ବେଗୁନିଆ : ବେଗୁନିଆ ବ୍ଲକ ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ଚୋରି ବୃଦ୍ଧି ପାଉଛି । ଚୋର ଧରାପଡୁନଥିବାରୁ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଆଇନ ପ୍ରତି ଅସନ୍ତୋଷ ସୃଷ୍ଟି ହୋଇଥିବା ଦେଖାଯାଇଛି। ୧୪ ତାରିଖ ମଧ୍ୟ ରାତ୍ରରେ ଛଣଗିରି ଗ୍ରାମର ରମେଶ ପ୍ରଧାନ ଏବଂ ତାଙ୍କର ନାବାଳକ ଭଣଜା ସିକୋ ଗ୍ରାମ ପୁର୍ଣିମାସି ପାଟଣା ସାହି(ଦଣ୍ଡାମୁଣ୍ଡ)ଛକରେ ଦୋକାନ କରିଥିବା ରବୀନ୍ଦ୍ର ମଙ୍ଗରାଜ ,ଧୋବା ସ୍ୱାଇଁ ,ବାବୁଲି ହରଣସିଂହ ଏବଂ ସୁରେନ୍ଦ୍ର ଶୁକ୍ଲଙ୍କର ଗ୍ରୀଲ ଭାଙ୍ଗି ଦୋକାନରୁ ଜିନିଷପତ୍ର ଚୋରି କରି ନେବା ପାଇଁ ଉଦ୍ୟମ କରୁଥିଲେ । ଏହି ସମୟରେ ସାହି ଯୁବକ ମାନଙ୍କ ହାବୁଡ଼ରେ ନାବାଳକ ଭଣଜା ପଡିଯାଇଥିବାବେଳେ ମାମୁଁ ରମେଶ ସେଠାରୁ ଖସି ପଳାଇଯାଇଥିଲେ ।ଯୁବକ ମାନେ ନାବାଳକକୁ ପୁଲିସକୁ ହସ୍ତାନ୍ତର କରିବା ପରେ ପୁଲିସ ନାବାଳକର ବାପା ଜଗା ଶିକାରୀକୁ ପୁଅକୁ ଚିହ୍ନଟ କରିବା ନାଁ ରେ ଫାଣ୍ଡିକୁ ଡାକି ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ନାବାଳକକୁ ତାର ଜେଜେଙ୍କ ହେପାଜତରେ ଛାଡ଼ିଦେଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଏକ ବର୍ଷ ମଧ୍ୟରେ ସମ୍ପୃକ୍ତ ସ୍ଥାନରୁ ତିନିଥର ଚୋରି ହୋଇଥିବାବେଳେ ଚୋର ଧରାପଡୁନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି ହୋଇଛି।
Popular Categories



