www.samajalive.in
Saturday, December 6, 2025
15.1 C
Bhubaneswar

ଉତ୍ତର ପ୍ରଦେଶର ପ୍ରଭାରୀ ନିଯୁକ୍ତି ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କର ସଫଳତା କାମନା କଲେ ରାଜ୍ୟ ବିଜେପି ଉପସଭାପତି

ନବରଙ୍ଗପୁର: ଓଡିଶାର ସୁପୁତ୍ର କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେଶ ସବୁଠାରୁ ବଡ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଭାରୀ ପାଇଁ ନିଯୁକ୍ତ ହୋଇଛନ୍ତି। ସେ ପ୍ରଥମ ଓଡିଆ ଭାବେ ବାହାର ରାଜ୍ୟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ପ୍ରଥମ ଓଡିଆ ଭାବେ କେନ୍ଦ୍ରର ପେଟ୍ରୋଲିୟମ ମନ୍ତ୍ରୀ ଭାବେ ୭ବର୍ଷ ଦାୟିତ୍ୱରେ ରହିଛନ୍ତି। ସେ ରହିଥିବା ବିଭିନ୍ନ ମନ୍ତ୍ରଣାଳୟର ଦାୟିତ୍ୱ ରହି ସଫଳତା ସହ କାମ କରି ବହୁ ଜନହୀତକର ଯୋଜନା କାର୍ଯ୍ୟ କରିଛନ୍ତି। ଏହା ସହିତ ଭାଜପାର ବିଭିନ୍ନ ପଦପଦବୀରେ ରହି ନିଖୁଣ ଭାବେ କାର୍ଯ୍ୟତୁଲାଇ ଦଳିୟ ଶୀର୍ଷ ନେତୃତ୍ୱଙ୍କର ଆସ୍ଥା ଭାଜନ ହୋଇ ପାରିଛନ୍ତି। ପୂର୍ବରୁ ସେ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନର ଦାୟିତ୍ୱରେ ରହି ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରି ସଫଳ ହାସଲ କରାଇଛନ୍ତି। ଦଳ ତାଙ୍କର ଉପରେ ଭରଷା ରଖି ଉତ୍ତର ପ୍ରଦେଶର ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାରୀ ନିଯୁକ୍ତି ଦିଆଯାଇଛି।

 

- Advertisement -

ପ୍ରଭୂ ଜଗନ୍ନାଥ ତାଙ୍କୁ ନିଶ୍ଚୟ ସଫଳ କରାଇବେ ବୋଲି ରାଜ୍ୟ ବିଜେପି ଉପସଭାପତି ତଥା ପୂର୍ବତନ ସାଂସଦ ଇଂ.ବଳଭଦ୍ର ମାଝୀ କହିବା ସହ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ଜିଲା ବିଜେପି ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୈାରୀଶଙ୍କର ମାଝୀ ମଧ୍ୟ ଏହି ନୂତନ ପ୍ରଭାରୀ ନିଯୁକ୍ତି ନେଇ ଭଗବାନଙ୍କର ନିକଟରେ ତାଙ୍କର ସଫଳତା କାମନା କରିବା ସହ ଉତ୍ତରପ୍ରଦେଶରେ ପୁଣି ଭାଜପା କ୍ଷମତାକୁ ଆସିବ ବୋଲି ଆଶାପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories