www.samajalive.in
Friday, December 5, 2025
17.1 C
Bhubaneswar

ଆଦର୍ଶ ବିଦ୍ୟାଳୟରେ ଯୁକ୍ତଦୁଇ ପାଠ୍ୟକ୍ରମ ଆରମ୍ଭ ଓ ଋଷିକୁଲ୍ୟା ନଦୀକୂଳ ଗ୍ରାମରେ ପଥର ବନ୍ଧ ନିର୍ମାଣ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଭିନ୍ନ ସମସ୍ୟାକୁ ନେଇ ବିଧାୟକ ସୁବାସ ଚନ୍ଦ୍ର ବେହେରା ଗୁରବାର ଦିନ ବିଧାନସଭାରେ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ଗଞ୍ଜାମ ବ୍ଲକ ଶତ୍ରୁସୋଲ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଓ ଛତ୍ରପୁର ବ୍ଲକ ଅଧିନସ୍ଥ ଚମାଖଣ୍ଡି ଗ୍ରାମ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଯୁକ୍ତଦୁଇ ପାଠ୍ୟକ୍ରମ କେଉଁ ଶିକ୍ଷାବର୍ଷ ଠାରୁ ଆରମ୍ଭ ହେବ ବୋଲି ବିଧାୟକ ପ୍ରଶ୍ନ  କରିଥିଲେ। ତେବେ ଉଭୟ ବିଦ୍ୟାଳୟ ତୃତୀୟ ପର୍ଯ୍ୟାୟ ବିଦ୍ୟାଳୟରେ ଅନ୍ତର୍ଭୁକ୍ତ ତେଣୁ ପର୍ଯ୍ୟାୟକ୍ରମେ ଯୁକ୍ତଦୁଇ ପାଠ୍ୟକ୍ରମ ଶିକ୍ଷାଦାନ ଆରମ୍ଭ ପାଇଁ ପଦକ୍ଷେପ ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ତାଙ୍କ ଉତ୍ତର ରଖିଥିଲେ।
ସେହିପରି ଛତ୍ରପୁର ଓ଼ ଗଞ୍ଜାମ ଅଞ୍ଚଳ ଋଷିକୂଲ୍ୟା ନଦୀକୂଳରେ ରହିଥିବା ଦାମୋଦରପୁର, କାଇଁଚପୁର,କଲ୍ୟାଣପୁର,ବଡ଼ ମାଧପୁର ପୋଟଲାମପୁର,ମୁନିସପେଣ୍ଠ ପ୍ରମୁଖ ଗ୍ରାମ କୁ ବନ୍ୟା ଦାଉରୁ ସୁରକ୍ଷା ଦେବା ନିମନ୍ତେ ଆଡିବନ୍ଧ ନିର୍ମାଣ ନିମନ୍ତେ କ’ଣ ଯୋଜନା ରହିଛି ଓ କେତେଟଙ୍କା ମଞ୍ଜୁର ହୋଇଛି ବୋଲି ପ୍ରଶ୍ନ କରିଥିଲେ। ବର୍ତ୍ତମାନ ପୋଟଲାମପୁର ଠାରେ ନଦୀବନ୍ଧର ସୁଦୃଢ଼ୀକରଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି।ଏହା ବ୍ୟତୀତ ତିନି ଗୋଟି କାର୍ଯ୍ୟର ଟିଏସି ଅନୁମୋଦନ କରାଯାଇଛି ବୋଲି ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ  ଉତ୍ତରରେ କହିଥିଲେ। ଆର୍ଥିକ ସମ୍ବଳ କୁ ଦୃଷ୍ଟିରେ ରଖି ବିହିତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଥିଲେ।
ପୋଟଲାମପୁର ରେ ୪୧୯.୨୦ ଲକ୍ଷ ଟେଣ୍ଡର ପ୍ରକ୍ରିୟା ଜାରି କରାଯାଇଥିବା ବେଳେ ଦାମୋଦରପୁର ଗ୍ରାମ ୨୩୬.୪୧ ଲକ୍ଷ, କାଇଁଚପୁରରେ ୪୧୬.୦୦ ଲକ୍ଷ,ବଡ଼ମାଧପୁର ୫୬୩.୩୦ ଲକ୍ଷ ଟଏସି ଧାର୍ଯ୍ୟ କରାଯାଇଛି ବୋଲି ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ସୂଚନା ଦେଇଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories