www.samajalive.in
Tuesday, December 9, 2025
16.1 C
Bhubaneswar

ଜାତୀୟ ଶ୍ରମଶିକ୍ଷା ଦିବସ ଓ କର୍ମଶାଳା ଅନୁଷ୍ଠିତ

ଗଞ୍ଜାମ : ଗଞ୍ଜାମ ସହର ସ୍ଥିତ ଭାରତୀ ଵିଦ୍ୟା ପୀଠ ସଭା କକ୍ଷଠାରେ ଜାତୀୟ ଶ୍ରମଶିକ୍ଷା ଦିବସ ଅବସରରେ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ଜାତୀୟ ଶ୍ରମିକ ଶିକ୍ଷା ଓ ବିକାଶ ବୋର୍ଡର ୬୩ ତମ ପ୍ରତିଷ୍ଠା ଦିବସ ଅବସରରେ ମହିଳାମାନଙ୍କୁ ନେଇ ଦୁଇଦିନିଆ କର୍ମଶାଳା ଓ ପ୍ରତିଷ୍ଠାଦିବସ ପାଳିତ ହୋଇଯାଇଛି। ସ୍ନେହ ରଞ୍ଜନ ଗୋଛାୟତଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗଦେଇ ଆଜିର ପ୍ରତିଷ୍ଠା ଦିବସରେ ମହିଳାମାନେ ସ୍ବାବଲମ୍ବୀ ହୋଇପାରିଲେ ଏହାକୁ ପାଳନ କରିବାର ଯଥାର୍ଥତା ରହିବ। ଆଜି ସରକାର ମହିଳାମାନଙ୍କର ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପଦେକ୍ଷପମାନ ନେଉଛନ୍ତି। ସମୟ ଥିଲା ମହିଳାମାନେ ଘରେ ରହୁଥିଲେ, ଏବେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି।

ମୁଖ୍ୟବକ୍ତା ରୂପେ ଗଞ୍ଜାମ ବିଡ଼ିଓ ବିଶ୍ୱଜିତ ରାୟ ଯୋଗଦେଇ ଆଜିର ଦିନରେ ସବୁକ୍ଷେତ୍ରରେ ଶ୍ରମିକ ଓ ମହିଳା ଶ୍ରମିକମାନଙ୍କୁ ସଶକ୍ତିକରଣ କରିବା ପାଇଁ ସମସ୍ତ ପ୍ରକାର ପଦେକ୍ଷପ ଗ୍ରହଣ କରାଯାଉଛି। ମହିଳାମାନେ ସମସ୍ତ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇଛନ୍ତି। ସମ୍ମାନିତ ଅତିଥି ରୂପେ ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସୁରଥ ପ୍ରଧାନ ଓ ନାରୀ ଶିକ୍ଷା ଗବେଷଣା କେନ୍ଦ୍ରର ଗବେଶିକା ତଥା ଅଧ୍ୟାପିକା ଡ଼. ରଞ୍ଜିତା କୁମାରୀ ବେହେରା ଯୋଗଦେଇ ଆଜିର ସମୟରେ ମହିଳାମାନେ ପୁରୁଷଙ୍କଠାରୁ କୌଣସି କ୍ଷେତ୍ରରେ କମ ନୁହନ୍ତି। ସମୟ ଥିଲା ମହିଳାମାନେ ଘର ଭିତରେ ରହୁଥିଲେ, ବର୍ତ୍ତମାନ ସମସ୍ତେ କର୍ମ କ୍ଷେତ୍ରରେ ଆଗଭର ରହୁଛନ୍ତି। ସରକାର ମିଶନ ଶକ୍ତି ମାଧ୍ୟମରେ ସବୁ ଯୋଜନାରେ ଗରୁ ଦ୍ବାୟିତ୍ୱ ଦେଇ ଆସୁଥିବା ବେଳେ, ତାହାକୁ ସଫଳ ରୂପାୟନରେ ପରିଣତ କରିପାରିଛନ୍ତି।

- Advertisement -

ପ୍ରାରମ୍ଭରେ କ୍ଷତ୍ରିୟ ଅଧିକାରୀ ସତ୍ୟପ୍ରକାଶ ଲେଙ୍କା ୧୯୫୮ ମସିହା ସେପ୍ଟେମ୍ବର ୧୬ ତାରିଖରୁ ଶ୍ରମ ଶିକ୍ଷା ଦିବସ ପାଳନ ହୋଇଆସୁଥିବା ଏବଂ ଏହା ପାଳନର ଉଦେଶ୍ୟ ସମ୍ପର୍କରେ କହିଥିଲେ। ସ୍ୱେଚ୍ଛାସେବୀ ଦୁର୍ଗା ମାଧବ ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ସ୍ୱେଚ୍ଛାସେବୀ ଉମାଶଙ୍କର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଦୁଇଦିନ ଧରି ଚାଲିଥିବା କର୍ମଶାଳାର ପ୍ରଥମ ଦିବସରେ ସ୍ୱେଚ୍ଛାସେବୀ ଉମାଶାଙ୍କର ଦାଶଙ୍କ ସଂଯୋଜନାରେ ଜିଲ୍ଲା ଶିକ୍ଷାଅଧିକାରୀ ସ୍ନହ ରଞ୍ଜନ ଗୋଛାୟତ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ଗଞ୍ଜାମ ବ୍ଲକର OLMର ବିପିଏମ୍ ଜଳନ୍ଧର ମହାରଣା, ମିଶନ ଶକ୍ତିର ବିପିସି ଚନ୍ଦନ କୁମାର ପାଢୀ, ଗୀତିକାର ପ୍ରତିରଞ୍ଜନ ପାଢ଼ୀ ଯୋଗଦେଇଥିଲେ। ଏହି ଅବସରରେ ସ୍ୱେଚ୍ଛାସେବୀ ଧୀରେନ ପଣ୍ଡା, ବାସନ୍ତୀ ଗୌଡ଼, ବବିତା ପଣ୍ଡା, ଅରୁଣ ପଟ୍ଟନାୟକ, ସୁଦର୍ଶନ ଗୌଡ଼, ପୂର୍ଣ୍ଣଚନ୍ଦ୍ର ସାହୁ, ବିଶ୍ୱମ୍ବର ଦାଶ ନିଜର ମତ ବ୍ୟକ୍ତ କରିଥିଲେ। ଏହି ଅବସରରେ ଭାରତ ସରକାରଙ୍କ ଜାତୀୟ ହିନ୍ଦୀ ଦିବସ ପାଳନ କରାଯାଇଥଲା।
ଏହି ଦୁଇ ଦିନିଆ କର୍ମଶାଳାରେ ଶତାଧିକ ମହିଳା ଯୋଗ ଦେଇଥିଲେ।

Hot this week

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

Related Articles

Popular Categories