www.samajalive.in
Monday, December 8, 2025
24.1 C
Bhubaneswar

ବାର୍ବି କଣ୍ଢେଇ ଭଳି ଦେଖାଯିବାକୁ ୨୪ ଲକ୍ଷ ଖର୍ଚ୍ଚ

ଭିଏନା: ନିଜକୁ ସୁନ୍ଦର ଦେଖାଯିବା ସକାଶେ ଅନେକ ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି, ଖାଇବା ପିଇବା ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି। ତାହାସହିତ ଶାରୀରିକ ବ୍ୟାୟାମ ଆଦି ମଧ୍ୟ କରୁଛନ୍ତି। କିନ୍ତୁ ଏମିତି ଜଣେ ଯୁବତୀ ଅଛନ୍ତି, ଯିଏ ନିଜ ଚେହେରାକୁ ବାର୍ବି କଣ୍ଢେଇ ଭଳି ଦେଖାଯିବା ସକାଶେ ପ୍ରାୟ ୨୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। କେବଳ ସେତିକି ନୁହେଁ, ପ୍ରତିମାସରେ ମଧ୍ୟ ସେ ନିଜ ମେକ୍‍ଅପରେ ବିପୁଳ ଅର୍ଥ ଖର୍ଚ୍ଚ କରିଚାଲିଛନ୍ତି। ଏହି ଯୁବତୀ ଜଣକ ହେଉଛନ୍ତି ଜେସି ବନି। ଜର୍ମାନୀର ବାସିନ୍ଦା ଜେସିଙ୍କର ପିଲାଦିନୁ ବାର୍ବି କଣ୍ଢେଇ ପ୍ରତି ଆକର୍ଷଣ ରହିଥିଲା। କ୍ରମଶଃ ବଡ ହେବାପରେ ସେ ନିଜକୁ ବାର୍ବି କଣ୍ଢେଇ ଭଳି ଦେଖାଯିବାକୁ ଇଛା କଲେ। ବାର୍ବି କଣ୍ଢେଇ ଦେଖିବାକୁ ଯେମିତି, ଠିକ୍‍ ସେମିତି ଦେଖାଯିବାକୁ ସେ ନିଜ ଶରୀରର ଅନେକ ଅଂଶରେ ଏକାଧିକ ଥର କସମେଟିକ ସର୍ଜରୀ କରାଇଛନ୍ତି। ସଂପ୍ରତି ତାଙ୍କୁ ୨୦ ବର୍ଷ। ତାଙ୍କ ବାପା ମା’ ତାଙ୍କର ଏଭଳି ଚିନ୍ତାଧାରାକୁ ସମର୍ଥନ କରନ୍ତି ନାହିଁ। ସେମାନେ ଏଭଳି ଏକ ଚିନ୍ତାଧାରାରୁ ବିରତ ରହିବାକୁ ଜେସିଙ୍କୁ ଅନେକ ଥର ବୁଝାଇଛନ୍ତି। କିନ୍ତୁ ଜେସି ତାହା ଶୁଣନ୍ତି ନାହିଁ। ଶେଷରେ ସେ ୨୦୧୯ରେ ସ୍କୁଲ ଶିକ୍ଷା ଶେଷକରିବା ପରେ ନିଜ ଘରଛାଡି ଭିଏନାକୁ ଚାଲିଆସିଲେ। ସେଠାରେ ସେ ବାପା ମା’ଙ୍କର ସଞ୍ଚିତ ଅର୍ଥକୁ ନିଜ ଶରୀରର ବିଭିନ୍ନ ଅଙ୍ଗର କସମେଟିକ ସର୍ଜରୀରେ ଖର୍ଚ୍ଚ କରିଥିଲେ। ଗତ ପ୍ରାୟ ଦେଢବର୍ଷ ମଧ୍ୟରେ ସେ ଏକାଧିକ ଥର ଏହିଭଳି ସର୍ଜରୀ କରାଇସାରିଛନ୍ତି। ନିଜ ଶରୀର ସୁନ୍ଦର ଦେଖାଯିବା ପାଇଁ ପ୍ରତିମାସରେ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରୁଛନ୍ତି।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories