www.samajalive.in
Saturday, December 6, 2025
16.1 C
Bhubaneswar

ବ୍ରହ୍ମଚେତନା ପରିଷଦ ପକ୍ଷରୁ ଧରିତ୍ରୀ ମାତା ପାଇଁ ରବିବାର କାର୍ଯ୍ୟକ୍ରମ

ପିପିଲି : ବ୍ରହ୍ମଚେତନା ପରିଷଦ, ଓଡିଶା ପକ୍ଷରୁ ‘ଧରିତ୍ରୀ ମାତା ପାଇଁ ରବିବାର’ ନାମରେ ଏକ ସମୟୋପଯୋଗୀ କାର୍ଯ୍ୟକ୍ରମ ପିପିଲି ବ୍ଳକ ଅନ୍ତର୍ଗତ ରାଜତେଇ ଗ୍ରାମର ବାଲିପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ସେଠାରେ ଥିବା ଜଗନ୍ନାଥଙ୍କ ମନ୍ଦିର ପରିସରସ୍ଥ ପୋଖରୀକୁ ପରିଷ୍କାର କରାଯିବା ସହ ସେଠାରେ ବୃକ୍ଷରୋପଣ କରାଯାଇଥିଲା।
ଏହି ଅବସରରେ ଆୟୋଜିତ ଏକ ସଚେତନତା ସଭାରେ ବ୍ରହ୍ମଚେତନା ପରିଷଦର ରାଜ୍ୟ ସଭାପତି ସନ୍ତୋଷ କୁମାର ମିଶ୍ର, ଉପସଭାପତି କିଶୋର କୁମାର ବେହେରା, ସଂପାଦକ କବି ସୁକାନ୍ତ କୁମାର ନନ୍ଦ, ଯୁଗ୍ମ ସଂପାଦକ କୃଷ୍ଣଚନ୍ଦ୍ର ନାଥ, ସଂଗଠନ ସଂପାଦକ ହୃଷିକେଶ ନନ୍ଦ, ମନୋଜ କୁମାର ପଣ୍ଡା, କୃଷ୍ଣଚନ୍ଦ୍ର ସାହୁ, ପ୍ରତାପ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଯୋଗଦେଇ ସବୁଜକୋଠରୀ ପ୍ରଭାବ, ବିଶ୍ୱତାପାୟତ, ଜଳବାୟୁ ପରିବର୍ତ୍ତନ, ଜଙ୍ଗଲଜମିର ହ୍ରାସ, ଦୃତ ଶିଳ୍ପାୟନ, ଅବକ୍ଷୟମୁଖୀ କୃଷିକ୍ଷେତ୍ର, ପ୍ରଦୂଷିତ ଜଳସଂପଦ ଆଦି ବହୁବିଧ ସମସ୍ୟା ଦ୍ୱାରା ସଂପ୍ରତି ଧରିତ୍ରୀ ମାତା କବଳିତ ବୋଲି ପ୍ରକାଶ କରିଥିଲେ। ପ୍ରଗତିର ଦ୍ୱାହି ଦେଇ ଜଳାଶ୍ରୟ, ଚାଷଜମି, ଜଙ୍ଗଲ, ବିବିଧ ଜୀବଜନ୍ତୁଙ୍କ ପ୍ରତି ଯେଉଁ ଅବିଚାର କରାଯାଉଛି ସେଥିପାଇଁ ମାନବ ଜାତି ସଂପୂର୍ଣ୍ଣ ଭାବେ ଦାୟୀ। ଏହି ସବୁ ସମସ୍ୟା ସଂପର୍କରେ ଜନସାଧାରଣଙ୍କୁ ସଚେତନ କରାଇ ସେମାନଙ୍କ ସହଯୋଗରେ ଧରଣୀରାଣୀର ସୁରକ୍ଷା ପାଇଁ ପରିଷଦ ପକ୍ଷରୁ ‘ଧରିତ୍ରୀ ମାତା ପାଇଁ ରବିବାର’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ସଂପର୍କରେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଉତ୍ସାହୀ ଯୁବକ, ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ସମାଜସେବୀମାନେ ଯୋଗଦେଇ ପୁଷ୍କରିଣୀ ସଫେଇ ସହ ବୃକ୍ଷରୋପଣ କରିଥିଲେ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories