ମଧ୍ୟ ଅଳିଆ ଆବର୍ଜନା ସଫେଇ କାମରେ ଢିଲା ପରିଲକ୍ଷିତ ହୋଇଛି। ପୈାରାପାଳିକା ଦ୍ୱାରା ନିୟମିତ ବ୍ୟବଧାନରେ ସଫେଇ ହେଉନଥିବା ସହି ବାସିନ୍ଦାମାନେ ଅଭିଯୋଗ କରିଛନ୍ତି। ସହରର ୧୭ଟି ୱାର୍ଡ ରହିଥିବାବେଳେ ଅଧିକାଂଶ ୱାର୍ଡର ସାହିରେ ଦୀର୍ଘଦିନ ଧରି ଅଳିଆ ଭରି ରହୁଛି। କେତେ ସାହି ପୈାର କର୍ମଚାରୀ ମାନେ ନାଳରୁ ଅଳିଆ କାହି ରାସ୍ତା କଡରେ ପକାଇ ରହଖିଥିବାବେଳେ ସେହି ଅଳିଆକୁ ପକାଇନଥିବାରୁ ବାଧ୍ୟ ହୋଇ ଲୋକମାନେ ଅଳିଆ ଉପର ଦେଇଚଳପ୍ରଚଳ କରୁଛନ୍ତି। ସହରର ନୂଆବନ୍ଧସାହି ଛକରେ ଦିର୍ଘଦିନ ଧରି ଅଳିଆ ଗଦା ହୋଇ ରହିଛି। ଏହି ମାଟିଗଦା ଉପରେ ସବୁଦିନ ବ୍ୟବହାର କରିଥିବା ପରିତ୍ୟକ୍ତ ଜନିଷ ପକାଯାଇ ଅଧିକ ପ୍ରଦୂଷିତ କରାଯାଉଛି। ଅଳିଆ ଆର୍ଜନରେ ପୂର୍ଣ୍ଣ ଗଦା ଉପରେ କୁକୁର, ବିଲେଇ ମଳତ୍ୟାଗ କରି ପରିବେଶ ଅଧିକ ଦୁର୍ଗନ୍ଧମୟ ହେଉଛି । ଏହି ରାସ୍ତାଦେଇ ନିୟମିତ ଭାବେ ବହୁ ଲୋକ ଯାତାୟତ କରୁଛନ୍ତି। ଏହି ରାସ୍ତାଦେଇ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମେତ ମହାବିଦ୍ୟାଳୟ ଓ ଜିଲା ଡାକ୍ତରଖାନା ମଧ୍ୟ ଯାଉଛନ୍ତି।

 

- Advertisement -

ତେବେ ଏହି ଅଳିଆ ପାହାଡ ପ୍ରତି କାହାର ଦୃଷ୍ଟି ନପଡିବା ନେଇ ସାହି ବାସିନ୍ଦାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି ଏଲଆଇସି କଲୋନୀ ରାସ୍ତା ମଝିରେ ପ୍ରାୟ ଏକ ସପ୍ତାହ ହେଲା ଅଳିଆ ପଡି ରହିଛି। ଏହି ଅଳିଆ ଉପରେ ଦେଇ ବିଭନ୍ନ ଯାନ ବାହନ ଓ ଲୋକମାନେ ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି। ଲୋକ ଙ୍କୁ ସ୍ୱାସ୍ଥ୍ୟ ଓ ପରିବେଶ ସଚେତନତା କରାଯାଉଥିବାବେଳେ ଏକାଧିକ ସାହିରେ ଅଳିଆ ଆବର୍ଜନା ଦୀର୍ଘଦିନ ପକାଇ ରଖି ସଫା କରାନଯିବା ପରିତାପର ବିଷୟ ହୋଇଛି। ସେହିପର ତେଲି ସାହିଛକ, ସୈାରାସାହି, ବଡହରିଜନ ସାହି, ଦଣ୍ଡାସି ସାହି ଗୁଡିକରେ ନିୟମିତ ଭାବେ ସଫେଇ କରାଯାଉନଥିବା ଅଭିଯୋଗ ହୋଇଛି। ଆବର୍ଜନା କାଡିବା ଓ ଉଠାଇ ବାହାରକୁ ପକାଇବା ପାଇଁ ପୈାରାପାଳିକା ମାସିକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିବାବେଳେ ଅଳିଆ ସଫାନେଇ ଉପଯୁକ୍ତ ଯାଞ୍ଚକରା ଯାଉନଥିବା କୁହାଯାଉଛି। ସହରରେ ଅଳିଆ ଭରି ରହୁଥିବା କାରଣରୁ ମଶାମାଛିର ପ୍ରାଦୁର୍ଭାବ ମଧ୍ୟ ବୃଦ୍ଧି ପାଉଛି। ଅଳିଆ ସଫା ହେଉନଥିବା ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପୈାରପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ସାହିବାସିନ୍ଦାମାନେ ନୀରବ ରହିବାକୁ ବାଧ୍ୟ ହେଉଥିବା କହିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories