www.samajalive.in
Thursday, December 11, 2025
16.1 C
Bhubaneswar

କେଏଲୟୁକୁ କ୍ଲିନ ଆଣ୍ଡ ସ୍ମାର୍ଟ କ୍ୟାମ୍ପସ ପୁରସ୍କାର

ଭଦ୍ଦେଶ୍ୱରମ (ବିଜୟୱାଡା)/ ହାଇଦ୍ରାବାଦ: ସ୍ନାତକ ଏବଂ ଉଚ୍ଚଶିକ୍ଷା ନିମନ୍ତେ ଦେଶରେ ଅନ୍ୟତମ ଅଗ୍ରଣୀ ବିଶ୍ୱବିଦ୍ୟାଳୟ କେଏଲ ଡିମ୍‍ଡ ଟୁ ବି ୟୁନିଭରସିଟିକୁ ଏଆଇସିଟିଇ ଦ୍ୱାରା ସମ୍ମାନଜନକ କ୍ଲିନ ଆଣ୍ଡ ସ୍ମାର୍ଟ କ୍ୟାମ୍ପସ ପୁରସ୍କାର ୨୦୨୦ ପ୍ରଦାନ କରାଯାଇଛି। ଭାରତୀୟ ଜ୍ଞାନ ବ୍ୟବସ୍ଥା ଉପଯୋଗ କରୁଥିବା ବିଶ୍ୱବିଦ୍ୟାଳ ବର୍ଗ ଅଧୀନରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପରିସରକୁ ପରିଷ୍କାର ପରିଚ୍ଛନ୍ନ ଓ ସ୍ମାର୍ଟ ରଖିବା ଦିଗରେ ଭାରତୀୟ ଜ୍ଞାନ ବ୍ୟବସ୍ଥାର ଉପଯୋଗିତା ପାଇଁ ୟୁନିଭରସିଟିକୁ ଦ୍ୱିତୀୟ ପୁରସ୍କାର ମିଳିଛି। ବୈଷୟିକ ଶିକ୍ଷାର ସାମଗ୍ରିକ ବିକାଶ ଦିଗରେ ଅବଦାନ ରଖିଥିବା ଶିକ୍ଷାପ୍ରତିଷ୍ଠାନ, ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ସମ୍ମାନିତ କରିବା ପାଇଁ ପୁରସ୍କାର ପ୍ରଦାନ ସମାରୋହର ତୃତୀୟ ସଂସ୍କରଣ ଏଆଇସିଟିଇ ଦ୍ୱାରା ନୂଆଦିଲ୍ଲୀ ସ୍ଥିତ ତାହାର ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜନ କରାଯାଇଥିଲା। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ କେଏଲ ଡିମ୍‍ଡ ଟୁ ବି ୟୁନିଭରସିଟିର ଡାଇରେକ୍ଟର ଡଃ. ଗାରିମେଲ୍ଲା ଗୋପାଳକ୍ରିଷ୍ଣରାଓଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଡଃ ଗାରିମେଲ୍ଲା ଗୋପାଳକ୍ରିଷ୍ଣରାଓ ୟୁନିଭରସିଟି ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଥିଲେ।

ବିଶ୍ୱବିଦ୍ୟାଳୟଗୁଡିକୁ ସେମାନଙ୍କର ବର୍ଜ୍ୟ ପରିମାଣ ସର୍ବନିମ୍ନସ୍ତରରେ ରଖିବା, ସମ୍ବଳର ସଂରକ୍ଷଣ ଏବଂ ନିରନ୍ତରତା ହାସଲ ନିମନ୍ତେ ଆଇଓଟି, କ୍ଲାଉଡ ଓ ବିଗ୍‍ ଡାଟା ଭଳି ସର୍ବାଧୁନିକ ପ୍ରଯୁକ୍ତି ବ୍ୟବହାର ଆଦି ଆଧାରରେ ମୂଲ୍ୟାୟନ କରାଯାଇଥିଲା। କେଏଲ ଡିମ୍‍ଡ ଟୁ ବି ୟୁନିଭରସିଟିକୁ ତାହାର ଦୀର୍ଘସ୍ଥାୟୀ ଅଭିବୃଦ୍ଧି ସହିତ ସଂଯୁକ୍ତ ବିବିଧ ପ୍ରୟାସ ନିମନ୍ତେ ସ୍ୱୀକୃତି ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ୟୁନିଭରସିଟିକୁ ଏହାର ଦୀର୍ଘସ୍ଥାୟୀ, ପାରମ୍ପରିକ ବ୍ୟବସ୍ଥିତ ବର୍ଜ୍ୟ ପରିଚାଳନା, ସମ୍ବଳ ଏବଂ ପରିବେଶ ସୁରକ୍ଷା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେବା ପାଇଁ କ୍ୟାମ୍ପସକୁ ନିୟୋଜିତ ରଖିବା ଦିଗରେ ପ୍ରଯୁକ୍ତିର ବ୍ୟବହାର ଆଦି ନିମନ୍ତେ ପ୍ରଶଂସା କରାଯାଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories