www.samajalive.in
Saturday, December 13, 2025
26.1 C
Bhubaneswar

ଶଗଡିଆ ନାଳରେ ପାଣି, ବାହାଲି ଗାଁକୁ ଯୋଗାଯୋଗ ବିଛିନ୍ନ

ହରଭଙ୍ଗା: ଦୁଇଦିନ ହେଲା ଲଗାଣ ବର୍ଷା ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।ଶଗଡିଆ ନାଳରେ ବନ୍ୟାପାଣି ଯୋଗୁଁ ବାହାଲି ଗାଁ କୁ ଦୁଇଦିନହେଲା ଯୋଗାଯୋଗ ବିଛିନ୍ନ ରହିଛି।ଫଳରେ ଗ୍ରାମର ପରିବାର ଦୁଇଦିନହେଲା ଭୋକଉପାସରେ ଦିନକାଟୁଥିବା ଜଣାପଡିଛି।ତୁରନ୍ତ ପ୍ରଶାସନ ପକ୍ଷରୁ ଗାଁ ଲୋକଙ୍କୁ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇଦେବାକୁ ଦାବୀ ହେଉଛି।।ସୂଚନା ଥାଉ କି ବହୁ ବର୍ଷର ଦାବୀ ପରେ ୨୦୧୮-୧୯ ଆର୍ଥୀକ ବର୍ଷରେ ମନରେଗା ଯୋଜନାରେ ୨୦ଲକ୍ଷଟଙ୍କା ବ୍ୟୟ ଅଟକଳରେ ବାହାଲି ନାଳ ଉପରେ ଏକ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା।ମାତ୍ର ୨୦ଲକ୍ଷଟଙ୍କା ବିଲ ମଞୁର କ୍ଷମତା ବ୍ଲକ ସହକାରୀ ଯନ୍ତ୍ରୀଙ୍କ ନଥିବା ଦର୍ଶାଇ ସେତୁ ନିର୍ମାଣ କାର୍ଯ୍ୟ ଅନିୟମିତତା ଏବଂ ତ୍ରୁଟି ଉପରେ ବୌଦ୍ଧ ପି.ଡି କେଁ ଆଣିଲେ।

 

- Advertisement -

ଏ ସର୍ମ୍ପକରେ ପଂଚାୟତରାଜ ସଚିବଙ୍କୁ ଜଣାଇବା ପରେ ଗତ ମାର୍ଚ୍ଚ ମାସରେ ଭୂବନେଶ୍ୱରରୁ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଏହାର ତଦନ୍ତ ସାରି ଫେରିଥିଲେ।ମାତ୍ର ତାଙ୍କ ତଦନ୍ତର ୩ମାସ ପରେ ବି ସେତୁ ନିର୍ମାଣ କାର୍ଯ୍ୟ ଅନିୟମିତତା ,ତ୍ରୁଟି ଏବଂ ସହମତି ଉପରେ କୌଣସି ଉତର ମିଳିନାହିଁ।ଯାହାଫଳରେ ସେତୁକାର୍ଯ୍ୟ ଆଗେଇ ପାରୁନାହିଁ କି ୧୨ଲକ୍ଷ ୪୫ହଜାରଟଙ୍କାର ବିଲ ପଇଠରେ ଅହେତୁକ ବିଳମ୍ବ ଦେଇଖାଦେଇଛି।ଅଧପନ୍ତରିଆ ପୋଲ ନିର୍ମାଣ ଏବଂ ଶ୍ରମିକ ମଜୁରୀ ଦାବୀରେ ଗତ ଜୁଲାଇ ୭ତାରିଖରେ ଗ୍ରାମବାସୀ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ।ବି.ଡି.ଓ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତିର ଦୁଇମାସ ପରେ ବି ଫଳ ଶୂନ।ଯାହାଫଳରେ ଗାଁ ଲୋକେ ଦୁଇଦିନହେଲା ଜଳବନ୍ଦୀରେ ରହିଥିବା ଜଣାପଡିଛି।ତୁରନ୍ତ ଏ ଦିଗରେ ଜିଲ୍ଲାପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ପାଇଁ ଗାଁଲୋକେ ଦାବୀ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories