www.samajalive.in
Thursday, December 11, 2025
15.1 C
Bhubaneswar

ପ୍ରକଳ୍ପସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ

ବୌଦ୍ଧ  : ବୌଦ୍ଧଜିଲା ମହିଳା ଓ ଶିଶୁ ବିକାଶ ପ୍ରକଳ୍ପରେ ରାଷ୍ଟ୍ରୀୟ ସ୍ତରୀୟ ପୋଷଣ ମାସ ପାଳିତ ହୋଇଯାଇଛି। ପ୍ରକଳ୍ପ ଅଧିକାରୀ ମିନତୀ ଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳାମାନଙ୍କ କିପରି ଯତ୍ନ ନିଆଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ମହିଳାମାନେ ଯେତେବେଳେ ଗର୍ଭବତୀ ହୋଇଥାନ୍ତି ସେମାନେ ଏହି ସମୟରେ ସାଧାରଣତଃ ରକ୍ତହୀନତା ରୋଗର ଶିକାର ହୋଇଥାନ୍ତି। ତେଣୁ ଏହି ସମୟରେ ଗର୍ଭବତୀ ମହିଳାମାନେ ନିଜର ସ୍ୱାସ୍ଥ୍ୟ ପ୍ରତି ସଜାଗ ହୋଇ ସମସ୍ତ ସବୁଜ ପନିପରିବା ସମେତ ଡାଲି, କ୍ଷୀର, ଅଣ୍ଡା ଏବଂ ମାଛମାଂସ ଆଦି ଖାଦ୍ୟ ସେବନ କରିବା ଦିଗରେ ଗୁରୁତ୍ୱ ଦେବାକଥା, ଯେଉଁ କାରଣରୁ ସମସ୍ତ ଗର୍ଭବତୀ ମହିଳାମାନଙ୍କୁ ବିଭାଗ ତରଫରୁ ପାଂଚ ହଜାର ଟଙ୍କା ପ୍ରତ୍ୟକ ମହିଳାଙ୍କୁ ଯୋଗାଇ ଦିଆଯାଉଛି ବୋଲି ପ୍ରକାଶ କରିଥିଲେ। ଏହା ବ୍ୟତୀତ ସାତ ମାସର ଗର୍ଭବତୀ ମହିଳାମାନଙ୍କୁ ନେଇ ନେଇ ସାଦ ଖିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେମାନଙ୍କୁ ବିଭିନ୍ନ ପିଠାପଣା, ମିଠା, ସାଙ୍ଗକୁ ଫଳମୂଳ ଖାଇବାକୁ ଦିଆଯାଇଥିଲା ଏବଂ ସାତମାସର ଶିଶୁମାନଙ୍କୁ ନେଇ ଅନ୍ନପ୍ରାସନ କାର୍ଯ୍ୟକ୍ରମ କରାଯାଇ ସେମାନଙ୍କୁ ବିଭାଗ ଦ୍ୱାରା ପ୍ରସ୍ତୁତ ଖିରି ଖାଇବାକୁ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ୱାହିଦା ବେଗମ, ଗୀତାଜଂଳୀ ଦଲାଲ, ଗୀତାଜଂଳି ପ୍ରଧାନ, ଲିଲି ବେରିହା, ସତ୍ୟଭାମା ନାୟକ,କମଳିନୀ ମିଶ୍ର, ରୋଜାଲିନ ମିଶ୍ର, ସଂଯୁକ୍ତା ସାମଲ,କଲ୍ୟାଣୀ ଶତପଥି ପ୍ରମୁଖ ମାର୍ଗଦର୍ଶିକା ଓ ଅଙ୍ଗନୱାଡିର ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଗର୍ଭବତୀ, ପ୍ରସୂତି ଏବଂ କିଶୋରୀ ବାଳିକାମାନେ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories