www.samajalive.in
Friday, December 5, 2025
26.1 C
Bhubaneswar

ସାଇବର ଅପରାଧ : ଭଡ଼ାରେ ଜମାଖାତା

ଝାରସୁଗୁଡ଼ା : ରୋଜଗାର କିଛି ନାହିଁ, କିନ୍ତୁ ବ୍ୟାଙ୍କ ଜମା ଖାତାରେ ପ୍ରତିଦିନ ଲକ୍ଷାଧିକ ଟଙ୍କାର ଦେଣନେଣ ଓ ସେ ଜରିଆରେ ମୋଟା ଅଙ୍କର ଲାଭ । ଏମିତି ଉପୁରି ରୋଜଗାର କରୁଥିବା ଦୁଇ ଯୁବକଙ୍କୁ ଝାରସୁଗୁଡ଼ା ପୁଲିସ ଗିରଫ କରିଛି । ଅଭିଯୁକ୍ତ ଦୁଇ ଜଣ ହେଲେ ଝାରସୁଗୁଡ଼ା ସହର ପାହାଡ଼ିମନ୍ଦିର ଗଳି ଆଦର୍ଶ କଲୋନୀ ବାସିନ୍ଦା ସୁନୀଲ କୁମାର ସାହୁ(୩୨) ଓ ପଶ୍ଚିମବଙ୍ଗ ମଲଦାର ସ୍ଥାୟୀ ବାସିନ୍ଦା ତଥା ସମ୍ପ୍ରତି ଝାରସୁଗୁଡ଼ା ସହର କାଳୀ ମନ୍ଦିରରାସ୍ତାରେ ରହୁଥିବା ଶେଖ୍ ଅମାଦୁଲ ଓରଫ ଶେଖ୍ ମୁସ୍ତକିନ୍(୨୮) । ତଦନ୍ତ ବେଳେ ଉଭୟଙ୍କ ନାମରେ ୧୨ଟି ଭିନ୍ନ ଭିନ୍ନ ବ୍ୟାଙ୍କର ଜମା ଖାତା ଥିବା ଜଣା ପଡ଼ିଥିବା ବେଳେ ତାହା ବି ଭଡ଼ାରେ ଲାଗିଥିବା ପୁଲିସ ଜାଣିବାକୁ ପାଇଥିଲା । ଅଭିଯୁକ୍ତ ଦୁଇ ଜଣ କୁଖ୍ୟାତ ଜାମତାରା ସାଇବର ଅପରାଧୀ ଗ୍ୟାଙ୍ଗର ଏକ ମୋହରା ଥିଲେ ବୋଲି ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଝାରସୁଗୁଡ଼ା​‌ ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାଶ ସୂଚନା ଦେଇଛନ୍ତି ।
ପୁଲିସ ଅଧିକ୍ଷକ ଶ୍ରୀ ଦାଶ କହିଛନ୍ତି, ପାହାଡ଼ିମନ୍ଦିର ଅଞ୍ଚଳର ସୁନୀଲ ସାହୁ କୌଣସି ରୋଜଗାର କରୁ ନ ଥିଲେ ହେଁ ତାହାର ବ୍ୟାଙ୍କ ଖାତାରେ ଭାରିମାତ୍ରାରେ ଅର୍ଥ ଦେଣ ନେଣ ହୋଇଥିବା ନେଇ ଗତ ୭ତାରିଖ ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା । ସୂଚନା​‌ ଆଧାରରେ ଛାନଭିନ କଲା​‌ବେଳେ ସୁନୀଲ ନାମରେ ଏମିତି ୪ଟି ଜମା​‌ଖାତା​‌ ଥିବା ଜଣାପଡ଼ିଥିଲା ଯେଉଁଥିରେ କି ସନ୍ଦେହଜନକ ଦେଣନେଣ ହେଉଥିଲା । ବ୍ୟାଙ୍କ ଅଫ ଇଣ୍ଡିଆ, କାନାଡ଼ା ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଓ ୟୁନିୟନ ବ୍ୟାଙ୍କରେ ଥିବା ସୁନୀଲର ଏହି ଖାତା ଗୁଡ଼ିକ​ରେ‌ ଟଙ୍କା ଜମା ହେବା ପରେ ତୁରନ୍ତ ବାହାର କରି ନିଆଯାଉଥିବା ପୁଲିସ ଜାଣିବାକୁ ପାଇଥିଲା । ଏହି ତଦନ୍ତକ୍ରମରେ ଅନୁରୂପ ଭାବେ କାଳିମନ୍ଦିର ରାସ୍ତା ବାସିନ୍ଦା ଶେଖ୍ ଆମାଦୁଲର ମଧ୍ୟ ଭିନ୍ନ ଭିନ୍ନ ବ୍ୟାଙ୍କରେ‌େ‌ ୮ଟି ଜମାଖାତା ଥିବା ଜଣା ପଡ଼ିଥିଲା । ଜେରା ବେଳେ ଉଭୟ ଜାମତାରା ଗ୍ୟାଙ୍ଗର ଅପରାଧୀଙ୍କ ପ୍ରରୋଚନାରେ ବ୍ୟାଙ୍କ ଖାତା ଖୋଲିଥିବା ବେଳେ ସେମାନଙ୍କୁ ଏଟିଏମ କାର୍ଡ ଓ ପାସୱାର୍ଡ ହସ୍ତାନ୍ତର କରିଥିବା ସ୍ବୀକାର କରିଥିଲେ । ଏହାର ପ୍ରତି ବଦଳରେ ତାଙ୍କୁ ପ୍ରତି ମାସ ୧୦ହଜାର ଟଙ୍କା ହିସାବରେ କମିଶନ ମିଳୁଥିବା ପ୍ରକାଶ କରିଥିଲେ । ଏହି ଅଭିଯୁକ୍ତମାନଙ୍କ ଜମାଖାତାର ଉତ୍ତରପ୍ର ଦେଶର ବହରାଇଚ ଜିଲା ଫକରପୁରରେ ଏକ ସାଇବର ଅପରାଧରେ ସମ୍ପୃକ୍ତି ଥିବା ଏବେ ଯାଏ ଜଣାପଡ଼ିଛି । ତଦନ୍ତ ଜାରି ରହିଛି, ଆଗାମୀ ଦିନରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିପାରେ ବୋଲି କହିଛନ୍ତି । ପୁଲିସ ଅଧିକ୍ଷକ ଆଗକୁ କହିଛନ୍ତି ଯେ, ଏହା ପୂର୍ବରୁ ମଧ୍ୟ ଝାରସୁଗୁଡ଼ା ପୁଲିସ ଜାମତାରା ଗ୍ୟାଙ୍ଗର ଏକ ବଡ଼ ରାକେଟ​‌େ​‌ର ୪୪ଲକ୍ଷ ଟଙ୍କା ଦେଣନେଣ ହୋଇଥିବା ପର୍ଦାଫାଶ କରିଥିଲା​‌ । ସମ୍ପୃକ୍ତ ଅପରାଧୀମାନେ ନିଜ ନାମରେ ଖାତା ନ ଖୋଲି ଭିନ୍ନ ଭିନ୍ନ ସହରର ବେରୋଜଗାର ଯୁବକଙ୍କୁ ଏଥିରେ ବ୍ୟବହାର କରିବା ସହ ନିଜ ପାଖରେ ଏଟିଏମ କାର୍ଡ ରଖନ୍ତି, ଅନୁରୂପ ଭାବେ ମୋବାଇଲ୍ ସିମ୍ ମଧ୍ୟ ଅନ୍ୟ ନାମ​‌େ​‌ର ଇସ୍ୟୁ କରାଇ ବ୍ୟବହାର କରନ୍ତି । କୌଣସି କାରଣରୁ ପ୍ରଥମ ବ୍ୟକ୍ତି ଧରା ପଡ଼ିଲେ ବି ତାଙ୍କ ପାଖକୁ ପହଞ୍ଚିବାର ଆଶଙ୍କା ଖୁବ୍ କମ୍ ରହିଥାଏ । ଏହି ଅପରାଧର ଚେର ଝାରଖଣ୍ଡର ଜାମତାରାରେ ଥିବାରୁ ସେଠାକାର ପୁଲିସରୁ ସହାୟତା ଲୋଡ଼ିଥିଲୁ ହେଲେ ସେଥିରେ ବିଶେଷ ଫଲପ୍ରଦ ହୋଇ ନ ପାରିବାରୁ ଆମର ଏକ ପୁଲିସ ଦଳ ଜାମତାରା ଯିବ । ତେବେ ​ଯେ କୌଣସି ପ୍ରକାର ସାଇବର ଅପରାଧ ସକାଶେ ସତର୍କ ହେବାକୁ ଶ୍ରୀ ଦାଶ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ସଚେତନ କରିଛନ୍ତି ।

Hot this week

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

Related Articles

Popular Categories