www.samajalive.in
Friday, December 5, 2025
26.1 C
Bhubaneswar

ଭାରତର ସହକାରୀ ଫିଜିଓଙ୍କୁ କରୋନା ; ଅଭ୍ୟାସ ବାତିଲ

ମାଞ୍ଚେଷ୍ଟର : ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳର ଜଣଙ୍କ ପରେ ଜଣେ ପ୍ରଶିକ୍ଷଣ ତଥା ସହଯୋଗୀ ସଦସ୍ୟ କରୋନା ଆକ୍ରାନ୍ତ ହେବାରେ ଲାଗିଛନ୍ତି। ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ, ବୋଲିଂ ପ୍ରଶିକ୍ଷକ ଭାରତ ଅରୁଣ ଓ ଫିଲ୍‌ଡିଂ ପ୍ରଶିକ୍ଷକ ଆର୍. ଶ୍ରୀଧର କରୋନା ଆକ୍ରାନ୍ତ ହୋଇ ବେ ଦଳଠାରୁ ଦୂରରେ ଲଣ୍ଡନ୍‌ରେ ସେମାନଙ୍କ ହୋଟେଲ କୋଠୀରେ ପୃଥକ୍‌ ବାସରେ ଅଛନ୍ତି। ଗୁରୁବାର ଜଣାପଡ଼ିଛି ଯେ ଭାରତୀୟ ଦଳର ସହକାରୀ ଫିଜିଓ ଯୋଗେଶ ପରମାର କରୋନା ସଂକ୍ରମିତ ହୋଇଛନ୍ତି। ଗୁରୁବାର ପରମାରଙ୍କ ରାପିଡ୍‌ ଆଣ୍ଟିଜେନ୍‌ ପରୀକ୍ଷାରେ ତାଙ୍କଠାରେ କରୋନା ଭୂତାଣୁ ଥିବା ଜଣାପଡ଼ିବା ପରେ ତୁରନ୍ତ ତାଙ୍କର ଆର୍‌ଟି-ପିସିଆର୍‌ ପରୀକ୍ଷା କରା ଯାଇଥିଲା। ଏଥିରୁ ମଧ୍ୟ ସେ କରୋନା ସଂକ୍ରମିତ ହେବା ସ୍ପଷ୍ଟହୋଇଛି।
୪ ଦିନ ମଧ୍ୟରେ ଭାରତୀୟ ଦଳର ୪ର୍ଥ ସଦସ୍ୟ କରୋନା ସଂକ୍ରମିତ ହେବା ପରେ ଶୁକ୍ରବାରଠାରୁ ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଖେଳାଯିବାକୁ ନେଇ ସନ୍ଦେହ ସୃଷ୍ଟିହୋଇଛି । ୪ର୍ଥ ଟେଷ୍ଟରେ ଏକାଧିକ ଭାରତୀୟ ଖେଳାଳି ଆହତ ହୋଇଥିବା ବେଳେ ପରମାର ସେମାନଙ୍କର ଚିକିତ୍ସା କରିଥିଲେ। ଫଳରେ ଖେଳାଳିଙ୍କ ସହ ଅତି ନିକଟରୁ ପରମାର ନିୟମିତ ଯୋଗାଯୋଗରେ ରହିଥିଲେ। ଫଳରେ ଭାରତୀୟ ଦଳର ହୋଟେଲରେ ଏବେ ଭୟର ବାତାବରଣ ସୃଷ୍ଟିହୋଇଛି । ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ଗୁରୁବାର ଭାରତୀୟ ଦଳ ଅଭ୍ୟାସକୁ ଓହ୍ଲାଇନଥିଲା। ପୁଣି ଗୁରୁବାର ଭାରତୀୟ ଦଳର ସାମ୍ବାଦିକ ସମ୍ମିଳନୀକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ବିସିସିଆଇ ପକ୍ଷରୁ ଖେଳାଳିଙ୍କୁ ହୋଟେଲ କୋଠରୀରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ମ୍ୟାଚ୍‌ରୁ ଓହରିଯିବା ପାଇଁ ଭାରତୀୟ ଦଳକୁ ଇଂଲଣ୍ଡ ଆହ୍ବାନ ଦେଇଥିବା ବେ‌େ‌ଳ ଏପରି କରିବାକୁ ବିସିସିଆଇ ମନା କରିଦେଇଛି। ଭାରତ ଏପରି କଲେ ଇଂଲଣ୍ଡ ବିଜେତା ଘୋଷିତ ହେବ ଏବଂ ସିରିଜ୍ ୨-୨ରେ ଅମୀମାଂସିତ ରହିବ ।
ଭାରତୀୟ ଶିବିରରେ କୋଭିଡ୍‌-୧୯ ସଂକ୍ରମିତ ବୃଦ୍ଧି ପାଉଥିବାରୁ ସିରିଜ୍‌ର ଅନ୍ତିମ ମ୍ୟାଚ ଖେଳାଯିବ କି ନାହିଁ; ତାହା ଉପରେ ବିସିସିଆଇ ଓ ଇଂଲଣ୍ଡ କ୍ରିକେଟ ବୋର୍ଡ (ଇସିବି) ନିଷ୍ପତ୍ତି ନେବେ । ଖେଳାଳିଙ୍କ ସୁରକ୍ଷାକୁ ଉଭୟ ବୋର୍ଡ ପ୍ରାଧାନ୍ୟ ଦେଇ ଆସୁଛନ୍ତି । କାରଣ ମାଞ୍ଚେଷ୍ଟର ଟେଷ୍ଟ ଶେଷହେବା ପରେ ଉଭୟ ଦଳର ଖେଳାଳି ତୁରନ୍ତ ଆଇପିଏଲ ଲାଗି ୟୁଏଇ ଗସ୍ତକରିବେ। ସେଠାରେ ଆଇପିଏଲ ୨୦୨୧ର ୨ୟ ଚରଣ ଖେଳାଯିବ। ଏହା ପରେ ଟ୍ବେଣ୍ଟି୨୦ ବିଶ୍ବକପ ରହିଥିବାରୁ ମାଞ୍ଚେଷ୍ଟର ଟେଷ୍ଟକୁ ଘୁଞ୍ଚାଇବା ନେଇ ମଧ୍ୟ ସମ୍ଭବପର ନୁହେଁ ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories