www.samajalive.in
Monday, December 15, 2025
26.1 C
Bhubaneswar

ଦିଲ୍ଲୀରେ ୪୬ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ନୂଆଦିଲ୍ଲୀ : ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ଫେବୃଆରୀରେ ଘନ କୁହୁଡ଼ି ତ ଖରାଦିନେ ପ୍ରବଳ ବର୍ଷା ଆଉ ମୌସୁମିରେ ମୁଣ୍ଡଫଟା ଖରା। ଏମିତି ବିଚିତ୍ର ପାଣିପାଗ ସତ୍ତ୍ବେ ଚଳିତବର୍ଷର ମୌସୁମି ବର୍ଷା ଦୀର୍ଘ ୪୬ ବର୍ଷର ରେକର୍ଡ ଭାଙ୍ଗିଛି। ପାଣିପାଗ ବିଜ୍ଞାନ ବିଭାଗ ଶନିବାର ଦେଇଥିବା ସୂଚନାନୁଯାୟୀ, ଶୁକ୍ରବାର ସକାଳୁ ଶନିବାର ସକାଳ ସୁଦ୍ଧା ୯୪.୭ ମିଲିମିଟର ବର୍ଷା ହୋଇଛି । ସମଗ୍ର ରାଜଧାନୀ ଜଳାର୍ଣ୍ଣବ ହୋଇପଡ଼ିଛି। ଅସ୍ବାଭାବିକ ମୌସୁମି ସତ୍ତ୍ବେ ଜାତୀୟ ରାଜଧାନୀରେ ଏପର୍ଯ୍ୟନ୍ତ ୧ହଜାର ୧୦୦ ମିଲିମିଟର ବର୍ଷା ହୋଇଛି। ଏହା ୪୬ ବର୍ଷ​ ମଧ୍ୟ‌େ​‌ର ସର୍ବାଧିକ ଓ ଗତବର୍ଷ ତୁଳନାରେ ୨ ଗୁଣାରୁ ଅଧିକ। ଗତ ୧୧ ଦିନରେ ୩୪୩.୬ ମିଲିମିଟର ବର୍ଷା ହୋଇଛି; ଯାହା ଗତ ୧୨ ବର୍ଷରେ ସର୍ବାଧିକ। ୧୯୭୫ରେ ଦିଲ୍ଲୀରେ ସର୍ବାଧିକ ୧ହଜାର ୧୫୦ ମିଲିମିଟର ମୌସୁମି ବର୍ଷା ହୋଇଥିଲା। ଏହାଛଡ଼ା ୨୦୦୩ରେ ୧୦୫୦ ମିଲିମିଟର ବର୍ଷା ହୋଇଥିଲା। ମୌସୁମିରେ ହାରାହାରି ୬୪୮.୯ ମିଲିମିଟର ବର୍ଷା ହୋଇଥାଏ; ତେବେ ଚଳିତବର୍ଷ ମୌସୁମି ଫେରିବାକୁ ଆଉ କିଛି ଦିନ ଥିବାବେଳେ ବର୍ଷା ସବୁ ରେକର୍ଡ ଭାଙ୍ଗିବା ସମ୍ଭାବନା ରହିଛି । ଗତବର୍ଷ ସେପ୍ଟେମ୍ବରରେ ଦିଲ୍ଲୀରେ ୨୦.୯ ମିଲିମିଟର ବର୍ଷା ହୋଇଥିଲା। ସେପ୍ଟେମ୍ବର ୨୫ ସୁଦ୍ଧା ଦିଲ୍ଲୀରୁ ମୌସୁମି ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଥାଏ । ଚଳିତବର୍ଷ ଦିଲ୍ଲୀରେ ମୌସୁମି ପହଞ୍ଚିବା ବିଳମ୍ବ ହୋଇଥିଲା।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories