www.samajalive.in
Sunday, December 7, 2025
23.1 C
Bhubaneswar

ମା’ ଚର୍ଚ୍ଚିକା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ

କଳାପଥର : ବାଙ୍କୀ ମହାବିଦ୍ୟାଳୟ ଅଡିଟୋରିୟମ ରେ ମା’ ଚର୍ଚ୍ଚିକା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଙ୍କୀ ଉପଖଣ୍ଡରେ କାର୍ଯ୍ୟରତ ଥିବା ଛାପା,ବୈଦ୍ୟୁତିକ ଏବଂ ୱେବ ମିଡିଆ ସାମ୍ବାଦିକ ମାନଙ୍କ ମଧ୍ୟରୁ ୨୦ ଜଣ ସାମ୍ବାଦିକ ଉପସ୍ଥିତ ରହି ସେମାନଙ୍କର ମତବ୍ୟକ୍ତ କରିଥିଲେ । ଆୟୋଜିତ ବୈଠକରେ ସଂଘର ପରିଚାଳନା କମିଟି ଗଠନ କରାଯାଇଥିଲା । ଉପସ୍ଥିତ ସଭ୍ୟ ମାନଙ୍କ ସବସମ୍ମତି କ୍ରମେ ଅରବନ୍ଦ ବିରବର ହରିଚନ୍ଦନଙ୍କୁ ସଭାପତି ଭାବରେ ମନୋନିତ କରାଯାଇଥିବାବେଳେ ମାନସ ରଞ୍ଜନ ସାହୁ,ଅନନ୍ତ ରଣା ଉପସଭାପତି, ମନୋଜ ଦଳେଇ ସମ୍ପାଦକ,ଅଶୋକ ରଣା ସହ-ସମ୍ପାଦକ,ଅନନ୍ତ ପଟ୍ଟନାୟକ କୋଷାଦକ୍ଷ,ସତ୍ୟବ୍ରତ ଦାସଙ୍କୁ ମିଡିଆସେଲ ସମ୍ପାଦକ ଭାବରେ ମନୋନୀତ କରାଯାଇଥିବା ବେଳେ ବରିଷ୍ଠ ସାମ୍ବାଦିକ ଯୁଧିଷ୍ଠିର କୁଣ୍ଡୁ ଏବଂ ପ୍ରଦୀପ ଜେନାଙ୍କୁ ଉପଦେଷ୍ଟା ଭାବେ ଚୟନ କରାଯାଇଛି । ଅନ୍ୟପକ୍ଷରେ ଆଇନିଜିବୀ ବିଶ୍ୱପ୍ରଶାଦ ରଥ ଓ ଭାଗ୍ୟଧର ନାୟକଙ୍କୁ ଆଇନ ସହାୟତା ନିମନ୍ତେ ପରାମର୍ଶଦାତା ଭାବରେ ମନୋନୀତ କରାଯାଇଛି । ଚର୍ଚ୍ଚିକା ସାମ୍ବାଦିକ ସଂଘ ବାଙ୍କୀ ଅଞ୍ଚଳର ବିଭିନ୍ନ ପ୍ରକାରର ସମସ୍ୟା ଜନସାଧାରଣଙ୍କ ଅଭାବ ଅସୁବିଧା ପ୍ରତି ସଚେତନ ରହି କାର୍ଯ୍ୟ କରିବ ବୋଲି ଉପସ୍ଥିତ ସଦସ୍ୟମାନେ ମତ ଦେଇଥିଲେ। ସଂଘର କାର୍ଯ୍ୟାଳୟ ନିମନ୍ତେ ଖୁବ ଶିଘ୍ର ବାଙ୍କୀ ଉପ ଜିଲ୍ଲାପାଳ, କଟକ ଜିଲ୍ଲାପାଳ ଓ ସର୍ବୋପରି ସ୍ଥାନୀୟ ବିଧାୟକଙ୍କୁ ଅବଗତ କରାଯିବ ବୋଲି ମତ ପ୍ରକାଶ ପାଇଥିଲା । ଏହି ବୈଠକରେ ପଦ୍ମନାଭ ମିଶ୍ର, ପ୍ରତାପ କୁମାର ନାୟକ, ଅଜୟ କୁମାର ପଣ୍ଡା, ମନୋରଞ୍ଜନ ପଣ୍ଡା, ପ୍ରଶାନ୍ତ ପଲେଇ, ରଞ୍ଜିତ ପଟ୍ଟନାୟକ, ସୂର୍ଯ୍ୟମଣୀ ମଲ୍ଲୀକ, ବିକାଶ ବାରିକ, ମୃତ୍ୟୁଞ୍ଜୟ ମହାପାତ୍ର ,ଶୁଭେନ୍ଦୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories