www.samajalive.in
Saturday, December 13, 2025
26.1 C
Bhubaneswar

ବିଦେଶରେ ଭାରତୀୟଙ୍କୁ ଝୁରୁଛନ୍ତି ପ୍ରିୟଙ୍କା

ନ୍ୟୁୟର୍କରେ ଆମେରିକୀୟ ଟେଲିଭିଜନ କାର୍ୟ୍ୟକ୍ରମ ‘କ୍ବାଣ୍ଟିକୋ’ର ସୁଟିଂ କାମ ଜୋରସୋରରେ ଆଗେଇ ଚାଲିଛି । ଭାରତୀୟ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରା ଏଥିରେ ଅନ୍ୟତମ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। କ୍ବାଣ୍ଟିକୋର ଏହା ତୃତୀୟ ଭାଗ ସୁଟିଂ ଚାଲିଛି। ପ୍ରଥମ ଦୁଇଟି ଭାଗର ଲୋକପ୍ରିୟତା ଓ ଟେଲିଭିଜନ ରେଟିଙ୍ଗ ପଏଣ୍ଟ ଶୀର୍ଷରେ ଥିବାର ପ୍ରକାଶ । ଏଇ ନିକଟରେ ଅନୁପମ ଖେର୍ କୌଣସି ଏକ କାର୍ୟ୍ୟକ୍ରମ ପାଇଁ ନ୍ୟୁୟର୍କ ଯାଇଥିଲେ। ପ୍ରିୟଙ୍କା ଏକଥା ଜାଣିବା ପରେ ତୁରନ୍ତ ଅନୁପମଙ୍କୁ ଫୋନ୍ କରିବା ସହ ଭେଟିବା ପାଇଁ ସ୍ବାଗତ କରିଥିଲେ । ଯେନତେନ ପ୍ରକାରେ ବ୍ୟସ୍ତତାରୁ ସମୟ ବାହାର କରି ଅନୁପମ ଖେର୍ ଭାରତୀୟ ଅଭିନେତ୍ରୀଙ୍କୁ ବିଦେଶରେ ଭେଟିଥିଲେ ।


କ୍ବାଣ୍ଟିକୋ ସୁଟିଂ ସେଟକୁ ତାରିଫ କରିବା ସହ ପ୍ରିୟଙ୍କାଙ୍କ କାର୍ୟ୍ୟଶୈଳୀକୁ ପ୍ରଶଂସା କରିଛନ୍ତି ଅନୁପମ । ନିଜ ସୋସିଆଲ ସାଇଟ୍ ଆକାଉଣ୍ଟରେ ଅନୁପମ ଉଲ୍ଲେଖ କରିଛନ୍ତି ଯେ ଭାରତବାସୀ ତୁମ ପାଇଁ ଗର୍ବିତ ପ୍ରିୟଙ୍କା । ଆହୁରି ଆଗକୁ ବଢ଼, ଏହା ମୋର ଶୁଭକାମନା । ପ୍ରିୟଙ୍କା ମଧ୍ୟ ଅନୁପମଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ବିଦେଶରେ ନିଜ ପ୍ରିୟଜନଙ୍କୁ ଝୁରୁଥିବାର ଉଲ୍ଲେଖ କରିଛନ୍ତି । ଏଇ କିଛିଦନ ତଳେ ପ୍ରିୟଙ୍କାଙ୍କ ମା’ ମଧୁ ଚୋପ୍ରା ମଧ୍ୟ ଝିଅ ପାଖକୁ ଯାଇଥିଲେ । ହେଲେ ଛୁଟି ସରିବା ପରେ ସେ ମଧ୍ୟ ମୁମ୍ବଇ ଫେରିଆସିଛନ୍ତି । ଆସନ୍ତା ମାସ ଶେଷବେଳକୁ ପ୍ରିୟଙ୍କା ସୁଟିଂ ସାରି ମୁମ୍ବଇ ଫେରିବେ ବୋଲି ଜଣାପଡ଼ିଛି ।

- Advertisement -

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories