www.samajalive.in
Sunday, December 14, 2025
26.1 C
Bhubaneswar

ଆଠଗଡ ଡାକ୍ତରଖାନାରେ ପୋଷଣ ସପ୍ତାହରେ ସଚେତନତା

ଆଠଗଡ: ଆଠଗଡ ଉପଖଣ୍ଡ ଡାକ୍ତରଖାନାର ପୁଷ୍ଟିସାଧନ କେନ୍ଦ୍ର ଆନୁକୁଲ୍ୟରେ ଜାତୀୟ ପୋଷଣ ସପ୍ତାହ ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର ଯୋଗଦେଇ ଉପସ୍ଥିତ ମା ମାନଙ୍କୁ ପ୍ରସବ ସମୟରେ ଓ ତା ପୂର୍ବରୁ ଉପଯୁକ୍ତ ପୋଷଣର ଆବଶ୍ୟକତା ବିଷୟରେ ବୁଝାଇଥିଲେ। ଏଥିସହିତ ଶିଶୁ ଜନ୍ମ ହେବା ପରଠାରୁ ତାକୁ କେଉଁ ପ୍ରକାରର ପୋଷଣ ଜରୁରୀ ସେ ସଂପର୍କରେ ମଧ୍ୟ ବିସ୍ତୃତ ଭାବେ ବୁଝାଇଥିଲେ। ଏଥିରେ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ନିହାର ରଞ୍ଜନ ମିଶ୍ର ଓ ଦନ୍ତ ଚିକିତ୍ସକ ଡାକ୍ତର ଶିବଶଙ୍କର ପ୍ରଧାନ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଉପଯୁକ୍ତ ପୋଷଣ ବିନା ଶିଶୁମାନଙ୍କର ଶାରୀରିକ ଅଭିବୃଦ୍ଧି ବାଧକ ହେଉଥିବା ଏବଂ ସେମାନଙ୍କର ରୋଗପ୍ରତିରୋଧକ ଶକ୍ତି କମିବ ବୋଲି କହିବା ସହ ସେଥିପ୍ରତି ଉପଯୁକ୍ତ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ।

ଡାକ୍ତରଖାନାର ମୁଖ୍ୟସେବିକା ଶୈଳବାଳା ଭୂୟାଁ, ଫର୍ମାଶିଷ୍ଟ ଜୟଦେବ ପାତ୍ର, ରୋଗୀ କଲ୍ୟାଣ ସମିତିର ସଦସ୍ୟ ସନାତନ ରାୟ ଓ ରାକେଶ ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍‍ବୋଧନ ଦେଇଥିଲେ। ଡାକ୍ତରଖାନା ପରିଚାଳକ ପୂଜାଲିନ ରାଉତ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ଏଏନଏମ ସୁନୁ ସୁତାର, ସୀତା ମାରାଣ୍ଡି, ସୁନିତା ବରାଳ, ଶୁଭଲକ୍ଷ୍ମୀ ପ୍ରଧାନ, ରେଣୁବାଳା ଦାସ, ଏଲଏଚବି ମଞ୍ଜୁବାଳା ନାୟକ ପ୍ରମୁଖ ସହଯୋଗ କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories