ଦିନ ୩ଟା ମୁଖ୍ୟ ଖବର
ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ ହେଲେ ଓଡ଼ିଶାର ଦୁଇ ଶିକ୍ଷକ, ଦେଶର ମୋଟ୍ ୪୪ ଶିକ୍ଷକ ରାଷ୍ଟ୍ରୀୟ ପୁରସ୍କାର-୨୦୨୧ରେ ସମ୍ମାନିତ
ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ ଓଡ଼ିଶାର ଦୁଇ ଜଣ ଶିକ୍ଷକ ହେଉଛନ୍ତି ଭଦ୍ରକ ଜିଲ୍ଲା ହାଇସ୍କୁଲର ଶିକ୍ଷକ ଅଶୋକ କୁମାର ଶତପଥୀ ଓ ଗଞ୍ଜାମ ଜିଲ୍ଲା କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଜିତ କୁମାର ସେଠୀ
ଷ୍ଟାଫସିଲେକ୍ସନ କମିଶନ ଦୁର୍ନୀତି ପ୍ରସଙ୍ଗ ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବିରେ ୭ରେ ବିଧାନସଭା ଘେରାଉ କରିବ ପ୍ରଦେଶ ଛାତ୍ର କଂଗ୍ରେସ
ଗଞ୍ଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ ସୋଡ଼କ ଗାଁରେ ନିଜ ଘର ଭିତରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର
କୋଭିଡ ସମୟରେ ଶିକ୍ଷକମାନଙ୍କ ଭୂମିକା ଅତୁଳନୀୟ ଥିଲା – ପ୍ରଧାନମନ୍ତ୍ରୀ
ନିପା ଭୁତାଣୁ ସଂକ୍ରମଣରେ ୧୨ ବର୍ଷର ବାଳକ ମୃତ, ଜନସ୍ୱାସ୍ଥ୍ୟ ସହାୟତା ପାଇଁ କେରଳ ଗଲା କେନ୍ଦ୍ରୀୟ ଦଳ
ଚଳିତ ବର୍ଷ ଅଗଷ୍ଟରେ ଭାରତରୁ ପଣ୍ୟ ସାମଗ୍ରୀ ରପ୍ତାନି ୪୫.୧୭% ବୃଦ୍ଧିପାଇ ୩୩.୧୪ ବିଲିଅନ ହଲାର ହୋଇଛି, ଯାହା ଗତବର୍ଷ ଅଗଷ୍ଟରେ ୨୨.୮୩ ବିଲିଅନ ଡଲାର ରହିଥିଲା
ଶ୍ରୀଲଙ୍କାକୁ ୧୫୦ ଟନ୍ ଅମ୍ଳଜାନ ପଠାଇଲା ଭାରତ
ଦେଶରେ ଦିନକରେ ଆଉ ୪୨,୭୬୬ ନୂଆ କରୋନା ସଂକ୍ରମିତ ଚିହ୍ନଟ
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୯,୮୮,୬୭୩କୁ ବୃଦ୍ଧି
ଦିନକରେ ଆଉ ୩୮,୦୯୧ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୩,୨୧,୩୮,୦୯୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ; ଆରୋଗ୍ୟହାର ୯୭.୪୨%
୪,୧୦,୦୪୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ; ସକ୍ରିୟ ଆକ୍ରାନ୍ତ ହାର ୧.୨୪%
୨୪ ଘଣ୍ଟାରେ ଆଉ ୩୦୮ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ ୪,୪୦,୫୩୩ ଆକ୍ରାନ୍ତ
ମୃତ୍ୟୁବରଣ କରିଛନ୍ତି ; ମୃତ୍ୟୁହାର ୧.୩୪%
୨୪ ଘଣ୍ଟାରେ ୧୭,୪୭,୪୭୬ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୫୩,୦୦,୫୮,୨୧୮ ନମୁନା ପରୀକ୍ଷା କରାଯାଇଛି
୨୪ ଘଣ୍ଟାରେ ୭୧,୬୧,୭୬୦ ଟିକା ନେଇଥିବା ବେଳେ ମୋଟ ୬୮,୪୬,୬୯,୫୨୧ ଟିକା ନେଇ ସାରିଛନ୍ତି
ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ପଞ୍ଚମ ସ୍ୱର୍ଣ୍ଣ ; ବ୍ୟାଡମିଣ୍ଟନ ଏସଏଚ-୬ ବର୍ଗରେ ପଞ୍ଚମ ସ୍ୱର୍ଣ୍ଣ ପଦକ ଜିତିଲେ କୃଷ୍ଣା ନଗର
ଆଜି ପବିତ୍ର ଗୁରୁଦିବସ ; କୋଭିଡ କଟକଣା ମଧ୍ୟରେ ପାଳନ ହେଉଛି ଗୁରୁଦିବସ
ବାଙ୍କୀ : କନେଷ୍ଟବଳଙ୍କ ଉପରେ ମାଡିଗଲା କାର ; ଘଟଣାସ୍ଥଳରେ ମୃତ୍ୟୁ ; ଚାଳକ ଅଟକ
ପାରାଲିମ୍ପିକ୍ସରେ ବ୍ୟାଡମିଣ୍ଟନ ଏସଏଲ ୪ ବର୍ଗର ଫାଇନାଲରେ ହାରି ଆଇଏଏସ ୟାଥିରାଜଙ୍କୁ ରୌପ୍ୟ ପଦକ ; ଭାରତରେ ପଦକ ସଂଖ୍ୟା ୧୮କୁ ବୃଦ୍ଧି
ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୮୦୫ କରୋନା ସଂକ୍ରମିତ ଚିହ୍ନଟ ; ସେମାନଙ୍କ ମଧ୍ୟରୁ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୧୩୧ ; ସଙ୍ଗରୋଧରୁ ୪୬୭,ସ୍ଥାନୀୟ ୩୩୮
୨୫ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୪୬
ଅନୁଗୁଳରୁ ୧୩,ବାଲେଶ୍ୱର ୩୦,ବରଗଡ ୫, ଭଦ୍ରକ ୧୪, ବୌଦ୍ଧ ୩, କଟକ ୯୮
ଦେଓଗଡ ୫, ଢେଙ୍କାନାଳ ୧୧, ଗଜପତି ୧, ଗଞ୍ଜାମ ୬, ଗଜତସିଂହପୁର ୧୭
ଯାଜପୁର ୧୯, ଝାରସୁଗୁଡା ୨, କେନ୍ଦ୍ରାପଡା ୩୩, କେନ୍ଦୁଝର ୮, କୋରାପୁଟ ୪,
ମାଲକାନଗିରି ୨, ମୟୁରଭଞ୍ଜ ୩୭, ନବରଙ୍ଗପୁର ୭, ନୟାଗଡ ୧୦
ପୁରୀ ୧୨, ରାୟଗଡା ୨, ସମ୍ବଲପୁର ୨୧, ସୁନ୍ଦରଗଡ ୧୬, ଷ୍ଟେଟ ପୁଲରୁ ୮୩
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୧୧,୫୫୮କୁ ବୃଦ୍ଧି
୯,୯୬,୩୦୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ; ୭,୧୫୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ
ଭୁବନେଶ୍ୱର : ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତ ମୃତ ; ମୋଟ ମୃତ୍ୟୁ ସଂଖ୍ୟା ୮,୦୪୭ରେ ପହଞ୍ଚିଲା
Comments are closed.