www.samajalive.in
Sunday, December 14, 2025
19.1 C
Bhubaneswar

ସିଫା ପକ୍ଷରୁ ରାଜ୍ୟର ପ୍ରଥମ ରଙ୍ଗୀନ ମାଛଚାଷ କ୍ଷେତ୍ର ବିଦ୍ୟାଳୟ

ପିପିଲି : କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା(ସିଫା) ପକ୍ଷରୁ ଚୌଦ୍ୱାର ବ୍ଲକର କୋଚିଲା ନୂଆଗାଁର ଅଗ୍ରଣୀ ମତ୍ସ୍ୟଚାଷୀ ରାଜେଶ ରଞ୍ଜନ ମହାପାତ୍ରଙ୍କ ଫାର୍ମରେ ଓଡିଶାର ପ୍ରଥମ ରଙ୍ଗୀନ ମାଛଚାଷ କ୍ଷେତ୍ର ବିଦ୍ୟାଳୟ ଉଦ୍‍ଘାଟିତ ହୋଇଯାଇଛି । ଏହାଦ୍ୱାରା କୃଷକଙ୍କ ମଧ୍ୟରେ ଅନୁଭୂତି, କୌଶଳ ଓ ଭାବର ଆଦାନପ୍ରଦାନ ସହ ରଙ୍ଗୀନ ମାଛଚାଷର ଅତ୍ୟାଧୁନିକ ବୈଜ୍ଞାନିକ ଜ୍ଞାନକୌଶଳକୁ କୃଷକଙ୍କ ନିକଟରେ ପହଞ୍ଚାଇବା ଦିଗରେ ଏହା ବେଶ୍‍ ସହାୟକ ହେବବୋଲି ସୂଚନା ମିଳିଛି ।
ରାଜ୍ୟର ଏହି ପ୍ରଥମ ରଙ୍ଗୀନ ମାଛଚାଷ କ୍ଷେତ୍ର ବିଦ୍ୟାଳୟକୁ ସିଫାର ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ ଉଦ୍‍ଘାଟନ କରିଥିଲେ । ସିଫା ଦ୍ୱାରା ପ୍ରଶିକ୍ଷଣପ୍ରାପ୍ତ ଶ୍ରୀମହାପାତ୍ରଙ୍କ ୬ ଏକର ପରିମିତ ଫାର୍ମରେ ଉଦଘାଟିତ ହୋଇଯାଇଥିବା ଏହି କ୍ଷେତ୍ର ବିଦ୍ୟାଳୟଟି ବିଶେଷ କରି ଆଖପାଖ ଅଞ୍ଚଳର ତଫସିଲଭୁକ୍ତ ଜାତିର ମହିଳା ଓ କୃଷକମାନଙ୍କୁ ଅଧିକ ସଶକ୍ତିକରଣ କରିବା ସହ କୃଷିମାର୍ଗ ଦର୍ଶନରେ ଏହା ବେଶ୍‍ ସହାୟକ ହେବ ବୋଲି ଡ଼ଃ ସ୍ୱାଇଁ ଆଶା ପ୍ରକାଶ କରିଥିଲେ । ଏହି ଅବସରରେ ସେଠାରେ ଉପସ୍ଥିତ ଥିବା କୃଷକ ଓ ମହିଳା କୃଷକ ମାନଙ୍କୁ ରଙ୍ଗୀନ ମାଛଚାଷ କରି ନିଜର ଜୀବିକା ଉପାର୍ଜନକୁ ଦୃଢ଼ କରିବାକୁ ସେ ପରାମର୍ଶ ଦେଇଥିଲେ ।  ଏଥିପାଇଁ କୃଷକମାନଙ୍କୁ ସିଫା ପକ୍ଷରୁ ସମସ୍ତ ବୈଷୟିକ ସହାୟତା ଯୋଗାଇ ଦିଆଯିବ । ସିଫା ଜଳକୃଷି କ୍ଷେତ୍ର ବିଦ୍ୟାଳୟକୁ ଏକ ପାଇଲଟ୍ ପ୍ରକଳ୍ପ ଭାବରେ ଓଡିଶା, ପଶ୍ଚିମବଙ୍ଗ, ଆସାମ, ଅରୁଣାଚଳପ୍ରଦେଶ ଓ ଛତିଶଗଡ଼ରେ କାର୍ଯ୍ୟ କରି ଶତପ୍ରତିଶତ ସଫଳତା ପାଇ ଜନପ୍ରିୟ ହୋଇପାରିଛି ବୋଲି ଡଃ ସ୍ୱାଇଁ ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବରେ ସିଫାର ସମାଜ ବିଜ୍ଞାନ ବିଭାଗ ପ୍ରମୁଖ ବୈଜ୍ଞାନିକ ତଥା ଏସସିଏସପି ପ୍ରକଳ୍ପର ଅଧ୍ୟକ୍ଷ ଡଃ ଏଚ୍. କେ. ଦେ, ଉପାଧ୍ୟକ୍ଷ ଡଃ ଆଶିଷ ସାହା, ସିଫାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଇନ୍ଦ୍ର ଭୁଷଣ କୁମାର, କଟକ କୃଷି ବିଜ୍ଞାନ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡଃ ସୁଜାତା ସେଠୀ ପ୍ରମୁଖ ଯୋଗଦେଇ ଜଳକୃଷି କ୍ଷେତ୍ର ବିଦ୍ୟାଳୟ ଉପରେ ଆଲୋକପାତ କରିଥିଲେ। ସେଠାରେ ରଙ୍ଗୀନ ମାଛଚାଷ ଉପରେ ଏକ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସହ ଜଳ ଓ ମୃତ୍ତିକା ପରୀକ୍ଷା ଶିବିର ଅନୁୁଷ୍ଠିତ ହୋଇଥିଲା । ଏହି ଅବସରରେ ଅଗ୍ରଣୀ ମତ୍ସ୍ୟଚାଷୀ ରାଜେଶ ରଞ୍ଜନ ମହାପାତ୍ର ଓ ଅନ୍ନଦା ପ୍ରସାଦ ସୁବୁଦ୍ଧିରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କୋଭିଡ୍‍ ଗାଇଡ୍‍ ଲାଇନ ଅନୁପାଳନ ପୂର୍ବକ ୫୦ ଜଣ ମତ୍ସ୍ୟଚାଷୀ ଓ ମହିଳା ମତ୍ସ୍ୟଜୀବୀଙ୍କୁ ନେଇ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସିଫାର ପ୍ରଧାନ ବୈଜ୍ଞାନିକ ଡଃ ସତ୍ୟ ନାରାୟଣ ସେଠୀ ସଂଯୋଜନା କରିଥିବା ବେଳେ ବରିଷ୍ଠ ବୈଷୟିକ ଅଧିକାରୀ ଦୁର୍ଗା ପ୍ରସାଦ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories