www.samajalive.in
Sunday, December 14, 2025
26.1 C
Bhubaneswar

ପଶ୍ଚିମ ଓଡ଼ିଶାର ଭାଇଚାରାର ନିଆରା ପର୍ବ ପୁରା ଉଆଁସ

ବୌଦ୍ଧ: ସମଗ୍ର ପଶ୍ଚିମ ଓଡିଶାର ହଜିଯାଉଥିବା ନିଆରା ପର୍ବ ପୁରା ଉଆଁସ ଆଜି ବି ବଞ୍ôଚରହିଛି। ସପ୍ତପୁରୀ ଅମାବାସ୍ୟାରେ ବୌଦ୍ଧ ଜିଲାର ସମସ୍ତ ଗ୍ରାମ ଗୁଡିକ ଚଳ ଚଞ୍ଚଳ ହୋଇପଡିଥାଏ ଏହି ପାରମ୍ପରିକ ପର୍ବକୁ ନେଇ। ବୌଦ୍ଧ ଜିଲାରେ ସପ୍ତପୁରୀ ଅମାବାସ୍ୟା କୁ ପୂରା ଉଆଁସ ଭାବେ ପାଳନ କରାଯାଇଥାଏ। ପ୍ରତ୍ୟେକ ଗ୍ରାମରେ ଅଧିଷ୍ଠାତ୍ରୀ ଦେବାଦେବୀଙ୍କ ପୀଠରେ ସ୍ୱତନ୍ତ୍ର ପୂଜା କରାଯିବା ପରେ ଆରମ୍ଭ ହୋଇଥାଏ ଏହି ପର୍ବ। ଅପରାହ୍ନରେ ଛୋଟଛୋଟ ପୁଅ ପିଲାମାନେ କାଠ ଓ ମାଟିରେ ନିର୍ମତ ହାତୀ, ଘୋଡ଼ା,ମାଙ୍କଡ ଓ ଷଣ୍ଡ ଆଦିକୁ ଫୁଲ , ସିନ୍ଦୁର ଦେଇ ସଜ୍ଜିତ କରି ଖେଳିବାକୁ ବାହାରିଥାନ୍ତି। ଗ୍ରାମର ମନ୍ଦିର ପ୍ରାଙ୍ଗଣରେ କିମ୍ବା ବିଦ୍ୟାଳୟ ପରିସରରେ ଏହି ଖେଳ ଜମିଥାଏ। ପିଲାମାନେ ନିଜନିଜ ହାତୀ ଘୋଡ଼ା ମଧ୍ୟରେ ଲଢ଼େଇ କରାନ୍ତି। ଶେଷରେ କୁନିକୁନି ଝିଅମାନଙ୍କ ଠାରୁ ନିଜ ହାତୀ ଘୋଡ଼ା ପାଇଁ ଖାଦ୍ୟ ମାଗିଥାଆନ୍ତି।

ଏପଟେ କୁନିକୁନି ଝିଅମାନେ ହାତରେ ଚାଙ୍ଗୁଡି ଓ କୂଲା ଧରି ଛୋଟ ଛୋଟ ମାଟି ନିର୍ମିତ ପାତ୍ରରେ ବିଭିନ୍ନ ଖାଦ୍ୟଶସ୍ୟ ଯଥା ମକା, ଶିମ୍ବ, ମୁଗ, କୋଳଥ, ଲିଆ, ସାତ ପ୍ରକାର ଚଣା ଧରି ସେଠାରେ ଏକତ୍ରିତ ହୋଇଥାଆନ୍ତି। ନିଜନିଜ ମଧ୍ୟରେ ଏହି ଖାଦ୍ୟକୁ ଆଦାନ ପ୍ରଦାନ କରିବା ସହ ପିଲାମାନଙ୍କୁ ବାଣ୍ଟିଥାଆନ୍ତି। ଏହି ନିଆରା ପରମ୍ପରା କୁଶାଣ ରାଜତ୍ୱ ସମୟରୁ ପାଳିତ ହୋଇଆସୁଥିବାର କୁହାଯାଏ। ଏହି ପର୍ବ ପାଳନ ମାଧ୍ୟମରେ ପିଲାମାନଙ୍କୁ ଯୁଦ୍ଧ ଓ ଝିଅମାନଙ୍କୁ ଘରକରଣାର ଶିକ୍ଷା ଦିଆଯାଉଥିଲା। ଏହି ପରମ୍ପରା ଭାଇ ଚାରାର ବାର୍ତ୍ତା ଦେବା ସହ ମିଳିମିଶି ଚଳିବାକୁ ଶିକ୍ଷା ଦେଇଥାଏ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories