ଆଠଗଡ: ଆଠଗଡ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ପଦବୀ ଦୀର୍ଘବର୍ଷ ହେଲା ଖାଲିପଡିବା ପରେ ବୁଧବାର ଏହି ପଦବୀରେ ଅଲେଖ ଚନ୍ଦ୍ର ଦାସ ଯୋଗଦାନ କରିଛନ୍ତି। କେନ୍ଦ୍ରାପଡାରେ ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବେ କାର୍ଯ୍ୟ କରିଥିବା ଶ୍ରୀ ଦାସଙ୍କର ଏଠାକୁ ବଦଳି ହେବା ପରେ ସେ ଆଜି ଯୋଗଦାନ କରି ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଆଠଗଡ ସୂଚନା ଓ ଲୋକସଂପର୍କ ବିଭାଗୀୟ କର୍ମଚାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ଆଠଗଡରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ଜାତୀୟ ଦିବସଗୁଡିକୁ ସୂଚାରୁରୂପେ ଆୟୋଜନ କରିବା ସହ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ସମସ୍ୟା ସମାଧାନ ଦିଗରେ ପ୍ରାଥମିକତା ଦେବେ ବୋଲି ନୂତନ ଏସଡିଆଇପିଆରଓ ଶ୍ରୀ ଦାସ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
Popular Categories



