www.samajalive.in
Saturday, December 13, 2025
26.1 C
Bhubaneswar

ହାଇୱା ଜବତ ; ୫୫ ହଜାର ଟଙ୍କା ଜରିମାନା ଆଦାୟ

ବେଗୁନିଆ : ଦୁଇଟି ସ୍ପଲ ବୋଝେଇ ଜବତ ହାଇୱାରୁ ୫୫ହଜାର ଟଙ୍କା ଜରିମାନା ଆଦାୟ ରିବା ସହ ଆଉ ଏକ ପଥରବୋଝେଇ ମିନିଟ୍ରକ ଜବତ କରାଯାଇଛି।ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କ ନିର୍ଦେଶକ୍ରମେ ଅତିରିକ୍ତ ତହସିଲଦାର ସନାତନ ଆଚାର୍ୟ୍ୟ ଏବଂକାର୍ୟ୍ୟାଳୟର କର୍ମଚାରୀ ସୁପରଭାଇଜର କୃଷ୍ଣଚନ୍ଦ୍ର ମହାପାତ୍ର ଆର ଆଇ ବିଜୟ କୁମାର ମାର୍ଥ। ,ସଂଜୟରଞ୍ଜନ ସେନାପତି ,ନିର୍ମଳ ସାହୁ ପ୍ରମୁଖ ରଣପୁରରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଦୁଇଟି ସ୍ପଲ ବୋଝେଇ ହାଇୱାକୁ ଗଡମାଣତିର ଠାରେ ଜବତ କରିଥିଲେ । ସେମାନଙ୍କ ପାଖରେ ଆବଶ୍ୟକ କାଗଜ ପତ୍ର ନଥିବାରୁ ଗାଡି ଦୁଇଟିକୁ ୫୫ ହଜାର ଟଙ୍କା ଜରିମାନା ଆଦାୟ କରିବା ପରେ ଛାଡି ଦେଇଥିଲେ ।ସମ୍ପୃକ୍ତ ଅଧିକାରୀ ଏବଂ ଟିମ ସେଠାରୁ ଫେରିବା ବାଟରେ ଡିଙ୍ଗର ନିକଟରେ ଏକ ମାଙ୍କଡ଼ାବୋଝେଇ ମିନିଟ୍ରକ ତାଙ୍କୁ ଦେଖି ଦ୍ରୁତବେଗରେ ପଳାଇ ଯାଉଥିବାବେଳେ ସମ୍ପୃକ୍ତ ଗାଡିଟିକୁ ଗୋଡ଼ାଇ ଜବତ କରି ଆଣି ତହସିଲ କାର୍ୟ୍ୟାଳୟରେ ରଖିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories