www.samajalive.in
Saturday, December 13, 2025
26.1 C
Bhubaneswar

ସାପୁଆ ବଢୁଛି, ତଳିଆ ଅଞ୍ଚଳରେ ପଶିଲା ବର୍ଷାଜଳ

ଆଠଗଡ :  ଆଠଗଡ ଅଞ୍ଚଳରେ ଅବିଶ୍ରାନ୍ତ ବର୍ଷା ଲାଗି ରହିବା ଫଳରେ ଜନଜୀବନ ବେହାଲ ହୋଇପଡିଛି । ଗତ ୨୪ଘଣ୍ଟା ଧରି ତୁହାକୁ ତୁହା ମୂଷଳଧାରାରେ ବର୍ଷା ଲାଗି ରହିବା ଫଳରେ ସହରର ତଳିଆ ଅଞ୍ଚଳରେ ଲୋକମାନଙ୍କ ଘରେ ପାଣି ପଶିବାରୁ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି(ରବିବାର) ଅପରାହ୍ନରୁ ଆଜି ଅପରାହ୍ନ ୪.୩୦ମିନିଟ ସୁଦ୍ଧା ଏଠାରେ ୧୯୮ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

- Advertisement -

ତେବେ ସୋମବାର ସନ୍ଧ୍ୟାସୁଦ୍ଧା ଲଗାଣ ବର୍ଷା ଫଳରେ ଆଠଗଡ ସହରର ୪ନଂ ୱାର୍ଡ ଅନ୍ତର୍ଗତ ହରିଜନ ସାହି, ୩ନଂ ୱାର୍ଡ ଅନ୍ତର୍ଗତ ଗଦାସାହିର ତଳିଆ ଅଞ୍ଚଳ, କନ୍ତୋଲର ୧୦ନଂ ଓ ୧୧ନଂ ୱାର୍ଡର ତଳିଆ ଅଞ୍ଚଳରେ ବର୍ଷାଜଳ ନିଷ୍କାସନ ହୋଇନପାରି ଲୋକମାନଙ୍କ ଘରେ ପଶିିଥିବା ଦେଖିବାକୁ ମିଳିଛି । ଅବିରତ ବର୍ଷା ଯୋଗୁଁ ଆଠଗଡ ସହର ଓ ଗ୍ରାମାଞ୍ଚଳ ମଧ୍ୟରେ ପ୍ରବାହିତ ସାପୁଆ ନଦୀରେ ଜଳସ୍ତର ହୁ ହୁ ହୋଇ ବଢୁଛି । ସେହିପରି କଣ୍ଟିଆ ଓ ଫିଙ୍ଗା ନାଳରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଛି । ଆଠଗଡ ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ତୀକ୍ଷ୍ମ ଦୃଷ୍ଟି ରଖାଯାଇଥିବା ଏବଂ ଆବଶ୍ୟକ ସ୍ଥଳେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲେ ଲୋକଙ୍କୁ ସ୍ଥାନାନ୍ତର କରି ରିଲିଫ ଦେବା ପାଇଁ ପ୍ରସ୍ତୁତ ରହିଥିବା ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ପ୍ରକାଶ କରିଛନ୍ତି। ଆଠଗଡ ବିଡିଓ ଅରୁଣ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ପଞ୍ଚାୟତର ନିର୍ବାହୀ ଅଧିକାରୀ ମାନେ ଅଞ୍ଚଳ ବୁଲି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି। ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟ ଦପ୍ତରରେ ରହି ସମ୍ଭାବ୍ୟ ବନ୍ୟାପରିସ୍ଥିତି ର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ଲାଗି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ନିର୍ଦ୍ଦେଶ ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories