www.samajalive.in
Tuesday, December 9, 2025
23.1 C
Bhubaneswar

କାରାଗାର ଗଲେ ୱେବ୍‌ ପୋର୍ଟାଲ ସମ୍ପାଦକ, ସାମ୍ବାଦିକ

ଭୁବନେଶ୍ବର: ଅନ୍ତଃରାଷ୍ଟ୍ରୀୟ ଧାବିକା ଦୂତି ଚାନ୍ଦଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆକ୍ଷେପମୂଳକ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ୱେବ୍‌ ପୋର୍ଟାଲର ସମ୍ପାଦକ ସୁଧାଂଶୁ ଶେଖର ରାଉତ ଏବଂ ସାମ୍ବାଦିକ ସ୍ମୃତି ରଞ୍ଜନ ବେହେରାଙ୍କୁ ଶନିବାର ଅପରାହ୍ଣରେ ସ୍ଥାନୀୟ ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧୀଶ(ଏସ୍‌ଡିଜେଏମ୍‌)ଙ୍କ ଅଦାଲତରେ ହାଜର କରାଯାଇଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ କାରାଗାରକୁ ପଠାଇ ଦିଆଯାଇଛି। ସେମାନଙ୍କୁ ୭ ଦିନ ଜିମାରେ ନେବା ଲାଗି ପୁଲିସ ପକ୍ଷରୁ ହୋଇଥିବା ଆବେଦନ ଉପରେ ଶୁଣାଣି କରି ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧୀଶ ଗୋଟିଏ ଦିନ ଜିମା ନେବାକୁ ମଞ୍ଜୁର କରିଛନ୍ତି। ଆସନ୍ତାକାଲି ନଚେତ ସୋମବାର ସେମାନଙ୍କୁ ଜିମାରେ ଅଣାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଶନିବାର ଅଦାଲତ ଚାଲାଣ ପୂର୍ବରୁ ପୋର୍ଟାଲ୍‌ର ସମ୍ପାଦକ ଦୂତିଙ୍କୁ ଆହୁରି ବଦନାମ କରିବେ ବୋଲି ଆକ୍ଷେପ କରିଛନ୍ତି। ତାଙ୍କୁ ତାଙ୍କ ବାପାମା’ଙ୍କ ପାଦ ତଳକୁ ଆସିବାକୁ ସେ ବାଧ୍ୟ କରିବେ ବୋଲି ଗଣମାଧ୍ୟମକୁ କହିଥିଲେ।

ଦୂତି ଚାନ୍ଦ ଟୋକିଓରେ ଅଲମ୍ପିକ ଖେଳୁଥିବା ସମୟରେ ୱେବ ପୋର୍ଟାଲ ପକ୍ଷରୁ ତାଙ୍କୁ ହତୋତ୍ସାହିତ କରିବା ଭଳି ଖବର ପ୍ରସାରଣ କରାଯାଇଥିଲା। ଏପରିକି ତାଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ବିଭିନ୍ନ ପ୍ରଶ୍ନ ପଚରାଯିବା ସହିତ ଟଙ୍କା ମଗାଯାଇଥିଲା। ଏନେଇ ଦୂତି ବୁଧବାର ୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ। ଶୁକ୍ରବାର ଅପରାହ୍ଣରେ କମିସନରେଟ୍‌ ପୁଲିସର ଏକ ଦଳ ଝାରପଡାସ୍ଥିତ ଫୋକସ୍ ପ୍ଲସ୍‌ ଓଡ଼ିଶା ନାମକ ୱେବ୍‌ ପୋର୍ଟାଲ୍‌ କାର୍ଯ୍ୟାଳୟରେ ଚଢ଼ଉ କରିଥିଲା। ଉଭୟ ସମ୍ପାଦକ ଏବଂ ସାମ୍ବାଦିକଙ୍କୁ ପୁଲିସ ଥାନାକୁ ଆଣିଥିଲା। ପୁଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଅଭିଯୋଗ ଥିବା ଅନ୍ୟ ଜଣେ ସୂଚନା ଅଧିକାର କର୍ମୀଙ୍କୁ ପୁଲିସ ଗିରଫ କରିନାହିଁ। ତାଙ୍କ ନାମରେ ଦୂତି ଅଭିଯୋଗ କରିଥିଲେ। ସୂଚନା ଅଧିକାର କର୍ମୀଙ୍କୁ ଗିରଫ କରା ନ ଯିବା ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ ପୁଲିସକୁ ସମାଲୋଚନା କରାଯାଇଛି। ସୂଚନା ଅଧିକାର କର୍ମୀ ଉଚ୍ଚ ନ୍ୟାୟାଳୟରେ ଗିରଫ ଏଡ଼ାଇବା ଲାଗି ଆଗୁଆ ଜାମିନ୍‌ ପାଇଁ ଆବେଦନ କରିଥିବା ଜଣାପଡିଛି। ଦୂତିଙ୍କୁ ବଦନାମ କରାଯିବା ପଛରେ ତାଙ୍କର ମୁଖ୍ୟ ଭୂମିକା ଥିବା ସତ୍ତ୍ବେ ପୁଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ସାମାଜିକ ଗଣମାଧ୍ୟମର କଣ୍ଠରୋଧ କରିବାକୁ ଉଦ୍ୟମ କରିଥିବା କିଛି ବୁଦ୍ଧିଜୀବୀ ମତ ଦେଇଛନ୍ତି।

- Advertisement -

ମିଥ୍ୟା ଏବଂ ବିଭ୍ରାନ୍ତିକର ଖବର ପ୍ରସାରଣ କରାଯାଇ ତାଙ୍କୁ ବଦନାମ କରିଥିବା ବ୍ୟକ୍ତିଙ୍କ ବିରୋଧରେ ସ୍ଥାନୀୟ ଦେୱାନୀ ଅଦାଲତରେ ଦୂତି ୫କୋଟି ଟଙ୍କାର ମାନହାନି ମକଦମା ରୁଜୁ କରିଛନ୍ତି।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories