www.samajalive.in
Sunday, December 7, 2025
13.1 C
Bhubaneswar

ଓଡ଼ିଶାରେ ଗୋଷ୍ଠୀ ଟିକାକରଣରେ ରିଲାଏନ୍ସ ଫାଉଣ୍ଡେସନର ସହଯୋଗ

ଭୁବନେଶ୍ୱର: କୋଭିଡ୧୯ ବିରୋଧୀ ଲଢେଇରେ ନିଜର ପ୍ରୟାସ ଜାରି ରଖି ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶାରେ ଗୋଷ୍ଠୀ ଟିକାକରଣ ପ୍ରୟାସ ଆରମ୍ଭ କରିଛି। ବାଦ ପଡିଯାଇଥିବା ଜନସାଧାରଣଙ୍କ ସମେତ ଟିକା ନେବାକୁ କୁଣ୍ଠା ପ୍ରକାଶ କରୁଥିବା ଲୋକମାନଙ୍କୁ କୋଭିଡ ୧୯ ଟିକା ପ୍ରଦାନ ସୁନିଶ୍ଚିତ କରିବା ଲକ୍ଷ୍ୟରେ ରିଲାଏନ୍ସ ଫାଉଣ୍ଡେସନ ସ୍ଥାନୀୟ ଏନଜିଓ ଏବଂ ସ୍ୱେଚ୍ଛାସେବୀ ସଂଗଠନଗୁଡିକ ସହିତ ଏହି ପ୍ର୍ରୟାସରେ ସହଭାଗିତା କରୁଛି। ଏହି ପ୍ରୟାସର ଅଂଶସ୍ୱରୂପ ଭୁବନେଶ୍ୱରର ଆଖପାଖ ଅଂଚଳ ସମେତ ବିଭିନ୍ନ ବସ୍ତିଗୁଡିକର ୩୫୦ରୁ ଅଧିକ ଲୋକଙ୍କୁ ସହାୟ, ପରିବର୍ତନ, ରୁଚିକା ସୋସିଆଲ ସର୍ଭିସ ଅର୍ଗାନାଇଜେସନ, ଓଡ଼ିଶା ଭଲ୍ୟୁଂଟାରି ହେଲ୍ଥ ଆସୋସିଏସନ, ରୋଟାରୀ କ୍ଲବ ଅଫ କଳିଙ୍ଗ ଭୁବନେଶ୍ୱର ଆଦି ଏନଜିଓ ସହଭାଗୀଙ୍କ ସହଯୋଗରେ ଭୁବନେଶ୍ୱରସ୍ଥିତ ନୀଳାଚଳ ହସପିଟାଲରେ ଆୟୋଜିତ ସ୍ୱତନ୍ତ୍ର ଟିକାକରଣ ଶିବିରରେ ଟିକାଦାନ କରାଯାଉଛି। ଟିକା ନେଉଥିବା ସମସ୍ତ ହିତାଧିକାରୀଙ୍କୁ ମଧ୍ୟ କୋଭିଡ ସୁରକ୍ଷା କିଟ୍ ପ୍ରଦାନ କରାଯାଇଛି, ଯେଉଁଥିରେ ଫେସ ଶିଲ୍ଡ, ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ରହିଛି। ଏହି ଗୋଷ୍ଠୀ ଟିକାକରଣ ଅଭିଯାନ ଭୁବନେଶ୍ୱରରେ ଜାରି ରହିବା ସହିତ ଏହା ବାଲେଶ୍ୱର ଓ ବ୍ରହ୍ମପୁରକୁ ଆଗାମୀ କିଛି ସପ୍ତାହ ମଧ୍ୟରେ ସମ୍ପ୍ରସାରିତ କରାଯିବା କାର୍ଯ୍ୟକ୍ରମ ରହିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ଫାଉଣ୍ଡେସନ ତାହାର ମିଶନ କୋଭିଡ ସୁରକ୍ଷା ଅଭିଯାନର ଅଂଶସ୍ୱରୂପ ଚଳିତ ବର୍ଷ ଜୁଲାଇ ଓ ଅଗଷ୍ଟ ମାସରେ ଓଡ଼ିଶାର ୨୫ଟି ଜିଲାରେ ପ୍ରମୁଖ ଏନଜିଓ ସହଭାଗୀ, କୃଷକ ଉତ୍ପାଦକ କମ୍ପାନୀସମୂହ, ପୌର କାର୍ଯ୍ୟାଳୟ ଏବଂ ଜିଲା ସମାଜ ମଙ୍ଗଳ କାର୍ଯ୍ୟାଳୟଗୁଡିକ ଜରିଆରେ ୧୦ ଲକ୍ଷରୁ ଅଧିକ ମାସ୍କ, ସାନିଟାଇଜର ଏବଂ ଶୁଷ୍କ ଗ୍ରୋସେରୀ ସାମଗ୍ରୀ ଥିବା କିଟ୍ ବଂଟନ କରିଛି। କୋଭିଡ ମୁକାବିଲାରେ ନିୟୋଜିତ ସମ୍ମୁଖଭାଗର କର୍ମଚାରୀ, ସ୍ୱାସ୍ଥ୍ୟସେବା ଯୋଗାଣକାରୀ, ପୌରାଂଚଳ ପରିମଳ କର୍ମଚାରୀ, ରାସ୍ତାକଡ ଉଠାଦୋକାନି ଏବଂ ରାଜ୍ୟର ପ୍ରମୁଖ ହସପିଟାଲଗୁଡିକରେ ରୋଗୀ ଓ ସେଠାକୁ ଆସୁଥିବା ଜନସାଧାରଣଙ୍କୁ ଏହି ମାସ୍କ ଏବଂ ୧ ଲକ୍ଷରୁ ଅଧିକ ସାନିଟାଇଜର ପ୍ରଦାନ କରାଯାଇଛି। ଏଥିସହିତ ସମଗ୍ର ଓଡ଼ିଶାରେ କୋଭିଡ ସୁରକ୍ଷା ପ୍ରୟାସକୁ ଅଧିକ ସମ୍ପ୍ରସାରିତ କରି ରିଲାଏନ୍ସ ଫାଉଣ୍ଡେସନ ଖୋର୍ଦ୍ଧା, ସୁନ୍ଦରଗଡ, ସମ୍ବଲପୁର, ବାଲେଶ୍ୱର, ଭଦ୍ରକ, ପୁରୀ ଓ କୋରାପୁଟ ଜିଲାରେ ଏନଜିଓ ସହଭାଗୀଙ୍କ ଜରିଆରେ ୭ରୁ ୧୦ ବର୍ଷ ବୟସ ବର୍ଗଙ୍କ ମଧ୍ୟରେ ପ୍ରାୟ ୩୦ ହଜାର ପିଲାଙ୍କ ମାସ୍କ ପ୍ରଦାନ କରିଛି। ଏଥିସହିତ ରିଲାଏନ୍ସ ଫାଉଣ୍ଡେସନ୍ ଓଡ଼ିଶାର ୧୬ଟି ଜିଲାରେ ପୁଲିସ କର୍ମଚାରୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ପାରାମେଡିକାଲ କର୍ମଚାରୀ, ପୌରାଂଚଳ ପରିମଳ କର୍ମଚାରୀଙ୍କ ସମେତ ସମ୍ମୁଖଭାଗ ଯୋଦ୍ଧାଙ୍କୁ ପୌରସଂସ୍ଥା କାର୍ଯ୍ୟାଳୟ ଏବଂ ସ୍ଥାନୀୟ ଏନଜିଓ ସହଭାଗୀଙ୍କ ଜରିଆରେ ୧.୧୩ ଲକ୍ଷରୁ ଉର୍ଦ୍ଧ୍ୱ ହ୍ୟାଣ୍ଡ ସାନିଟାଇଜର ଏବଂ ୭୦ହଜାରରୁ ଉର୍ଦ୍ଧ୍ୱ ଗ୍ଲୋଭସ ପ୍ରଦାନ କରିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories