www.samajalive.in
Sunday, December 14, 2025
23.1 C
Bhubaneswar

ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକ ପର୍ବ ପାଳିତ

ବୌଦ୍ଧ: ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟଠାରେ ଶିକ୍ଷକ ପର୍ବ ୨୦୨୧ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ସମସ୍ତ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷକ ପର୍ବ ବିଷୟରେ ଅବଗତ କରାଯାଇ ଆଭାସି ଜରିଆରେ କାର୍ଯ୍ୟକ୍ରମ ସହିତ ଯୋଡାଯାଇଥିଲା। କରୋନା କଟକଣାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା। ଫଳରେ ସମସ୍ତ ଅଭିଭାବକ,ଛାତ୍ରଛାତ୍ରୀ ଘରେ ବସି ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଓ ୱେବିନାର ସଂପର୍କରେ ସମସ୍ତ ତଥ୍ୟ ଜାଣିପାରିଥିଲେ। ଏହି ଶିକ୍ଷକ ପର୍ବରେ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷା ସୁଜାତା ରଥଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟରେ ଆୟୋଜିତ ବୈଠକରେ ଶିକ୍ଷକ ପର୍ବ ପାଳନର ଆଭିମୁଖ୍ୟ ଉପରେ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ବିଶ୍ୱାଳ,ବିଜୟା ପ୍ରଧାନ,ପ୍ରତିଭା ଦେବୀ,ଶିକ୍ଷକ ପ୍ରଦୀପ କୁମାର ପଣ୍ଡା,ଶ୍ରୀନିବାସ ହାତୀ,କରମବୀର ସିଂହ,ହରିଶଙ୍କର ରାୟ,ହରେନ୍ଦ୍ର କୁମାର ପ୍ରମୁଖ ଯୋଗ ଦେଇଥିଲେ।ଏହି ଶିକ୍ଷକ ପର୍ବ ସେପ୍ଟେମ୍ବର ୭ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟମାନଙ୍କରେ ପାଳିତ ହେବ ବୋଲି ଜଣାପଡିଛି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories