www.samajalive.in
Sunday, December 14, 2025
14.1 C
Bhubaneswar

ସ୍ଥଗିତ ରହିଲା ରାଜ୍ୟପାଳଙ୍କୁ ଭେଟିବା କାର୍ଯ୍ୟକ୍ରମ; ବଂଶଧାରା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ଧନ୍ୟବାଦ ଜଣାଇଲା ସମିତି

ଗୁଣପୁର: ବଂଶଧାରା ଉପରମୁଣ୍ଡରେ ଜଳପ୍ରକଳ୍ପ କରିବା ଦାବୀକୁ ନେଇ ସ୍ଥାନୀୟ ଲୋକେ ଗତ ଦୁଇମାସ ଧରି ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଥିଲେ। ଏହାକୁ ନେଇ ନିକଟରେ ରାଜ୍ୟ ସରକାରଙ୍କ ଏକ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ପ୍ରତିନିଧି ଦଳ ସହ ବଂଶଧାରା ଅବବାହିକା ସୁରକ୍ଷା ସମିତିର ପ୍ରତିନିଧି ଦଳଙ୍କ ସହ ଆଲୋଚନା ହୋଇଥିଲା। ଏହି ଆଲୋଚନାରୁ ଉପରମୁଣ୍ଡରେ ପ୍ରକଳ୍ପ କରିବା ନେଇ ନିଷ୍କର୍ସ ବାହାରିଥିଲା। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁସି ଦେଖା ଦେଇଛି। ଏହି ପ୍ରସଙ୍ଗରେ ଆରମ୍ଭରୁ ସାମିଲ ରହିଥିବା ବିଭିନ୍ନ ସଙ୍ଗଠନର ସଦସ୍ୟମାନଙ୍କ ସମେତ ସୁରକ୍ଷା ସମିତିର ସଦସ୍ୟମାନଙ୍କୁ ନେଇ ଆଜି ସ୍ଥାନୀୟ ତିରୁପତି ବାଲାଜୀ ମନ୍ଦିରରେ ଏକ ବୈଠକ ହୋଇଥିଲା। ସଭାପତି ବ୍ରହ୍ମାନନ୍ଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ବୈଠକ କରି ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତିଶୃତିକୁ କାର୍ଯ୍ୟକାରୀ ସଭାପତି ଅକ୍ଷୟ ଦାସ କହିଥିଲେ। ୧୫ ଦିନରେ ସର୍ଭେ ସାରିବା ଓ ଦୁଇ ମାସରେ ଡିପିଆର ସାରିବା ପ୍ରତିଶୃତିକୁ ବୈଠକରେ କେତେକ ଅବିଶ୍ୱାସ କରି ଏହା ନିର୍ବାଚନ ପୁର୍ବ ପ୍ରତିଶୃତି ହୋଇଥାଇପାରେ ବୋଲି ମତ ଦେଇଥିଲେ। ଯାହା ଫଳରେ ଅନ୍ୟ କେତେକ ବରିଷ୍ଠ ସଦସ୍ୟମାନେ ଏଥିରେ ହସ୍ତକ୍ଷେପ କରି ରାଜ୍ୟ ସରକାରଙ୍କ ଉପରେ ଭରସା ରଖି ଆଗକୁ ବଢିବା। ସେମାନେ ସେମାନଙ୍କ ପ୍ରତିଶୃତି ପାଳନ ନକଲେ ଆମେ ଗଣତାନ୍ତ୍ରିକ ପଦ୍ଧତିରେ ଆମ କାର୍ଯ୍ୟକ୍ରମ ପ୍ରକଳ୍ପ ହବାଯାଏଁ ଜାରି ରଖିବା ବୋଲି ମତ ଦେଇଥିଲେ। ଅନ୍ୟପକ୍ଷେ ଆସନ୍ତା ୭ ତାରିଖରେ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କାର୍ଯ୍ୟକ୍ରମ ପାଇଁ ରାଜଭବନରୁ ଅନୁମତି ଆସିଥିବାରୁ ସେହି କାର୍ଯ୍ୟକ୍ରମକୁ ଏବେ ସ୍ଥଗିତ ରଖିବାକୁ ବୈଠକରେ ନିଷ୍ପତି ହୋଇଥିଲା। ରାଜ୍ୟ ସରକାର ଆମ ଦାବିକୁ ଗୁରୁତର ସହ ନେଇଥିବାରୁ ସରକାରଙ୍କୁ ଧନ୍ୟବାଦ ପୂର୍ବକ ସମସ୍ତ ଘଟଣା ଅବଗତ କରାଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦବା କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବା ସମ୍ପର୍କରେ ରାଜଭବନକୁ ମେଇଲ କରିବାକୁ ନିଷ୍ପତି ହୋଇଥିଲା। ବୈଠକରେ ସାଂସଦ ଶପ୍ତଗିରି ଉଲାକାଙ୍କ ସହ ହୋଇଥିବା ଆଲୋଚନା ମଧ୍ୟ ସ୍ଥାନ ପାଇଥିଲା।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜିବୀ ଉମା ଚରଣ ପଟ୍ଟନାୟକ, ରାଜେନ୍ଦ୍ର ପ୍ରଶାଦ ସାହୁ, ଏସ.ଗଣପତି ରାଓ, ଅକ୍ଷୟ ସତପଥି, ରମେଶ ଲିମା, ଇନ୍ଦ୍ରାକ୍ଷୀ ଦାସ, ପୂର୍ବତନ ବିଧାୟକ ରାମମୁର୍ତ୍ତି ଗମାଙ୍ଗ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜୟ ଗମାଙ୍ଗ, ଜିଲ୍ଲା ପରିଷଦ ସଭ୍ୟ ଅଶ୍ୱୀନି ଗମାଙ୍ଗ, ପୂର୍ବତନ ପୌରାଧକ୍ଷ ଶିବ ପ୍ରଶାଦ ଗୌଡ, ସାଂସଦ ପ୍ରତିନିଧି ଏ.ବାବା ପ୍ରଶାଦ, ବରିଷ୍ଠ ନାଗରିକ ସଂଘର ସଭାପତି ସୂର୍ଯ୍ୟରଥ, ଆବାହକ ମିଲି ପାଢି, ବରିଷ୍ଠ ସାମ୍ବାଦିକ ରାଧାକୃଷ୍ନ ପଟ୍ଟନାୟକ, ଉମା ଦାସ, ମୁନା ପାଢି, ଲାଡି ଇଶ୍ୱର ରାଓ, ରମେଶ ମିଶ୍ର, ନାଗେନ୍ଦ୍ର ସୁବୁଦ୍ଧି, ଇପିଲି ସାବରିସ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories