www.samajalive.in
Sunday, December 14, 2025
16.1 C
Bhubaneswar

ଶିବାଜୀନଗରରେ ଜଳବନ୍ଦୀ ପରିବାରଙ୍କୁ ରନ୍ଧାଖାଦ୍ୟ ବିତରଣ

ଚୌଦ୍ୱାର: ଲଗାଣ ବର୍ଷାର ପ୍ରକୋପ ମଙ୍ଗଳବାର କିଛି ମାତ୍ରାରେ କମିଥିଲେହେଁ ଲୋକ ମାନଙ୍କର ଦୁର୍ଦ୍ଦଶା ଶେଷ ହୋଇ ନାହିଁ। ଚୌଦ୍ୱାର ପୌରପାଳିକା ଓ ଆଖପାଖ ଗ୍ରାମାଞ୍ଚଳରେ କିଛି ଗ୍ରାମ ଏବେବି ପାଣି ଘେରରେ ରହିଛି। ପୌରପାଳିକା ୨ନଂ ୱାର୍ଡ ଶିବାଜୀନଗର ବାସିନ୍ଦା ଜଳଘେରରେ ରହିଥିବାରୁ ମଙ୍ଗଳବାର ସକାଳେ ଚୌଦ୍ୱାର ଦମକଳ ବାହିନୀ ଉକ୍ତ କଲୋନୀରେ ପହଞ୍ଚି ଡଙ୍ଗା ସାହାଯ୍ୟରେ ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଛନ୍ତି। ପୌର ପ୍ରଶାସନ ତରଫରୁ ଦୁର୍ଗତ ମାନଙ୍କୁ ଶୁଖିଲା ଖାଦ୍ୟ ବିତରଣ କରାଯାଇଥିବାବେଳେ ମରହଟ୍ଟା ଯୁବକ ସଂଘ ପକ୍ଷରୁ ଡଙ୍ଗାଯୋଗେ ଘରକୁଘର ଯାଇ ରନ୍ଧା ଖାଦ୍ୟ ପୁଡିଆ ବଣ୍ଟନ କରା ଯାଇଛି।

ଚୌଦ୍ୱାର-କଟକ ବିଧାୟକ ସୈଭିକ୍‍ ବିଶ୍ୱାଳ ଜଳଘେରରେ ଥିବା ପରିବାରଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିବା ସହିତ ଆଗାମୀ ଦିନରେ କିଭଳି ଉକ୍ତ ସାହି ଲୋକେ ଏଭଳି ସମସ୍ୟା ଭୋଗ ନକରିବେ ତାହାର ସ୍ଥାୟୀ ପ୍ରତିକାର କରିବାକୁ ପ୍ରତିଶୃତି ଦେଇଛନ୍ତି।ପୌର ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା ମଧ୍ୟ ଜଳବନ୍ଦି ଅଞ୍ଚଳ ପରିଦର୍ଶନ କରି ଲୋକ ମାନଙ୍କ ସମସ୍ୟା ଅନୁଧ୍ୟାନ କରିଛନ୍ତି। ଅନ୍ୟପଟେ ବ୍ଲକ୍‍ର ବିଭିନ୍ନ ପଞ୍ଚାୟତର ବହୁ୍ନ ଗ୍ରାମ ଜଳବନ୍ଦୀ ହୋଇଥିବା ଦେଖିବାକୁ ମିଳିଛି।ଚୌଦ୍ୱାର ନିକଟବର୍ତ୍ତି ଗନ୍ଧ ନଦୀରେ ବନ୍ୟାପାଣି ଆସି ନୁନ୍‍ଟିକିରୀ – ବରପାଦା ରାସ୍ତାରେ ୪ଫୁଟରୁ ଅଧିକ ପାଣି ଲହଡ଼ି ମାରିବା ଫଳରେ ଗମନାଗମନ ଠପ୍‍ ହୋଇ ଯାଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories