ଆଠଗଡ : ଆଠଗଡ ଉପଖଣ୍ଡ ଡାକ୍ତରଖାନାର ପ୍ରସୂତୀ କକ୍ଷରେ ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିବା ବେଳେ ସେଠାରେ ଉପସ୍ଥିତ ଡାକ୍ତର ଓ ସେବିକା ତୁରନ୍ତ ବାହାରକୁ ଚାଲିଯିବାରୁ ଅଳ୍ପକେ ବର୍ତ୍ତିଥିବା ଜଣାପଡିଛି । ପ୍ରସୂତୀ ଗୃହର କାନ୍ଥରେ ପାଣି ଝରାଇବା ଫଳରେ ସେଠାରେ ଲାଗିଥିବା ଏକ ପଙ୍ଖା ନିଆଁ ଧରି ହଠାତ୍ ଜୋରରେ ଜଳିବାକୁ ଆରମ୍ଭ କରିଥିଲା । ସେଠାରେ କର୍ତ୍ତବ୍ୟରତ ଡାକ୍ତର ଓ ସେବିକା ଏହା ଦେଖି ତୁରନ୍ତ କକ୍ଷ ବାହାରକୁ ଚାଲି ଯାଇଥିଲେ। ତେବେ ନିକଟରେ ଉପସ୍ଥିତ ଥିବା ଜଣେ ସ୍ୱାସ୍ଥ୍ୟମିତ୍ର ଉପସ୍ଥିତ ବୁଦ୍ଧି ଖଟାଇ ଅଗ୍ନି ନିର୍ବାପକ ଯନ୍ତ୍ର ସାହାର୍ଯ୍ୟରେ ସ୍ନୋ ସ୍ପ୍ରେ କରିବାରୁ ପଙ୍ଖାରେ ଲାଗିଥିବା ନିଆଁ ଆୟତ୍ତ ହୋଇଥିଲା। ତେବେ ପ୍ରସୂତୀ କକ୍ଷଟି ପ୍ରାୟ ୧ଘଣ୍ଟା ଧରି ଧୂଆଁମୟ ହୋଇ ରହିଥିଲା। ସୂଚନାଥାଉକି ମାତ୍ର ୫-୬ମାସ ପୂର୍ବରୁ ୪ଲକ୍ଷ ଟଙ୍କା ବ୍ୟୟରେ ପ୍ରସୂତୀ ଓ ଅସ୍ତ୍ରୋପଚାର ଗୃହର ନବୀକରଣ କରାଯାଇଥିଲା। ତେବେ ନିମ୍ନମାନର କାମ ଯୋଗୁଁ ଉକ୍ତ କକ୍ଷର ଛାତ ଓ କାନ୍ଥରୁ ପାଣି ଗଳିବା ଫଳରେ ଏପରି ଏକ ଅଗ୍ନିକାଣ୍ଡ ଭଳି ବିପତ୍ତି ସୃଷ୍ଟି ହୋଇଥିଲା।
Popular Categories



